Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୀର୍ଘ ୭ ଘଣ୍ଟା ପରେ ସମ୍ବାଦ କାର୍ଯ୍ୟାଳୟରୁ ବାହାରିଲା EOW, ସିଓଓଙ୍କୁ ଦ୍ଵିତୀୟ ଦିନରେ ବି ଜେରା

18/09/2023 at 9:43 PM

ଭୁବନେଶ୍ଵର:  ଦୈନିକ  ସମ୍ବାଦ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା EOW ଚଢ଼ାଉ କରିଛି। ଲୋନ ଠକେଇ ଅଭିଯୋଗର  ଏହି ଚଢ଼ାଉ କରାଯାଇଥିବା EOW ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସଂଧ୍ୟାରେ EOWରେ ହାଜର ହୋଇଥିଲେ ସମ୍ବାଦର ସିଓଓ କମଳାକାନ୍ତ ମହାପାତ୍ର। ତେବେ ଆଜି ଦୀର୍ଘ ୭ ଘଣ୍ଟା ପରେ ସମ୍ବାଦ ଅଫିସରୁ ବାହାରିଛି ଇଡଡବ୍ଲ୍ୟୁ। ଅନ୍ୟପଟେ ସମ୍ବାଦ ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ୨ୟ ଦିନରେ ପଚରାଉଚୁରା କରାଯାଇଛି। ପଚରାଉଚୁରା ପରେ ସମ୍ବାଦ ସିଓଓ ଇଓଡବ୍ଲ୍ୟୁ ଅଫିସରୁ ବାହାରିଛନ୍ତି।

Also read- ରିମାଣ୍ଡରେ ଆସିବ ଠକ ସର୍ଦ୍ଦାର ସଚ୍ଚିଦାନନ୍ଦ, JMFC କୋର୍ଟରେ ୩ ଦିନ ଆବେଦନ କଲା ସ୍ପେଶାଲ କ୍ରାଇମ ୟୁନିଟ୍

ଦୈନିକ ସମ୍ବାଦ ଅଫିସରେ ଇଓଡବ୍ଳୁର ଛାନଭିନ। ସମ୍ବାଦର ରସୁଲଗଡ଼ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ଇଓଡବ୍ଳୁର ଟିମ୍ ଯାଞ୍ଚ କରିଛି। ସମୟ ଦିନ ୧୨ଟା, ସମ୍ବାଦର ରସୁଲଗଡ଼ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଇଓଡବ୍ଳୁ ଟିମ୍। ଟିମ୍‌ରେ ଥିଲେ ୩ ଜଣ ଡିଏସପି ୪ ଜଣ ଇନସ୍ପେକ୍ଟରଙ୍କ ସହିତ ସହିଦ ନଗର ଥାନାର ଏସିପି ଓ ତାଙ୍କ ଟିମ୍। ମୋଟ  ୧୨ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଥିଲା ଯାଞ୍ଚ। ଏଥିସହିତ ଏଥିରେ ସାମିଲ ହୋଇଥିଲେ କମିଶନରେଟ୍ ପୋଲିସ।

ସମ୍ବାଦରେ ରୁଣ ଠକେଇ ନେଇ ଯେଉଁ ଅଭିଯୋଗ ଆସିଛି ତାହା ଉପରେ ଯାଞ୍ଚ କରୁଛି ଇଓଡବ୍ଳୁ।  ଗତକାଲି ଏହି ମାମଲାରେ ସମ୍ବାଦର ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ମାରାଥନ ଜେରା କରିଥିଲା ଇଓଡବ୍ଳୁ। ପୂର୍ବତନ କର୍ମଚାରୀ ଆଣିଥିବା ଋଣ ଠକେଇ ଅଭିଯୋଗରେ ପ୍ରତିଟି ଖିଅ କାଢ଼ିବାକୁ ଚେଷ୍ଟା କରିଥିଲା। ସେହିପରି ଆଜି ଇଓଡବ୍ସୁ ମାନବ ସଂବଳ ଅଧିକାରୀ ବୈଜୟନ୍ତୀ କର ପଚରାଉଚରା କରିଛି।

ଏହାରି ମଧ୍ୟରେ ସମ୍ବାଦର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟସ ସଂପର୍କରେ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ଇଓଡବ୍ଳୁ। ଏଥିପାଇଁ ବିଭିନ୍ନ ବ୍ୟାଙ୍କର ଅଧିକାରୀଙ୍କୁ ହାଜର ହେବା ଲାଗି ନୋଟିସ ଜାରି କରାଯାଇଛି। ତେବେ ଇଓଡବ୍ଳୁ ଏଥିରୁ କି କି ତଥ୍ୟ ପାଇଛି ତାହା  ସୂଚନା ଦେଇନଥିବା ବେଳେ ସଂବାଦ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

   Related Posts