ଲିଭ୍ ଇନରେ ରହିବା ପରେ ବିବାହ କରିବାକୁ ମନା କଲା ପ୍ରେମିକ, ହାତ କାଟିଲେ ଯୁବତୀ

Published By : Prameya-News7 Bureau | July 10, 2024 IST

ଆନନ୍ଦପୁର: ଲିଭ୍ ଇନରେ ଦୁଇ ବର୍ଷ ରହିବା ପରେ ବିବାହ କରିବାକୁ ମନା କଲା ପ୍ରେମିକ। ଦୁଃଖ ସହି ନ ପାରି ହାତ କାଟି ଗୁରୁତର ହେଲେ ଯୁବତୀ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଇନ୍ଦୁପୁରା ଗାଁର ଜଣେ ଯୁବତୀ ରକ୍ତ ଯୁଡୁବୁଡୁ ହୋଇ ପୋଡାଖମଣ ଗାଁ ରାସ୍ତାପାର୍ଶ୍ବରେ ପଡିଥିବା ବେଳେ ତାଙ୍କୁ ସ୍ଥାନୀୟ ଯୁବକ କିଛି ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। 

ସୂଚନା ଅନୁଯାୟୀ ଇନ୍ଦୁପୂରା ଗାଁର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କ ସହିତ ଦୁଇ ବର୍ଷ ଧରି ଲିଭ୍ ଇନରେ ରହୁଥିଲେ । ବିବାହ ପ୍ରତିଶ୍ରୁତି ଦେଇ ଯୁବକ ଜଣକ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ବେଳେ ଅଚାନକ ଦୁଇ ଦିନ ତଳେ ତାଙ୍କୁ ବିବାହ କରିବାକୁ ମନା କରିଥିଲେ। ଘଟଣାକୁ ନେଇ ଯୁବତୀ ଜଣକ ନିଜ ହାତ କାଟିଦେଇଥିଲେ। ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇ ଏବେ ଆନନ୍ଦପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ତୁରନ୍ତ ସମ୍ପୃକ୍ତ ଯୁବକ କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.