ଜୁଲାଇ ୧୦ରେ ମୋଦି ସରକାର ଲାଗୁ କରିବେ ଆଉ ଏକ ବଡ ନିଷ୍ପତ୍ତି, ପ୍ରଭାବିତ ହେବେ ୨୨ ଲକ୍ଷ ଲୋକ, ଜାଣନ୍ତୁ କ’ଣ

Published By : Prameya-News7 Bureau | July 01, 2019 IST

ନୂଆଦିଲ୍ଲୀ:  କେନ୍ଦ୍ରର ମୋଦି ସରକାର ଓ ନାଗାଲ୍ୟାଣ୍ଡର ଏନଡିଏ ସରକାର ମିଳିତ ଭାବେ କଡା ନିଷ୍ପତ୍ତି ନେବା ସହ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସାମ ଭଳି ନାଗାଲ୍ୟାଣ୍ଡରେ ମଧ୍ୟ ନ୍ୟାସନାଲ ରେଜିଷ୍ଟ୍ରାର ଅଫ ସିଟିଜେନସ୍ ଏନଆରସି ଲାଗୁ କରିବାକୁ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ବସବାସ କରୁଥିବା ବିଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିଦିଆଯିବ। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଗୃହ ସଚିବଙ୍କୁ ନୋଟିଫିକେସନ ଜାରି କରିଛନ୍ତି।

{"id":129411}

କେନ୍ଦ୍ର ସରକାରଙ୍କ ନୋଟିଫିକେସନ ଅନୁସାରେ ରାଜ୍ୟରେ ରେଜିଷ୍ଟର ଅଫ ଇଣ୍ଡିଜିନିୟସ୍ ଇନହେବିଟାଣ୍ଟ ଅଫ ନାଗାଲ୍ୟାଣ୍ଡସ୍ ଆରଆଇଆଇଏନ୍ ପ୍ରସ୍ତୁତ ହେବ। ଏଥିପାଇଁ ଜୁଲାଇ ୧୦ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ଆଗାମୀ ୬୦ ଦିନ ମଧ୍ୟରେ ଏହି କାର୍ଯ୍ଯ ଶେଷ ହେବ। ଇଣ୍ଡିଜିନିୟସ ସାର୍ଟିଫିକେଟ ଆଇଆଇସିଙ୍କ ନିମନ୍ତେ ଏହି କାର୍ଯ୍ୟ କରାଯିବ। ଏଥିପାଇଁ ରାଜ୍ୟରେ ବିସ୍ତୃତ ସର୍ଭେକ୍ଷଣ କରାଯିବ। ଏହି ସର୍ଭେ ରାଜ୍ୟର ପ୍ରତି ଗାଁ, ଜନପଦ, ସହରାଞ୍ଚଳ ସମେତ ଦୁର୍ଗମ ପର୍ବତ୍ୟାଞ୍ଚଳରେ ବି ହେବ। ଏଥିରେ ଲୋକଙ୍କ ଆଧାରକାର୍ଡ ଯାଞ୍ଚ କରାଯାଇ ପ୍ରତ୍ୟେକ ମୂଳନିବାସୀଙ୍କ ସୂଚୀ ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ସୂଚୀକୁ ପ୍ରତି ଗ୍ରାମ ଏବଂ ୱାର୍ଡ ସ୍ତରରେ ପ୍ରକାଶ କରାଯିବ। ଏହା ବ୍ୟତୀତ ପ୍ରତି ଜିଲ୍ଲାସ୍ତରରେ ବିସ୍ତୃତି ସୂଚୀ ମଧ୍ୟ ପ୍ରକାଶ କରାଯିବ।  

{"id":129412}

ସୂଚୀ ପ୍ରକାଶନ ପରେ ଯେଉଁମାନେ ବାଦ ପଡିବେ ସେମାନଙ୍କୁ ସେମାନଙ୍କର ନାଗରିକତା ପ୍ରମାଣ କରିବାକୁ ୩୦ ଦିନ ସମୟ ଦିଆଯିବ। ଯେଉଁମାନେ ନାଗିରକତା ପ୍ରମାଣ କରିପାରିବେ ସେମାନେ ପୁଣି ସୂଚି ଭୁକ୍ତ ହେବା ସହ ନାଗରିକ ପରିଚୟ ପ୍ରାପ୍ତ କରିବେ। ଯେଉଁମାନେ କରି ନ ପାରିବେ ସେମାନଙ୍କ ସମ୍ପର୍କରେ ପରେ ସରକାର ନିଷ୍ପତ୍ତି ନେବେ। ତେବେ ଏଭଳି ପ୍ରକ୍ରିୟାରେ ରାଜ୍ୟର ପ୍ରାୟ ୨୨ ଲକ୍ଷ ଲୋକପ୍ରଭାବିତ ହେବେ ବୋଲି ଏବେଠାରୁ ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.