ଆମେରିକାର ଉତ୍ତର ଭର୍ଜିନିଆରେ ଏକ ଆଶ୍ଚର୍ଯ୍ୟକର ମାମଲା ଦେଖିବାକୁ ମିଳିଛି। ଏଠାରେ ଜଣେ ଡାକ୍ତର ଯିଏକି ଜନ୍ମରୁ ଆମେରିକାରେ ହିଁ ରହିଆସୁଛନ୍ତି, ଏବେ ସେ ଜାଣିବାକୁ ପାଇଛନ୍ତି ଯେ, ସେ ଆମେରିକାର ନାଗରିକ ନୁହଁନ୍ତି। ଆଉ ଏବେ ତାଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଲଗାଇବାକୁ ପଡ଼ୁଛି କୋର୍ଟର ଚକ୍କର।
ଏହି ଡାକ୍ତରଙ୍କ ନାମ ସିୟାବଶ ସୋଭାନୀ। ଓ୍ବାଶିଂଟନ ପୋଷ୍ଟର ରିପୋର୍ଟ ଅନୁଯାୟୀ, ୬୨ ବର୍ଷ ହେବା ପରେ ସେ ନିଜର ପାସପୋର୍ଟ ରିନ୍ୟୁ କରିବା ପାଇଁ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ ସେଠାରେ ଅଧିକାରୀ କଥାଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କର ନାଗରିକତା ପିଲାଦିନରୁ ହିଁ ଚାଲିଯାଇଛି।
ଆହୁରି ପଢ଼ନ୍ତୁ: ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ନେଇ ଆମେରିକାର ଅଭିଯୋଗ ପରେ ଜବାବ ରଖିଲା ଭାରତ
ତାଙ୍କୁ କୁହାଯାଇଥିଲା ଯେ, ତାଙ୍କୁ ତାଙ୍କର ଜନ୍ମ ସମୟରେ ଭୁଲ୍ରେ ଆମେରିକାର ନାଗରିକତ୍ବ ମିଳିଯାଇଥିଲା। କାରଣ ତାଙ୍କ ବାପା ସେତେବେଳେ ଆମେରିକାରେ ଇରାନ ଦୂତାବାସରେ ରାଷ୍ଟ୍ରଦୂତ ଥିଲେ। ଆହୁରି ମଧ୍ୟ କାରଣ ଦିଆଯାଇଥିଲା ଯେ, ଆମେରିକାରେ ଯେଉଁ ମାତା-ପିତାଙ୍କ ପାଖରେ କୂଟନୀତିଜ୍ଞ ଛାଡ଼ ରହିଛି, ତାଙ୍କ ଘରେ ଜନ୍ମିତ ପିଲାଙ୍କୁ ଆମେରିକାର ନାଗରିକତା ମିଳିନଥାଏ। ତେବେ ପରେ ଏହାକୁ ସଂଶୋଧନ କରିନିଆଯାଇଥିଲା ଏବଂ ସୋଭାନୀଙ୍କୁ ଆମେରିକାର ନାଗରିକତାରୁ ହଟାଯାଇଥିଲା।
ଗତ ୩୦ ବର୍ଷରୁ ଅଧିକ ସମୟରୁ ଆମେରିକାରେ ଡାକ୍ତର ଅଛନ୍ତି। କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ତାଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ସୋଭାନୀ କହିଛନ୍ତି, ପୂରା ଜୀବନକାଳରେ, ଆମେରିକା ବିଦେଶ ବିଭାଗ ସବୁଥର ପାସପୋର୍ଟ ରିନ୍ୟୁ କରିଥାନ୍ତି। କିନ୍ତୁ ଏବେ ବିଭାଗ କହୁଛି ସେ ଆମେରିକାର ନାଗରିକ ନୁହଁନ୍ତି। ଯାହା ଖୁବ୍ ଆଶ୍ଚର୍ଯ୍ୟକର। ସେ ଆହୁରି କହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ଏପର୍ଯ୍ୟନ୍ତ ୪୦ ହଜାର ଡଲାର ଖର୍ଚ୍ଚ କରିସାରିଲେଣି ହେଲେବି ସମସ୍ୟାର ସମାଧାନ ହୋଇନାହିଁ।
ଆହୁରି ପଢ଼ନ୍ତୁ: ବାଇଡେନ୍ ପ୍ରଶାସନଙ୍କୁ ଇରାନ୍ର ଧମକ: ମଧ୍ୟପ୍ରାଚ୍ୟରୁ ଆମେରିକାକୁ ହଟାଇବା ହମାସ ମିଲିଟାରୀର ଲକ୍ଷ୍ୟ