Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବର ସବୁଠାରୁ ମନ୍ଥର ଛାତ୍ର, ୫୪ ବର୍ଷ ପଢିବା ପରେ ମିଳିଲା ଡିଗ୍ରୀ

29/05/2023 at 12:56 PM

ନୂଆଦିଲ୍ଲୀ ୨୯/୦୫; କୁହାଯାଏ ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକିୟା। ଜୀବନ ଥିବା ଯାଏ ମଣିଷ କିଛି ନା କିଛି ଶିଖୁଥାଏ। କିନ୍ତୁ ଡିଗ୍ରୀ ହାସଲ କରିବାର କିଛି ନିର୍ଦ୍ଧିଷ୍ଟ ବୟସ ଥାଏ। କିଏ ଖୁବ୍‌ ଜଲଦି ନିର୍ଦ୍ଧିଷ୍ଟ ଡିଗ୍ରୀ ହାସଲ କରିଥାଏ ତ କାହାକୁ ପଢା ଶେଷ କରିବାକୁ ବହୁତ ସମୟ ଲାଗେ। ଏହି କ୍ରମରେ ଆର୍ଥର ରସ୍‌ ନାମକ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଦୀର୍ଘ ୫୪ ବର୍ଷର ପଢିବା ପରେ ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତାଙ୍କୁ ବିଶ୍ବର ସବୁଠାରୁ ମନ୍ଥର ଛାତ୍ରର ମାନ୍ୟତା ମଧ୍ୟ ମିଳିଛି।  ୧୯୬୯ ମସିହାରେ ରସ୍‌ ସ୍ନାତକ ଡିଗ୍ରି ପାଠ୍ୟକ୍ରମ ପାଇଁ ଉକ୍ତ ବିଶ୍ବବିଦ୍ୟାଳୟରେ ନିଜର ନାମ ଲେଖାଇଥିଲେ। ପ୍ରଥମେ ଇଂରେଜୀରେ ସ୍ନାତକ ହାସଲ କରିବାକୁ ଚାହୁଁଥିବା ତତ୍କାଳୀନ ଯୁବବିଦ୍ୟାର୍ଥୀ ପରେ ନାଟକ ବିଭାଗ ପାଇଁ ମନ ବଳାଇଥିଲେ।

Slowest student in the world' finishes UBC degree 54 years after he first  enrolled | CBC News

ତେଣୁ ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟର ବିଏ ପଢ଼ା ଅଧାରୁ ଛାଡ଼ି ସେ କାନାଡ଼ାର ମଣ୍ଟ୍ରିଲର ଜାତୀୟ ନାଟକ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ପାଠ ପଢ଼ା ସରିବା ପରେ ସେ ଅନୁଭବ କଲେ ଯେ ଅଭିନେତାର ଜୀବନ ତାଙ୍କୁ ସୁହାଇବ ନାହିଁ। ଚାକିରି କରିବା ପାଇଁ ଟରଣ୍ଟୋ ସ୍ଥିତ ଆଇନ ବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ ଏବଂ ଭାନ୍‌କୁଭର ମେଟ୍ରୋରେ ଜଣେ ସିଭିଲ ଲିଟିଗେଟର ଭାବେ ୩୫ ବର୍ଷ କାଳ ଚାକିରି କରିଥିଲେ।

It took 54 years, but this man just got his bachelor's degree - BBC News

୨୦୧୬ରେ ସେଠାରୁ ଅବସର ନେଲା ପରେ ସେ ପୁରୁଣା ପାଠପଢ଼ା ସମାପ୍ତ କରିବାକୁ ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟ ଗଲେ। ଅନୁରୋଧ କ୍ରମେ ୨୦୧୭ରୁ ତାଙ୍କୁ ଇତିହାସର ଜଣେ ସାମୟିକ-ଛାତ୍ର ହିସାବରେ ଗ୍ରହଣ କରାଯାଇଥିଲା। ଶେଷରେ ଚଳିତବର୍ଷ ସେ ସଫଳତାର ସହ ବିଏ ଡିଗ୍ରି ହାସଲ କରିଛନ୍ତି।

   Related Posts