ଛାଡପତ୍ରର ୫ ବର୍ଷ ପରେ ପୁନର୍ବିବାହ, ପୋଷ୍ଟ କରି ଲେଖିଲେ ଏକ୍ ଦୁଜେ କେ ଲିୟେ

Published By : Prameya-News7 Bureau | November 29, 2023 IST

ପ୍ରୟାଗରାଜ ୨୯/୧୧: ୧୧ ବର୍ଷ ପରେ ପୁଣି ଏକାଠି । ସବୁ ଭୁଲି ପୁଣିଥରେ ଗଢିଲେ ସଂସାର । ମେଞ୍ଚେ ଶୁଭେଚ୍ଛା ସହ ଆର୍ଶିବାଦ ଦେଲେ ପରିଜନ । ଉତ୍ତର ପ୍ରଦେଶର ପ୍ରୟାଗରାଜ ବିନୟ ଜୈସୱାଲ ଫେସବୁକ ପୋଷ୍ଟ ଦେଖିଲେ ଯେ କେହି ବି ଖାଇଯିବ ଚକ୍ମା । ପ୍ରୟାଗ କହିବା ମୁତାବକ ୨୦୧୨ ଡିସେମ୍ୱରରେ ହୋଇଥିଲା ବିବାହ ।

ଆଉ ୨୦୧୮ରେ ପରସ୍ପର ସହମତିରେ ହୋଇଥିଲୁ ଅଲଗା । ଆନ୍ତରିକ ପରିବେଶ ସହ ଭୋଜିଭାତ କରି ଉଭୟ ଉଭୟଙ୍କୁ କହିଥିଲୁ ଗୁଡ୍‌ବାୟ । ଦୀର୍ଘ ବର୍ଷ ହେବ ଯୋଗାଯୋଗ ସିନା ନଥିଲା କିନ୍ତୁ ଯୋଡି ହୋଇ ରହିଥିଲା ହୃଦୟର ତାର । କେଉଁଠି ନା କେଉଁଠି ଉଭୟଙ୍କ ମନରେ ଥିଲା ଭଲପାଇବା ।

wp:html /wp:html

ବିନୟଙ୍କୁ ହୃଦଘାତ ଖବର ଶୁଣିବା ପରେ ବିଚଳିତ ହୋଇପଡିଥିଲେ ବିନୟଙ୍କ ପତ୍ନୀ । ଆଉ ସଂଗେ ସଂଗେ ଦୌଡି ଆସିଥିଲେ । କେବଳ ଆସିନଥିଲେ ତ ସର୍ଜରୀ ଠାରୁ ଘରକୁ ସୁସ୍ଥ ହୋଇ ଫେରିବା ଯାଏଁ ବିନୟଙ୍କୁ ପାଖେ ପାଖେ ରହିଥିଲେ ପତ୍ନୀ । ଫଳରେ ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ବଢିଯାଇଥିଲା ଭଲପାଇବା । ଶେଷରେ ରୋଗ ଆଗରେ ପୁଣି ଜିତିଥିଲା ଭଲପାଇବା । ପରିବାର ଲୋକଙ୍କ ସମର୍ଥନରେ ଆଜି ଏମାନେ ପୁଣିଥରେ ଏକାଠି ।
ପରସ୍ପର ପ୍ରତି ସ୍ନେହ, ସହାନୁଭୂତି, ପ୍ରକୃତ ଭଲପାଇବାର ନିଦର୍ଶନ । ସୁଖରେ ହେଉ ବା ଦୁଃଖରେ ବିପଦ, ଆପଦରେ ଛିଡା ହେଉଥିବା ବ୍ୟକ୍ତି ଦେଇଥାନ୍ତି ନିସ୍ୱାର୍ଥପର ପ୍ରେମର ବାର୍ତ୍ତା । ଏହାର ଜ୍ୱଳନ୍ତ ଉଦାହରଣ ବିନୟ ଜୈସଓ୍ୱାଲଙ୍କ ଲଭ ଷ୍ଟୋରୀ । ବିନୟଙ୍କ ଏହି ଷ୍ଟୋରୀ କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ ।

you can also read.....

wp:embed {"url":"https://www.prameyanews7.com/white-water-comes-out-borewell-goes-viral/","type":"wp-embed","providerNameSlug":"prameya-news-7"}
https://www.prameyanews7.com/white-water-comes-out-borewell-goes-viral/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.