ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ATMରେ ଟଙ୍କା ଭର୍ତ୍ତି ବେଳେ ୫୭ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୩ ଜଣ ଅଟକ, ଦୀର୍ଘ ୨୦ଘଣ୍ଟା ପରେ ବି ମିଳିନି ଡ୍ରାଇଭରର ପତ୍ତା

7/07/2022 at 11:01 AM

ନୂଆପଡା ୭: ନୂଆପଡା ଜିଲ୍ଲା ଖରିଆର ଥାନା ଅଞ୍ଚଳରୁ ATM ଭ୍ୟାନ ଧରି ଚମ୍ପଟ ମାରିବା ସହ ୫୭ ଲକ୍ଷ ୧୨ ହଜାର ଟଙ୍କା ନେଇ ଅସ୍ଥାୟୀ ଗାଡି ଚାଳକ ଫେରାର ହେବା ଘଟଣା ୨୦ ଘଣ୍ଟା ପରେ ବି ଅସ୍ଥାୟୀ ଡ୍ରାଇଭରଙ୍କ ପତ୍ତା ମିଳିନି । ବୁଧବାର ଖରିଆର SBI ମୁଖ୍ୟ ଶାଖାରୁ ୫୭ ଲକ୍ଷ ୧୨ ହଜାର ଟଙ୍କା ଧରି ବୋଡେନ, ସିନାପାଲିର ବିଭିନ୍ନ ATMରେ ଭର୍ତ୍ତି କରିବାର ଥିଲା । ହେଲେ ଦାୟିତ୍ବରେ ଥିବା ଦୁଇ CMS କର୍ମଚାରୀ ବ୍ୟାଙ୍କ ଭିତରୁ ଯାଇଥିବା ବେଳେ ସିକ୍ୟୁରିଟି ଗାର୍ଡ ପରିସ୍ରା ପାଇଁ ଯାଇଥିଲେ ।

ଏହି ସମୟରେ କୌଶଳ କରି ଅସ୍ଥାୟୀ ଡ୍ରାଇଭର ଟଙ୍କା ଭର୍ତ୍ତି ଗାଡିକୁ ଧରି କୁଆଡେ ଫେରାର ମାରିଥିଲା । ଡେରିରେ ଖବର ପାଇଥିଲେ ମଧ୍ୟ ଖରିଆର ପୋଲିସ ଡ୍ରାଇଭରର ଫୋନ ଲୋକେସନ ଟ୍ରାକ୍ କରି ଭୁଲିଆ ସିକୁଆଁ ଅଞ୍ଚଳରୁ ମୋବାଇଲ ବନ୍ଦ ଥିବା ଜାଣିବାକୁ ପାଇଥିଲା । ସେହି ଅଞ୍ଚଳକୁ ଯାଇ ତଦନ୍ତ କରିବା ପରେ ସୀମାନ୍ତ ଜିଲ୍ଲା ବଲାଙ୍ଗିର ଭୁଲିଆ କାନି ପାଖ ଜଙ୍ଗଲ ଅଞ୍ଚଳରେ ଗାଡି ଠାବ ହୋଇଥିଲା । ହେଲେ ଗାଡିରୁ ସମସ୍ତ ଟଙ୍କା ଧରି ଫେରାର ମାରିଛି ଅସ୍ଥାୟୀ ଡ୍ରାଇଭର ।

ତୁରନ୍ତ ନୂଆପଡା SDPO ପ୍ରଶାନ୍ତ ପଟ୍ଟନାଏକ, କଣ୍ଟାବାଞ୍ଜି SDPO ହୃଷିକେଶ ମେହେର ସହ ଖରିଆର, ତୁରେକେଲା ଓ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଥିଲେ । ଏହାସହ ଅଞ୍ଚଳର ସମସ୍ତ ପ୍ରବେଶ ପଥରେ ନାକାବନ୍ଦୀ କରିବା ସହ ତଦନ୍ତକୁ ଜୋରଦାର କରାଯାଇଛି । ତେବେ ଟଙ୍କା ଭର୍ତ୍ତି ପାଇଁ ନିୟୋଜିତ ଥିବା ଦୁଇ ଜଣ CMS କର୍ମଚାରୀ ଓ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଖରିଆର ପୋଲିସ । ତେବେ ଏଠାରେ ପ୍ରଶ୍ନ ଉଠୁଛି ATM ଭ୍ୟାନ ଧରି ଚମ୍ପଟ ମାରିବା ପରେ ତୁରନ୍ତ ପୋଲିସକୁ ଖବର କରାଗଲା ନାହିଁ କାହିଁକି ?

   Related Posts