ସ୍ୱାମୀଙ୍କ ମୃତ୍ୟୁ ହୋଇଛି ବୋଲି ଜାଣିପାରିଲେନି ବୃଦ୍ଧା; ୪ ଦିନ ପରେ ମୃତଦେହ ଉଦ୍ଧାର କଲେ ଗାଁ ଲୋକେ

Published By : Prameya-News7 Bureau | September 07, 2022 IST

ଶୋର: ମୃତ୍ୟୁର ଚାରିଦିନ ପରେ ଘର ଭିତରୁ ମିଳିଲା ମୃତଦେହ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଟିଆଳପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ  ଲକ୍ଷ୍ମଣ ସେନାପତି। ବୟସ ପାଖାପାଖି ୯୦ ବର୍ଷ। ସେ ଦୀର୍ଘ ଦିନ ହେବ ରୋଗରେ ପଡ଼ିଥିଲେ। ତେଣୁ ତାଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀ ଜାଣିପାରି ନଥିଲେ।

ରୋଗୀଣା ସ୍ତ୍ରୀ ମାଗି ଯାଚି ଯାହା ଦି ମୁଠା ଆଣୁଥିଲେ ସେଇଥିରେ ଲକ୍ଷ୍ମଣଙ୍କର ପରିବାର ଚଳୁଥିଲା। ଗତ ୪ ଦିନ ତଳେ ଲକ୍ଷ୍ମଣଙ୍କର ମୃତ୍ୟୁ ହୋଇଯାଇଥିଲେ ବି ବୃଦ୍ଧା ପତ୍ନୀ ଏ ସ୍ୱାମୀଙ୍କର ମୃତ୍ୟୁ ବିଷୟରେ ଜାଣିପାରି ନଥିଲେ। ଭାବୁଥିଲେ ସ୍ୱାମୀ ତାଙ୍କର କଥା ଶୁଣୁ ନାହାନ୍ତି, ଉତ୍ତର ଦେଉ ନାହାନ୍ତି। ସ୍ୱାମୀଙ୍କ ପାଖରେ ବସି କାନ୍ଦିବା ଛଡା ତାଙ୍କର ଆଉ କିଛି ବାଟ ନ ଥିଲା।

ତେବେ ଲକ୍ଷ୍ମଣଙ୍କ ମୃତଦେହ ୪ ଦିନ ପଡ଼ି ରହିବା ପରେ ଗନ୍ଧ ହେବାରୁ ପଡ଼ୋଶୀ ଆସି ଲକ୍ଷ୍ମଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଗାଁର ସ୍ୱେଚ୍ଛାସେବୀମାନେ ଆସି, ମୃତଦେହ ସଂସ୍କାର କରିଥିବା ସୂଚନା ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.