ରାଜି ହେଲେ ସୁପ୍ରିମକୋର୍ଟ, ୬ ବର୍ଷ ପରେ ବୁଧବାର ହେବ ନୋଟବନ୍ଦୀର ଶୁଣାଣି

Published By : Prameya-News7 Bureau | September 27, 2022 IST

ନୂଆଦିଲ୍ଲୀ ୨୭।୯: ନୋଟବନ୍ଦୀର ସାମ୍ବିଧାନିକ ବୈଦ୍ଧତାକୁ ଚାଲେଞ୍ଚ କରି ଦାଖଲ ପିଟିସନର ସୁପ୍ରିମକୋର୍ଟ ବୁଧବାର ଶୁଣିଣି କରିବେ। ଜଷ୍ଟିସ୍ ଅବ୍ଦୁଲ ନଜିରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସୀୟସାମ୍ବିଧାନିକ ପୀଠରେ ଏହି ପିଟିସନର ଶୁଣିଣି ହେବେ। ମାମଲା ୧୬ ଡିସେମ୍ବର ୨୦୧୬ରେ ସମ୍ବିଧାନ ପୀଠକୁ ପଠାଯାଇଥିଲା। ତେବେ ପୀଠ ଗଠନ ହେବା ବାକି ଥିଲା। ନୋଟବନ୍ଦୀ ଲାଗି ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ନାରାୟଣ ଶର୍ମା ଏହି ପିଟିସନ ଦାଖଲ କରିଥିଲେ।

ମାମଲାରେ ନାରାୟଣ ଶର୍ମାଙ୍କ ପିଟିସନ ପରେ ପରେ ପୃଥକ ପୃଥକ ୫୭ଟି ପିଟିସନ ଦାଖଲ ହୋଇଥିଲା। ସମ୍ବିଧାନ ପୀଠ ଏହି ସବୁ ପିଟିସନ ଉପରେ ଏକକାଳୀନ ଶୁଣାଣି କରିବେ। ୮ ନଭେମ୍ବର ୨୦୧୬ରେ ଦେଶକୁ ସମ୍ବୋଧିତ କରିବା ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟରାତ୍ରରୁ ୫୦୦ ଓ ୧୦୦୦ ଟଙ୍କାର ନୋଟର ପ୍ରଚଳନ ବନ୍ଦ କରିଦେଇଥିଲେ। ଏହି ନିଷ୍ପତ୍ତିକୁ ପରେ ଅନେକ ଲୋକ ବିରୋଧ କରିଥିଲେ।

{"id":689234,"width":841,"height":468,"sizeSlug":"full","linkDestination":"none"}

ବିରୋଧୀ ଦଳମାନେ ମଧ୍ୟ ସେତେବେଳେ ଏହାକୁ ବେପରୁଆ ପଦକ୍ଷେପ କହିବା ସହ ଏହା ଦ୍ୱାରା ଭାରତୀୟ ଅର୍ଥ ବ୍ୟବସ୍ଥା ବରବାଦ ହୋଇଗଲା ବୋଲି କହିଥିଲେ। ସେପଟେ ପ୍ରଧାନମନ୍ତ୍ରୀଙ୍କ ନୋଟବନ୍ଦୀ ଘୋଷଣାର ମାତ୍ର କିଛି ଘଣ୍ଟାରେ ୮୬ ପ୍ରତିଶତ କ୍ୟାସ ସମାପ୍ତ ହୋଇଯାଇଥିଲା। କରେନ୍ସୀ ଅଭାବ ଯୋଗୁ ଦେଶର ବ୍ୟାଙ୍କମାନଙ୍କରେ ଲୋକଙ୍କ ଲମ୍ବାଧାଡି ଲାଗି ଯାଇଥିଲା। ଲୋକେ ପୂରଣା ନୋଟ ବଦଳାଇ ତା ବଦଳେ ୫୦୦ ଓ ୨୦୦୦ ଟଙ୍କାର ନୋଟ ନେବାକୁ ବିଭିନ୍ନ ବ୍ୟାଙ୍କ ସାମ୍ନାରେ ଦୀର୍ଘ ଧାଡି ବନ୍ଧିଥିଲେ।

ସେତେବେଳେ ପ୍ରଧାନମନ୍ତ୍ରୀ ବିମୁଦ୍ରିକରଣକୁ ଏପରି ଏକ ଅବସର ଭାବେ ବର୍ଣ୍ଣନା କରିଥିଲେ ଯେଉଁଥିରେ ପ୍ରତ୍ୟେକ ନାଗରିକ କଳାଧନ ଓ ନକଲୀ ନୋଟ ବିରୋଧରେ ସରକାରଙ୍କ ମହାଯଜ୍ଞରେ ସାମିଲ ହୋଇପାରିବେ ବୋଲି କହିଥିଲେ। ମାମଲାର ଶୁଣାଣି ଲାଗି ସୁପ୍ରିମକୋର୍ଟ ସମ୍ବିଧାନିକ ପୀଠ ଗଠନ କରିଛନ୍ତି। ଏହି ପୀଠ ନୋଟ ବନ୍ଦୀକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ପିଟିସନମାନଙ୍କର ଶୁଣାଣି କରିବେ। ନୋଟବନ୍ଦୀ ଏହି ପୀଠର ପ୍ରଥମ ମାମଲା ହେବ। ଜଷ୍ଟିସ୍ ଅବ୍ଦୁଲ ନଜିରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠରେ ଜଷ୍ଟିସ୍ ବି.ଆର.ଗବଇ, ଜଷ୍ଟିସ୍ ଏ.ଏସ୍.ବୋପାନ୍ନା, ଜଷ୍ଟିସ୍ ଭି.ରାମା ସୁବ୍ରମଣ୍ୟମ ଓ ଜଷ୍ଟିସ ବି.ଭି.ନାଗରତ୍ନା ସଦସ୍ୟ ଅଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.