୧୫ ବର୍ଷ ପରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗାଙ୍ଗୁଲି, ଘଣ୍ଟି ବଜାଇ ମ୍ୟାଚ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
12/06/2022 at 9:30 PM

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ୍ ଦେଖିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ ପହଞ୍ଚିଛନ୍ତି । ସେ ଘଣ୍ଟି ବଜାଇ ମ୍ୟାଚର ଶୁଭାରମ୍ଭ କରିଛନ୍ତି । ମ୍ୟାଚ୍ ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।
It was a pleasure meeting @BCCI president @SGanguly99 who is in #Odisha for the #INDvsSA #T20 match to be held at the Barabati Stadium, #Cuttack.
— Naveen Patnaik (@Naveen_Odisha) June 12, 2022
Looking forward to witness a thrilling match of #Cricket. pic.twitter.com/37YhvKpGRv
ଗାଙ୍ଗୁଲି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ପାଇଁ କଟକ ଯିବା ପୂର୍ବରୁ ଭୁବନେଶ୍ୱରରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦୁହିଁଙ୍କ ମଧ୍ୟରେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଙ୍ଗୁଲିଙ୍କୁ ଭାରତୀୟ ହକି ଦଳର ଜର୍ସି ଭେଟି ଦେଇଛନ୍ତି । ଏହି ସାକ୍ଷାତ ପରେ ଗାଙ୍ଗୁଲି ବାରବାଟୀ ଷ୍ଟାଡିୟମ ପହଞ୍ଚିଛନ୍ତି । ଦୀର୍ଘ ୧୫ ବର୍ଷ ପରେ ଗାଙ୍ଗୁଲି ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଛି । ଶେଷ ଥର ୨୦୦୭ ଏପ୍ରିଲ ୧୧ରେ ଦୁହିଁଙ୍କ ମଧ୍ୟରେ ଭେଟ ହୋଇଥିଲା ।
The biggest game supporter Politician/CM rang the bell to get the proceeding going. Mr. Naveen Patnaik-CM Odisha!#CricketTwitter #INDvSA #SAvIND #INDvsSA #Cricket pic.twitter.com/pXp4eaAahj
— Rohit Yadav (@rohityadav1098) June 12, 2022
ସୂଚନାଯୋଗ୍ୟ, ବାରବାଟୀ ଟି-୨୦ର ପ୍ରଥମ ଟିକେଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଣିଥିଲେ । ଓଡିଶା କ୍ରିକେଟ୍ ଆସୋସିଏସନର ସଭାପତି ପଙ୍କକ ଲୋଚନ ଏବଂ ସଂପାଦକ ସଞ୍ଜୟ ବେହେରା ନବୀନ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚି ପ୍ରଥମ ଟିକେଟ୍ ଦେଇଥିଲେ ।