ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

୫୦ ଘଣ୍ଟା ପରେ କାର୍ଯ୍ୟକ୍ଷମ ହେଲା ଜଳବିଦ୍ୟୁତ ପ୍ରକଳ୍ପ, ଯାନ୍ତ୍ରିକ ତ୍ରୁଟିରୁ ବନ୍ଦ ଥିଲା

9/03/2023 at 8:56 AM

ଲମତାପୁଟ ୦୯/୦୩: ୫୦ ଘଣ୍ଟା ପରେ କାର୍ଯ୍ୟ କ୍ଷମ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ । ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେଲା ୩ ନମ୍ବର ପାଇପ ଲାଇନର ଓ୍ୱାଟରଫ୍ଲାଇ ୱାଲ୍ବବ । ସୋମବାର ଦିନ କିଛି କାଠ ଗଣ୍ଡି ଏବଂ କାଠ ଝାଟି ୩ ନମ୍ବର ପାଇପ ଲାଇନ ମାଧ୍ୟମରେ ଯାଇ ୱାଲ୍ବବରେ ଜମି ରହିଥିଲେ । ଫଳରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ପ୍ରକଳ୍ପ ବନ୍ଦ କରାଯାଇଥିଲା ।

ପ୍ରକଳ୍ପ ଅଧିକାରୀ ଏବଂ କର୍ମ ଚାରି ଦିନ ରାତି ଏକ କରି କାଠ ଗଣ୍ଡି ଏବଂ କାଠ ଝାଟି କାଢିବା ପରେ ଓ୍ୱାଟରପ୍ଲାଇ ୱାଲ୍ବବକୁ ମରାମତି କରାଯାଇଥିଲା । ଗତ ମାସ ୨୫ତାରିଖରେ ଟି. ପି. ଡ୍ୟାମର ଗେଟ ଭାଙ୍ଗି ଯିବାରୁ କିଛି ଗଛ ପାଇପ ଲାଇନ ଦେଇ ଭିତରକୁ ପଶି ଯାଇଥିଲା । ଫଳରେ ଦୁଇଟି ଟରଭାଇନା ଚାଲିଥିବା ବେଳେ ଅନ୍ୟ ଟରଭାଇନ ଗୁଡିକ ବନ୍ଦ ରହିଥିଲା । ଫଳରେ କେବଳ ୫୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିଥିଲା ।

ମରାମତି କରିବା ପରେ ପୁଣି ଥରେ ୧,୨,୩ ଏବଂ ୫ ନମ୍ବର ଟରଭାଇନ କାର୍ଯ୍ୟକ୍ଷମ ହୋଇପାରିଛି । ଏବେ ଘଣ୍ଟା ପ୍ରତି ୭୩ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇ ପାରିଛି । କିଛି ଦିନ ପ୍ରକଳ୍ପ ବନ୍ଦ ରହିବା ଯୋଗୁଁ ଘଣ୍ଟା ପ୍ରତି ୭୨ ମେଗାୱାଟ ବିଦ୍ୟୁତ କ୍ଷତି ସହୁଥିଲେ ଉଭୟ ଓଡିଶା ଆନ୍ଧ୍ରପ୍ରଦେଶ । ପ୍ରକଳ୍ପ ଆରମ୍ଭ ହେବା ୬୮ ବର୍ଷ ବିତିଯାଇଥିବା ବେଳେ ପ୍ରକଳ୍ପର ବହୁ ଯନ୍ତ୍ରାକ୍ସ ଗୁଡିକର ସମୟ ସୀମା ସରିଯାଇଛି । ତେଣୁ ପ୍ରକଳ୍ପରେ ବାରମ୍ବାର ତ୍ରୁଟି ଦେଖା ଦେଲାଣି ତେଣୁ ନୁଆଁ ଯନ୍ତ୍ରାକ୍ସ ଲଗାଇବା ଜରୁରୀ ହୋଇ ପଡ଼ିଛି ।

   Related Posts