୩ ମାସ ପରେ ଆଜିଠାରୁ ପୁନଃକାର୍ଯ୍ୟକ୍ଷମ ହେବ ଜୟପୁର ବିଲ୍ଟ ପେପର ମିଲ୍

Published By : Prameya-News7 Bureau | October 29, 2018 IST

କୋରାପୁଟ ୨୯|୧୦: ୩ ମାସ ପରେ ଜୟପୁର ବିଲ୍ଟ ପେପର ମିଲ୍ ଆଜିଠାରୁ ପୁନଃକାର୍ଯ୍ୟକ୍ଷମ ହେବ । ପୁନଃ କାର୍ଯ୍ୟକ୍ଷମ ନେଇ ମିଲ୍ କର୍ତ୍ତୃପକ୍ଷ ଗତ ୨୭ ତାରିଖ ଦିନ କର୍ମଚାରୀଙ୍କୁ ଅବଗତ କରିବା ପରେ ଆଜି ସମସ୍ତ କର୍ମଚାରୀ ନିଜ ନିଜ କାମରେ ଯୋଗ ଦେଇଛନ୍ତି ।   ୭ ଦଫା ଦାବିରେ କର୍ମଚାରୀ ୫୩ ଦିନ ଧାରଣା ଦେବା ପରେ ଅନଶନରେ ବସିଥିଲେ । ହେଲେ ଦାବି ପୂରଣ କରିବା ପରିବର୍ତ୍ତେ ଏହାକୁ ବିଶୃଙ୍ଖଳା ଦର୍ଶାଇ ମିଲ୍ କର୍ତ୍ତୃପକ୍ଷ ଗତ ଜୁଲାଇ ୧୩ ତାରିଖଠାରୁ ମିଲକୁ ବନ୍ଦ କରିବା ସହ ଗେଟରେ ତାଲା ପକାଇ ଦେଇଥିଲେ । ସମସ୍ତ ସଂଘ ମିଲର ସର୍ତ୍ତକୁ ମାନିବା ପରେ ଆଜି ମିଲ୍ ପୁନଃ କାର୍ଯ୍ୟକ୍ଷମ ହେବା ସହ କର୍ମଚାରୀ ମାନେ ଗୋଟିଏ ମାସର ଦରମା ବି ପାଇଛନ୍ତି । ୩ ମାସ ପରେ କାର୍ଯ୍ୟରେ ଯୋଗ ଦେଇଥିବାରୁ କର୍ମଚାରୀ ମାନେ ବେଶ୍ ଖୁସି ଥିବା ବେଳେ ସମସ୍ତେ ମିଳିମିଶି ମିଲ୍ ଓ କର୍ମଚାରୀଙ୍କ ସ୍ବାର୍ଥ ରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.