Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

‘ଆପ୍’ର ଅଭିଯୋଗ ପରେ ଆସିଲା ତିହାର କର୍ତ୍ତୃପକ୍ଷଙ୍କ ବୟାନ, ଜଣାଇଲେ ଜେଲରେ ସିସୋଦିଆଙ୍କ ସହ ରହୁଛନ୍ତି କିପରି ଲୋକେ

8/03/2023 at 7:12 PM

ନୂଆଦିଲ୍ଲୀ ୮।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ନେଇ ଆମ ଆଦମୀ ପାର୍ଟି (ଆପ୍)ର ଅଭିଯୋଗ ପରେ ତିହାର ପ୍ରଶାସନର ବୟାନ ସାମ୍ନାକୁ ଆସିଛି। ଏଥିରେ ତିହାର ଜେଲ ଅଧିକାରୀମାନେ ଯେଉଁ ୱାର୍ଡରେ ମନିଷ ସିସୋଦିଆ ରହୁଛନ୍ତି ତାଙ୍କ ସହ ସେହି ୱାର୍ଡରେ କେଉଁମାନେ ରହୁଛନ୍ତି ତାହା ବୁଧବାର ସୂଚିତ କରିଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ତାଙ୍କୁ ଏକ ଅଲଗା ୱାର୍ଡରେ ରଖାଯାଇଥିବା ଜେଲ ପ୍ରଶାସନ କହିଛି।   

ଜେଲ ପ୍ରଶାସନ ସୂଚନା ଅନୁସାରେ ଆପ ନେତା ମନିଷ ସିସୋଦିଆଙ୍କୁ ସିଜେ-୧ ୱାର୍ଡରେ ରଖାଯାଇଛି। ଏହି ୱାର୍ଡରେ ସେପରି କୈଦୀଙ୍କୁ ରଖା ଯାଏ ଯେଉଁମାନଙ୍କ ଆଚରଣ ଭଲ ଓ ଗ୍ୟାଙ୍ଗଷ୍ଟର ନୁହନ୍ତି। ଏହା ଛଡା ସିସୋଦିଆଙ୍କ ସୁରକ୍ଷା ଲାଗି ଜେଲ ନିୟମ ଅନୁସାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶାସନ କହିଛି। ଅବକାରୀ ନୀତି ମାମଲାରେ ମନିଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଯିବା ପରେ ତାଙ୍କୁ ଜେଲ ନମ୍ବର ୧ରେ ରଖା ଯାଇଛି।

ସିସୋଦିଆଙ୍କୁ ତିହାରର ୧ ନମ୍ବର ଜେଲରେ ରଖାଯିବା ନେଇ ଆପ ବିଧାୟକ ଓ ସାଂସଦ ବୁଧବାର ଗୁରୁତର ଅଭିଯୋଗ ଆଣିଥିଲେ। ଏହା ପରେ ତିହାର କର୍ତ୍ତୃପକ୍ଷ ବୟାନ ରଖିଛନ୍ତି। ଆପ ନେତା ସଞ୍ଜୟ ସିଂହ  ଗଣମାଧ୍ୟମକୁ ସମ୍ବୋଧିତ କରି ରଙ୍ଗର ପର୍ବ ହୋଲି ଅବସରରେ ଆପ ପ୍ରତି ବିଜେପିର ଶତ୍ରୁତା ଏପରି ବଢି ଯାଇଛି ଯେ ଦିଲ୍ଲୀକୁ ଶିକ୍ଷାର ନୂଆ ମଡେଲ ଦେଇଥିବା ମନିଷ ସିସୋଦିଆଙ୍କୁ ଜେଲରେ ଏପରି ଦୁର୍ଦାନ୍ତ ଆପରାଧୀଙ୍କ ଗହଣରେ ରଖା ଯାଇଛି ଯେଉଁଠି ତାଙ୍କର ହତ୍ୟାର ଭୟ ବଢି ଯାଇଛି ବୋଲି ଅଭିଯୋଗ କରିଥିଲେ।

ଏହି ଅବସରରେ ଆପ ନେତା ଜେଲ ଅଧିକାରୀମାନଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। ସଞ୍ଜୟ ସିଂହ ଜେଲ ଅଧିକାରୀମାନଙ୍କୁ ଚେତାବନୀ ଦେଇଥିଲେ ଯେ ସେମାନେ ବିଜେପିର ଷଡ଼ଯନ୍ତ୍ରରେ ନ ପଡନ୍ତୁ। ଜେଲରେ ଅନେକ ହତ୍ୟା ହୋଇଛି, ଏଣୁ ଆମକୁ ତାଙ୍କର ହତ୍ୟା ଆଶଙ୍କା ଘାରିଥିବା କହିଥିଲେ। ତେବେ ଜେଲ ନମ୍ବର-୧ ତିହାର ପରିସରର ସବୁଠୁ ପୁରୁଣା ଜେଲ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏଣୁ ଏଠାରେ ତାଙ୍କର ସୁରକ୍ଷା ନେଇ ଚିନ୍ତିତ ନ ହେବା ପାଇଁ ପ୍ରଶାସନ ଗଣମାଧ୍ୟକୁ କହିଛି।   

   Related Posts