oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

୨୨ ବର୍ଷ ପରେ ହେବ କଂଗ୍ରେସ ଅଧ୍ୟକ୍ଷ ପଦଲାଗି ନିର୍ବାଚନ, ଅଧିସୂଚନା ଜାରି   

22/09/2022 at 3:49 PM

ନୂଆଦିଲ୍ଲୀ ୨୨।୯: କଂଗ୍ରେସ ସଭାପତି ପଦ ଉପରେ ଏବେ ସମସ୍ତଙ୍କ ନଜର। ଏଥିପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଗୁରୁବାର ଅଧିସୂଚନା ଜାରି ହୋଇଛି। ଏହା ସହିତ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାର୍ଟିର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହେବାକୁ ଥିବା ବ୍ୟକ୍ତିଙ୍କ ନିର୍ବାନ ପ୍ରକ୍ରିୟା ଔପଚାରିକ ରୂପେ ଆରମ୍ଭ ହୋଇଯାଇଛି। କଂଗ୍ରେସର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଏହି ଅଧିସୂଚନା ଜାରି କରିଛନ୍ତି।

କଂଗ୍ରେସ ସଭାପତି ପଦ ନିମନ୍ତେ ନିର୍ବାଚନ ଲାଗି ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଅଧିସୂଚନା ଜାରି ହେବା ପରେ ଏବେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ୨୪ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୮ ତାରିଖ। ଯଦି ଏକାଧିକ ପ୍ରାର୍ଥୀ  ହୁଅନ୍ତି ତେବେ ଅକ୍ଟୋବର ୧୭ ତାରିଖ ଦିନ ଭୋଟ ଗ୍ରହଣ ହେବ। ନିର୍ବାଚନ ଫଳାଫଳ ଅକ୍ଟୋବର ୧୯ ତାରିଖରେ ଘୋଷଣା ହେବ।

ତେବେ ଅଧିସୂଚନା ଜାରି ହେବାର ଦିନକ ପୂର୍ବରୁ ଅର୍ଥାତ ବୁଧବାର କଂଗ୍ରେସ୍ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଓ ଶଶି ଥରୁର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଲାଗି ସ୍ପଷ୍ଟ ସଂକେତ ଦେଇଥିଲେ। ଏଣୁ ୨୨ ବର୍ଷ ପରେ ଦେଶର ସର୍ବ ପୂରାତନ ପାର୍ଟିର ସଭାପତି ନିର୍ବାଚନରେ ବଛା ଯିବେ ବୋଲି ସ୍ପଷ୍ଟ ହୋଇଥିଲା।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଦଳୀୟ ନିଷ୍ପତ୍ତି ମାନିବେ ବୋଲି କହିଛନ୍ତି। ତେବେ ତା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ ହେବା ପାଇଁ ବୁଝେଇବାକୁ ଶେଷ ଉଦ୍ୟମ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ନିର୍ବାନ ଲଢିବା ପାଇଁ ପୂର୍ବରୁ ସଂକେତ ଦେଇଥିବା ଲୋକସଭା ସଦସ୍ୟ ଥରୁର ବୁଧବାର କଂଗ୍ରେସ ମୁଖ୍ୟାଳୟକୁ ଯାଇ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଦୁସୂଦନ ମିସ୍ତ୍ରୀଙ୍କୁ ଭେଟିଥିଲେ ଓ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ବୁଝିଥିଲେ।  

   Related Posts