ଖେଳ ରତ୍ନ ଫେରାଇବେ ବିନେଶ ଫୋଗାଟ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | December 26, 2023 IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (WFI)କୁ ନେଇ ଜାରି ରହିଛି ବିବାଦ। ଆଉ ଏହାରି ମଧ୍ୟରେ ଏବେ ମହିଳା ରେସଲର ବିନେଶ ଫୋଗାଟ ବଡ଼ ଘୋଷଣା କରିଛନ୍ତି। ବିନେଶ ଫୋଗାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିଜର ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇବାକୁ ଘୋଷଣା କରିଛନ୍ତି। ସୂଚନାଥାଉକି, ପୂର୍ବରୁ ବଜରଙ୍ଗ ପୁନିଆ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଥିଲେ।

ବିନେଶ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠି ସେୟାର କରିବା ସହ ଲେଖିଛନ୍ତି ‘‘ମୁଁ ମୋର ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ଏବଂ ଅର୍ଜୁନ ଆଓ୍ବାର୍ଡ ଫେରାଉଛି। ଏହି ଅବସ୍ଥାରେ ପହଞ୍ଚାଇବା ଥିବା ଶକ୍ତିଶାଳୀଙ୍କୁ ଧନ୍ୟବାଦ।’’ ବିନେଶ ଚିଠିରେ ଲେଖିଛନ୍ତି ‘‘ଏବେ ମୁଁ ପୁରସ୍କାର ନେଉଥିବା ସମୟର ସେହି ଛବିରୁ ମୁକ୍ତ ହେବାକୁ ଚାହୁଛି, କାରଣ ତାହା ଏକ ସ୍ବପ୍ନ ଥିଲା। ମତେ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ଏବଂ ଅର୍ଜୁନ ଆଓ୍ବାର୍ଡ ଦିଆଯାଇଥିଲା। କିନ୍ତୁ ଏବେ ତାହାର କୌଣସି ଅର୍ଥ ନାହିଁ। ପ୍ରତ୍ୟେକ ମହିଳା ସମ୍ମାନର ସହ ବଞ୍ଚିବାକୁ ଚାହୁଛନ୍ତି, ଏଥିପାଇଁ ମୁଁ ନିଜ ପୁରସ୍କାର ଫେରାଉଛି। ଯାହାଦ୍ବାରା ଏହା ଆମ ଉପରେ ବୋଝ ନହେବ।’’

wp:html /wp:html

ସୂଚନାଯୋଗ୍ୟ, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ବିନେଶ ଫୋଗାଟଙ୍କ ସମେତ ଅନେକ ରେସଲର ଦୀର୍ଘ ଦିନରୁ ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଫଳରେ ପ୍ରଥମେ ବ୍ରିଜଭୂଷଣଙ୍କୁ WFIରୁ ନିଲମ୍ବନ କରାଯାଇଥିଲା। ଏହା ପରେ ଯେତେବେଳେ କମିଟି ପୁଣି ନିର୍ବାଚିତ ହୋଇଥିଲା ସେତେବେଳେ ସଞ୍ଜୟ ସିଂହଙ୍କୁ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତାଙ୍କୁ ବ୍ରିଜ୍‌ଭୂଷଣଙ୍କ ଘନିଷ୍ଠ ବୋଲି ମଧ୍ୟ କୁହାଯାଉଥିଲା। ଏହି ନିର୍ବାଚନ ପରେ ମଧ୍ୟ ସବୁ କୁସ୍ତିଯୋଦ୍ଧା ବିରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: WFIର ମାନ୍ୟତା ରଦ୍ଦ ହେବା ପରେ ବଜରଙ୍ଗ ପୁନିଆ କହିଲେ- ଗ୍ରହଣ କରିବିନି ପଦ୍ମଶ୍ରୀ, ଯେ ପର୍ଯ୍ୟନ୍ତ…

କୁସ୍ତିଯୋଦ୍ଧାଙ୍କ ବିରୋଧ ପରେ କ୍ରୀଡ଼ା ମନ୍ତ୍ରାଳୟ ନୂଆ କମିଟିକୁ ରଦ୍ଦ କରିଥିଲେ। ଆଉ ସଞ୍ଜୟ ସିଂହଙ୍କ ସମେତ ପୂରା କମିଟିକୁ ହଟାଇଦେଇଥିଲେ। କ୍ରୀଡ଼ା ମନ୍ତ୍ରାଳୟ କହିଥିଲା ଯେ, କମିଟି ନୂଆ ନିୟମ ଅନୁଯାୟୀ କାମ କରିବାକୁ ହେବ। ନୂଆ କମିଟି ରେ ପୁରୁଣା କମିଟିର ଛାପ ନରହିବା ଦରକାର ଆଉ ଯେଉଁ ଲୋକଙ୍କ ଉପରେ ଅଭିଯୋଗ ଥିଲା ସେମାନେ କମିଟିକୁ ଚଳାଇପାରିବେ ନାହିଁ। ନୂଆ କମିଟିକୁ ହଟାଇବାକୁ କୁସ୍ତିଯୋଦ୍ଧା ସ୍ବାଗତ କରିଥିଲେ, ହେଲେ ଏହା ପରେବି ରେସଲରଙ୍କ ପଦକ ଫେରାଇବା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.