ଆଲିଆଙ୍କ ପରେ ଦୀପିକା ଦେବେ ଗୁଡନ୍ୟୁଜ୍ ! ପ୍ରେଗନେନ୍ସିଙ୍କୁ ନେଇ କହିଲେ ଏମିତି…
19/01/2023 at 12:35 PM

ମୁମ୍ଵାଇ ୧୯।୦୧: ବିଟାଉନ୍ର ପାୱାରଫୁଲ୍ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଏହି ଯୋଡି ବଲିଉଡର ଖୁବ୍ ଚର୍ଚ୍ଚିତ। ଦୀପିକା ଏବଂ ରଣବୀରଙ୍କ ବିବାହର ଚାରି ବର୍ଷ ବିତିଗଲାଣି, କିନ୍ତୁ ଏହି ଦମ୍ପତି ଏପର୍ଯ୍ୟନ୍ତ ବେବି ପ୍ଲାନିଂ ଏପର୍ଯ୍ୟନ୍ତ କରି ନାହାନ୍ତି। କିନ୍ତୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଘରେ ଖୁସି ଖବର ଆସିବା ପରେ କରିବା ପରେ ଚଳିତ ବର୍ଷ ଦୀପିକା ଖୁସି ଖବର ଶୁଣିପାରନ୍ତି। ଏହା ଆମ ନୁହେଁ, ଦୀପିକା ନିଜେ ଏକ ସାକ୍ଷାତକାରରେ ଏହା କହିଛନ୍ତି।
ଏକ ସାକ୍ଷାତକାରରେ ଦୀପିକା ନିଜର ୧୦ ବର୍ଷର ପ୍ଲାନିଂ ବିଷୟରେ କହିଛନ୍ତି କି ‘୧୦ ବର୍ଷ ମଧ୍ୟରେ ସେ ଏପରି ଏକ ସ୍ଥାନରେ ରହିବେ ଯେଉଁଠାରେ ୩ ପିଲା ତାଙ୍କ ଚାରିପାଖରେ ଖେଳିବେ। ଯାହାକୁ ସେ ସୁଟିଂ ସେଟ୍କୁ ନେଇକି ଯିବେ। ସେମାନଙ୍କର ଏକ ଛୋଟ, ହସୁଥିବା ପରିବାର ହେବ। ଦୀପିକା ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଅଭିନୟ କାର୍ଯ୍ୟ ଜାରି ରଖିବେ।
କହିବାକୁ ଗଲେ, ଦୀପିକା ୨୦୧୩ରେ ରାଜୀବ ମସନ୍ଦଙ୍କ ରାଉଣ୍ଡ ଟେବୁଲ୍ ସୋ’ରେ ତାଙ୍କର ୧୦ ବର୍ଷର ପ୍ଲାନିଂ ବିଷୟରେ କହିଥିଲେ। ଏହା ପରେ ୩ ପିଲାଙ୍କ ଇଚ୍ଛା ଏବଂ ଗର୍ଭଧାରଣ ବିଷୟରେ ଥିବା ଭାବନା ବି କହିଥିଲେ। ଏଥି ସହିତ ଦୀପିକା ଗର୍ଭବତୀ ଏବଂ ରଣବୀରଙ୍କ ବିବାହ ମଧ୍ୟ ୪ ବର୍ଷ ପୂରଣ ହୋଇଛି। ଦୀପିକା-ରଣବୀର ୨୦୧୮ରେ ବିବାହ କରିଥିବାବେଳେ ଆଲିଆ-ରଣବୀର ପିତାମାତା ହେବା ପରଠାରୁ ଦୀପିକାଙ୍କ ପ୍ରଶଂସକମାନେ ମଧ୍ୟ ଖୁସି ଖବର ବିଷୟରେ କଳ୍ପନା କରୁଛନ୍ତି।