ବିସ୍ମୟ: ରେଳ ଦୁର୍ଘଟଣାର ୪୫ ଘଣ୍ଟାପରେ ଉଦ୍ଧାର ହେଲେ ଯୁବକ; ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | June 04, 2023 IST

ସୋର ୦୪/୦୬: ରେଳ ଦୁର୍ଘଟଣାର ୪୫ ଘଣ୍ଟା ପରେ ଉଦ୍ଧାର ହେଲେ ଜଣେ ଜଣେ ଯୁବକ। ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାର ୪୫ ଘଣ୍ଟା ପରେ ଜଣେ ଯୁବକଙ୍କୁ କାର୍ଯ୍ୟରତ ରେଳବାଇ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ପରେ ତାଙ୍କୁ ଆମ୍ବୁଲାନ୍ସ ରେ ସୋର ଡାକ୍ତରଖାନାକୁ ପଠାଯାଇଥିଲା। ଆହତ ଯୁବକ ଜଣକ ଠିକରେ କଥାକହି ପାରୁନାହାନ୍ତି।

wp:embed {"url":"https://youtu.be/X7lcUaTe4bI","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/X7lcUaTe4bI
/wp:embed

ବାହାନଗା ଲେବୁଲ କ୍ରସିଂ ଠାରୁ ୨୦୦ ମିଟର ଦୂରରେ ରେଳବାଇ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିଲେ। ଯୁବକ ଜଣଙ୍କ ଟ୍ରେନରେ ଯାଉଥିଲେ ଜଣାପଡ଼ିଥିଲା। ଯୁବକ ଜଣଙ୍କ ଆସାମର ବୋଲି କୁହାଯାଉଛି। ତେବେ ତାଙ୍କର ସଠିକ ପରିଚୟ ମିଳିପାରିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.