ଜିଓର ରିଚାର୍ଜ ପ୍ଲାନ ହେବ ମହଙ୍ଗା- ଭୋଡାଫୋନ୍ , ଆଇଡିଆ ଓ ଏୟାରଟେଲ୍ ପରେ ଜିଓ ନେଇ ପାରେ ଏହି ପଦକ୍ଷେପ

Published By : Prameya-News7 Bureau | November 19, 2019 IST

ନୂଆଦିଲ୍ଲୀ୧୯/୧୧: ଭୋଡ଼ାଫୋନ, ଆଇଡ଼ିଆ ଓ ଏୟାରଟେଲ ପରେ ଏବେ ରିଲାନ୍ସ ଜିଓ ନିଜର ପ୍ଲାନ ମହଙ୍ଗା କରିବ ବୋଲି ଘୋଷଣା କରିଛି। ଆସନ୍ତା ସପ୍ତାହରେ ଜିଓ ନିଜର ପ୍ଲାନ ମହଙ୍ଗା କରିବ। ଏହି ପ୍ଲାନର ମୂଲ୍ୟ କେତେ ରହିବ ଏ ସଂପର୍କ ଜିଓ କୌଣସି ସୂଚନା ଦେଇ ନାହିଁ।

 ଭୋଡ଼ାଫୋନ, ଏୟାରଟେଲ ଓ ଆଇଡ଼ିଆ ନିଜର ପ୍ଲାନ ବୃଦ୍ଧି କଲେ ସରକାରଙ୍କୁ ​‌ଏଜିଆର (Adjusted Gross Revenue) ଦେଉଛନ୍ତି। ଏହି କମ୍ପାନୀଠାରୁ  ଗତ କିଛିଦିନ ତଳେ ସୁପ୍ରିମ କୋର୍ଟ ଭୋଡ଼ାଫୋନ ଓ ଆଇଡ଼ିଆକୁ ଏଜିଆର ଭାବେ ୪୪,୨୦୦ .କୋଟି ଟଙ୍କା ଦେବା ପାଇଁ ୯୦ ଦିନ ସମୟ ଦେଇଥିଲେ।  ଏହି ଡିସେମ୍ବର ଏକ ତାରିଖରୁ ଭୋଡ଼ାଫୋନ ଓ ଆଇଡ଼ିଆ ନିଜର ଟାରିଫ୍ ପ୍ଲାନ ମହଙ୍ଗା କରିବ ବୋଲି ଘୋଷଣା କରିସାରିଛି। ଏଥିସହ ଡିସେମ୍ବର ମାସରେ ଏୟାରଟେଲ ମଧ୍ୟ ନିଜର ଟାରିଫ୍ ପ୍ଲାନ ଲଞ୍ଚ କରିବ। ଏହି  ପ୍ଳାନ ପରିବର୍ତ୍ତନ କରି ଏହାର ମୂଲ୍ୟ କେତେ ରହିବ ତାହାର ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ ଯେ ଟ୍ରାଇ ସୂଚନା ଅନୁସାରେ ଅଗଷ୍ଟ ୧ ତାରିଖରୁ ୨୦୧୯ ମସିହା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୬୯,୮୩,୧୪୬ ୟୁଜର୍ସ ଜିଓ ସହ ଯୋଡ଼ି ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୩,୮୪,୬୧୦ ୟୁଜର୍ସ ଏୟାରଟେଲ ଛାଡ଼ିଛନ୍ତି। ଏଥିସହ ୨୫,୭୬,୭୨୬ ୟୁଜର୍ସ ଭୋଡ଼ାଫୋନ ଓ ଆଇଡ଼ିଆ ଛାଡ଼ିଛନ୍ତି। କିନ୍ତୁ ବିଏସଏନଏଲ ଉପରେ ଲୋକେ ଏବେ ବି ଭରସା ରଖିଛନ୍ତି। କାହିଁକି ନା ଏହି ସମୟ ମଧ୍ୟରେ ୭୩,୭,୯୨୮ ୟୁଜର୍ସ ବିଏସଏନଏଲ ସହ ଯୋଡ଼ି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.