୨ ଦିନ ପରେ ଝୁମିଲା ସେୟାର ବଜାର, ଗୋଟିଏ ଦିନରେ ୨.୩୯ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସଂପତ୍ତି

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ୨ ଦିନ ପରେ ମଙ୍ଗଳବାର ନଭେମ୍ବର ୨୮ ଝୁମି ଉଠିଛି। ସେନସେକ୍ସ ୨୦୪ ପଏଣ୍ଟ ବଢି ୬୬ ହଜାର ୧୭୪ ଓ  ନିଫଟି ୯୫ ପଏଣ୍ଟ ବୃଦ୍ଧି ଘଟି ୧୯ ହଜାର ୯୦୦ରେ ବନ୍ଦ ହୋଇଛି। ମିଡକ୍ୟାପ ସେୟାରରେ କିଣାବିକା ବେଶ ଭଲ ଭାବେ ହେବାରୁ ସେୟାର ବଜାରରେ ନିବେଶକଙ୍କ ସଂପତ୍ତିରେ ଆଜି ପାଖାପାଖି ୨.୩୯ ଲକ୍ଷ କୋଟି ବୃଦ୍ଧି ଘଟିଛି। ଆଜି ଅଏଲ ଆଣ୍ଡ ଗ୍ୟାସ୍, ପାଓ୍ଵାର, ୟୁଟିଲିଟି, ସର୍ଭିସ ଓ ଏନର୍ଜି ସେକ୍ଟରରେ ଉତ୍ସାହ ପୂର୍ବକ କାରବାର ଦେଖିବାକୁ ମିଳିଛି। ମେଟାଲ, କମୋଡିଟି ଓ ଅଟୋ ସେୟାର ଇଣ୍ଡେକ୍ସ ମଧ୍ୟ ଏକ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି। ହେଲେ  ଏଫଏମସିଜି ଓ କ୍ୟାପିଟାଲ୍ ଗୁଡ୍ସ ସେୟାରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି।

ବିଏସଇରେ ତାଲିକାଭୁକ୍ତ ମୋଟ୍ ମାର୍କେଟ୍ କ୍ୟାପିଟାଲେଇଜସନ ଆଜି ନଭେମ୍ବର ୨୪ର କାରବାର ୩୩୧.୦୯  ଲକ୍ଷ କୋଟି ଟଙ୍କାକୁ ଟପିଛି। ଅର୍ଥାତ ନଭେମ୍ବର ୨୪ ଶୁକ୍ରବାର କାରବାର ଦିନରେ ଏହା ୩୨୮.୭୧ ଲକ୍ଷ କୋଟି ଟଙ୍କା ଥିଲା। ଏହିପରି ବିଏସଇରେ ପଞ୍ଜିକୃତ କମ୍ପାନୀଗୁଡ଼ିକର ମାର୍କେଟ୍ କ୍ୟାପ୍ ପାଖାପାଖି ୨.୩୯ ଲକ୍ଷ କୋଟି ଟଙ୍କା ବଢିଛି। ଦ୍ଵିତୀୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସଂପତ୍ତି ପାଖାପାଖି ୨.୩୯ ଲକ୍ଷ କୋଟି ଟଙ୍କା ବୃଦ୍ଧି  ଘଟିଛି।

ଆଜି ସେନସେକ୍ସର ୩୦ରୁ ୨୩ ସେୟାର ବୃଦ୍ଧି ସହ ବନ୍ଦ ରହିଛି। ଏଥିରେ ଟାଟା ମୋଟର୍ସ ସେୟାରର ସବୁଠୁ ଅଧିକ ୩.୫୬ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ବଜାଜ ଫାଇନାନ୍ସ ଓ ଭାରତୀ ଏୟାରଟେଲ୍‌ର ସେୟାର ପାଖାପାଖି ୧.୩୨ ପ୍ରତିଶତରୁ ୨.୩୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ସହ ବନ୍ଦ ହୋଇଛି।

ସବୁଠୁ ଅଧିକ ଖସିଥିବା ସେୟାର

ଅନ୍ୟପକ୍ଷେ ସେନସେକ୍ସର ବାକି ୭ ସେୟାର ମଧ୍ୟ ଆଜି ଲାଲ ଚିହ୍ନରେ ବନ୍ଦ ରହିଛି। ଏଥିରେ ଆଇଟିସିର ସେୟାର  ସବୁଠୁ ଅଧିକ ୦.୫୮ ପ୍ରତିଶତ ହ୍ରାସ ଘଟିଛି। ସେହିପରି ସନଫାର୍ମା, ଆଇସିଆଇସିଆଇ ବ୍ୟାଙ୍କ, ପାଓ୍ଵାର ଗ୍ରୀଡ ଓ ହିନ୍ଦୁସ୍ଥାନ ୟୁନିଲିଭର ସେୟାର ପ୍ରାୟ ୦.୧୫ ପ୍ରତିଶତରୁ ୦.୪୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ସହ ବନ୍ଦ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.