୬ ବର୍ଷ ପରେ ‘ଅସୁର’ ଫେମ୍ ଅର୍ସଦ ୱାର୍ସିଙ୍କ କମ୍ବ୍ୟାକ୍, ଏହି ଶୋ’ରେ ଆସିବେ ନଜର
5/10/2023 at 7:42 AM

ମୁମ୍ଵାଇ ୦୫।୧୦: ରିଆଲିଟି ଶୋ ଝଲକ ଦିଖଲାଜା ଖୁବ୍ ଚର୍ଚ୍ଚାରେ ଅଛି। ଶୋ’ର ନୂଆ ସିଜନ୍ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଏହି ଶୋ’ରେ ଫରାହ ଖାନ ଏବଂ ମଲାଇକା ଆରୋରା ଜଜ୍ ହେବେ ବୋଲି ଖବର ରହିଛି। ତୃତୀୟ ଜଜ୍ଙ୍କ ଚେୟାରରେ ଅଭିନେତା ଅର୍ଶଦ ୱାର୍ସିଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଅର୍ଶଦ ୱାର୍ସି ୬ବର୍ଷ ପରେ ଟିଭିରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି। ତାଙ୍କୁ ସୋ ଝଲକ ଦିଖଲାଜାଙ୍କ ଜଜ୍ କରୁଥିବା ଦେଖିବାକୁ ମିଳିବ। ତାଙ୍କୁ ଶେଷ ଥର ପାଇଁ ୨୦୧୭ ରେ ସବସେ ବଡା କଲାକାରେ ନଜର ଆସିଥିଲେ । ଏକ ସୋର୍ସରୁ ଜଣାପଡିଛି ଲେଖିଛି – ଶୋ’ରେ ଅର୍ଶଦ ପାଇ ଆମେ ଖୁସି। ଜର୍ଜିଂ ପ୍ୟାନେଲ୍ ସଂପୂର୍ଣ୍ଣ ଅଟେ । ଆମେ ପ୍ରତିଯୋଗୀଙ୍କ ତାଲିକା ଚୂଡ଼ାନ୍ତ କରିବାରେ ବ୍ୟସ୍ତ । ଶୋ’ର ପ୍ରଥମ ପ୍ରୋମୋ ଆସନ୍ତା ସପ୍ତାହରେ ସୁଟ୍ ହୋଇପାରେ। ହେଲେ ଏହି ଖବର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ।
ଶୋ’ର ପ୍ରତିଯୋଗୀମାନଙ୍କ ବିଷୟରେ କହିବାକୁ ଗଲେ ଏହି ତାଲିକାରେ ଅଭିନେତା ଶୋଏବ ଇବ୍ରାହିମଙ୍କ ନାମ ଶୁଣିବାକୁ ମିଳୁଛି ।ନିକଟରେ ଶୋଏବ ତାଙ୍କ ନୂଆ ପ୍ରୋଜେକ୍ଟ ବିଷୟରେ ତାଙ୍କ ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିଥିଲେ। ତେବେ ପ୍ରୋଜେକ୍ଟ କ’ଣ ତାହା ସେ କହି ନାହାଁନ୍ତି। ତା’ପରେ ଖବର ଆସିଲା ଯେ ଶୋଏବଙ୍କୁ ଝଲଜ ଦିଖଲାଜାରେ ଦେଖିବାକୁ ମିଳିବ।