LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତାମିଲ ନାଡୁରେ ଦୁର୍ବଳ ହେଉଛି ବିଜେପି: ଦଳ ଛାଡ଼ି AIADMKରେ ମିଶିଲେ ୧୦୦ ମହିଳା କର୍ମୀ

23/03/2023 at 10:26 PM

ଚେନ୍ନାଇ: ତାମିଲନାଡୁରେ ଦୁର୍ବଳ ହେବାରେ ଲାଗିଛି ବିଜେପି। ଜଣଙ୍କ ପରେ ଜଣେ ନେତା ଓ କର୍ମୀ ଦଳ ଛାଡ଼ି ସହଯୋଗୀ ଦଳ ଏଆଇଏଡିଏମ୍‌କେରେ ଯୋଗ ଦେଉଛନ୍ତି। ନିକଟରେ ତାମିଲନାଡୁ ଆଇଟି ମୁଖ୍ୟ ବିଜେପି ଛାଡ଼ି AIADMKରେ ଯୋଗ ଦେଇଥିଲେ। ଏହାପରେ ୧୩ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଦଳ ଛାଡ଼ିଥିଲେ।
ଆଉ ଏବେ ୧୦୦ ବିଜେପି ମହିଳା ସଦସ୍ୟ ଦଳ ଛାଡ଼ି  AIADMK ରେ ଯୋଗ ଦେଇଛନ୍ତି। ତାମିଲନାଡୁ ଚେଙ୍ଗଲପାଟ୍ଟୁ ଜିଲ୍ଲା ବିଜେପି ସଭାପତି ଗଙ୍ଗାଦେବୀ ଶଙ୍କରଙ୍କ ନେତୃତ୍ୱରେ ୧୦୦ ମହିଳା ବିଜେପି କର୍ମୀ AIADMKରେ ଯୋଗ ଦେଇଛନ୍ତି।

ସୂଚନା ଥାଉକି ତାମିଲନାଡୁରେ ବିଜେପି ଓ AIADMK ମେଣ୍ଟ ରହିଛି। ହେଲେ ସହଯୋଗୀ ଦଳ ବିଜେପିରୁ ହିଁ ସଦସ୍ୟମାନେ ଯାଇ AIADMKରେ ଯୋଗ ଦେଉଛନ୍ତି। ଫଳରେ AIADMK ଏକପାଖିଆ ଭାବେ ମଜଭୁତ ହେଉଛି। ଆଉ ଦୁଇ ଦଳ ମଧ୍ୟରେ ଫାଟ ସୃଷ୍ଟି ହେବାରେ ଲାଗିଛି।

ରାଜ୍ୟରେ ଆଞ୍ଚଳିକ ଦଳ ଭାବେ AIADMK ବଳ ଗୋଟାଇ ମଜଭୁତ ହେଉଥିବା ବେଳେ ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲ୍ଲାଇ କେବଳ ରଣହୁଙ୍କାର ଦେବା ଛଡ଼ା କିଛି କରିପାରୁ ନାହାନ୍ତି। ବର ସରକାର ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ଚାଲିଛନ୍ତି।

ଆଜି AIADMKରେ ଯୋଗ ଦେବା ପରେ ଗଙ୍ଗାଦେବୀ କହିଛନ୍ତି ଯେ ସେମାନେ ବିଜେପିରେ ଅସନ୍ତୋଷ ଥିଲେ। ଦଳ ପାଇଁ କାମ କରୁଥିବା ମହିଳାଙ୍କ ପାଇଁ ବିଜେପିର ସମ୍ମାନ ନଥିଲା। ପ୍ରତ୍ୟେକ ସ୍ତରରେ ଆମ ସହ ଦୁର୍ବ୍ୟବହାର କରାଗଲା। ଏହା ହିଁ ଦଳ ଛାଡ଼ିବାକୁ ଆମକୁ ବାଧ୍ୟ କରିଥିଲା ବୋଲି ଗଙ୍ଗାଦେବୀ କହିଛନ୍ତି। ସେ ମଧ୍ୟ ତାମିଲନାଡୁ ମୁଖ୍ୟ କେ ଆନ୍ନାମଲାଇଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅନ୍ନାମଲାଇ ଆମର କୌଣସି ଅଭିଯୋଗ ଶୁଣନ୍ତି ନାହିଁ। ଯଦି ସେ ଶୁଣି ଥାନ୍ତେ ତେବେ ଆମେ ଦଳ ଛାଡ଼ ନଥାନ୍ତୁ ବୋଲି ସେ କହିଛନ୍ତି।

ନିକଟରେ ଯେଉଁମାନେ ବି ଦଳ ଛାଡ଼ୁଛନ୍ତି ସମସ୍ତେ ବିଜେପିର ରାଜ୍ୟ ମୁଖ୍ୟ କେ. ଆନ୍ନାମଲାଇଙ୍କ ଉପରେ ଆଙ୍ଗୁଳି ଉଠାଉଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ବିଜେପିରୁ ଏହାର ଆଇଟି ସାଖା ମୁଖ୍ୟ ସିଟିଆଇର ନିର୍ମଳକୁମାର, ରାଜ୍ୟ ଆଇଟି ଶାଖା ସମ୍ପାଦକ ଦିଲ୍ଲୀ କାନ୍ନନ, ଓବିସି ରାଜ୍ୟ ସମ୍ପାଦକ ଜ୍ୟୋତି, ପୂର୍ବତନ ରାଜ୍ୟ ସମ୍ପାଦକ କ୍ରିଷ୍ଣନ ଏବଂ ତିରୁଚୀ ସୁବୁବର୍ଣ୍ଣ ଜିଲ୍ଲାର ଡେପୁଟି ଚେୟାର୍‌ମ୍ୟାନ୍‌ ବିଜୟ ଆଦି ଦଳ ଛାଡ଼ିସାରିଲେଣି।

ଅନ୍ୟପଟେ ରାଜନୈତିକ ବିଶ୍ଳେଷକଙ୍କ କହିବା କଥା ହେଲା ଅନ୍ନାମଲାଇ ରାଜ୍ୟରେ ବିଜେପି ପାଇଁ ତୃଣମୁଳ ସ୍ତରରୁ କାମ କରିଛନ୍ତି। ତାଙ୍କ ପାଇଁ ବିଜେପି ଏଠି ଫାଇଦାରେ ରହିପାରେ। ତେବେ ଦଳଛାଡ଼ିବାକୁ ନେଇ ତାମିଲନାଡୁ ବିଜେପି ଉପସଭାପତି ନାରାୟଣ ତିରୁପତିଙ୍କ କହିବା କଥା ହେଲା ଯେ ଦଳ ଛାଡ଼ିବା ଓ ଯୋଗ ଦେବା ରାଜନୀତିର ଲାଗ ରହିଥାଏ। ଯେଉଁମାନଙ୍କୁ ବିଜେପିରେ ନିଜ  ସ୍ୱାର୍ଥ ପୂରା କରିପାରିଲେନି ସେମାନେ ଦଳ ଛାଡ଼ିଲେ ବୋଲି ତିରୁପତି କହିଛନ୍ତି।   

ତେବେ କେବଳ ବିଜେପିରୁ ନୁହେଁ ରାଜ୍ୟର ଅନ୍ୟ ଛୋଟ ଛୋଟ ପାର୍ଟିରୁ ମଧ୍ୟ ଅନେକ ବରିଷ୍ଟ ଓ ଟାଣୁଆ ନେତା ଆସି AIADMKରେ ଯୋଗ ଦେଉଛନ୍ତି। ସ୍ଥାନୀୟ ପାର୍ଟି ଏନ୍‌ଟିକେ(ନାମ ତାମିଲାର କାଚି) ଏବଂ ଟିଟିଭି ଦିନାକରଣଙ୍କର ଏଏମ୍‌ଏମ୍‌କେ(ଆମ୍ମା ମକ୍କାଲ ମୁନେତ୍ରା କାଝାଗମ)ର କାର୍ଯ୍ୟ କର୍ତ୍ତମାନେ ଡିଏମ୍‌କେରେ ଇଡ୍ଡାପାଡି ପାଲାନିସ୍ୱାମୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି।

   Related Posts