ଅଭିଜିତ ଆୟାରଙ୍କ ପାଇଁ ବଢୁଛି ଅଡୁଆ ; ଜାମିନ୍ ଆବେଦନ ଖାରଜ ପରେ ନିମାପଡା ଜେଲ୍ ଗଲେ

Published By : Prameya-News7 Bureau | October 26, 2018 IST

କୋଣାର୍କ ୨୬|୧୦: ଅଭିଜିତ ଆୟାରଙ୍କ ଜାମିନ୍ ଆବେଦନ ଖାରଜ । କୋଣାର୍କ ଜେଏମଏଫସି କୋର୍ଟରେ ଅଭିଜିତଙ୍କ ଜାମିନ ଆବେଦନ ଖାରଜ ହେବାରୁ କେ।ର୍ଟ ତାଙ୍କୁ ନିମାପଡା ଜେଲକୁ ପଠାଇଦେଇଛନ୍ତି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ନିମାପଡା ଜେଲ୍ ରେ ରହିବେ ଅଭିଜିତ ।  ଅଭିଜିତଙ୍କୁ ଗତକାଲି କୋଣାର୍କ ପୋଲିସ ଜେଏମ ଏଫସି କେ।ର୍ଟରେ ହାଜର କରିଥିଲା । ଅଭିଜିତଙ୍କୁ ରିମାଣ୍ଡରେ ନେବାକୁ କୋଣାର୍କ ଥାନା ପୋଲିସ ଖୋର୍ଦ୍ଧା ଜେଏମଏଫସି କୋର୍ଟରେ ଆବେଦନ କରିଥିଲା । କୋର୍ଟ ୪ ଦିନ ରିମାଣ୍ଡ ଅନୁମତି ଦେଇଥିଲେ । ତେବେ ପୁଣି ଥରେ କେ।ଣାର୍କ ପେ।ଲିସ ରିମାଣ୍ଡରେ ନେଇପାରେ । କେଉଁ ପରିସ୍ଥିତିରେ, କାହା ପ୍ରରୋଚନାରେ ଅଭିଜିତ କୋଣାର୍କ ଉପରେ ହେଲିକପ୍ଟରରେ ଉଡ଼ିଲେ । କାହିଁକି ସେ ଓଡ଼ିଶାର ଐତିହ୍ୟ ସୂର୍ଯ୍ୟ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଲେ ? ଏମିତି ଅନେକ ପ୍ରଶ୍ନ ଅଭିଜିତଙ୍କୁ ଜେରା କରିବ କୋଣାର୍କ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.