ଆଉ ମାତ୍ର ୧୦ଦିନ: ତା’ପରେ ଗଣିବେ ତଣ୍ଡ, ସମସ୍ତେ ଲାଗିପଡିଛନ୍ତି କାଗଜପତ୍ର ଠିକ କରିବାରେ

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର୨୦|୧୧: କଡାକଡି ହେବ ଗାଡି ଯାଞ୍ଚ ପ୍ରକ୍ରିୟା ।  ହାତରେ ମାତ୍ର ୧୦ ଦିନ ସମୟ । ଏବେ ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ନାହିଁ ନଥିବା ଭିଡ । ଯିଏ ଗାଡି ଚଳାଉଛି ଅବା ଯାହାର ଗାଡିଖଣ୍ଡେ ରହିଛି ତାର ସମସ୍ତ ଡକୁମେଣ୍ଟକୁ ପ୍ରସ୍ତୁତ କରିବାରେ ସମସ୍ତେ ଲାଗିପଡିଛନ୍ତି ।

{"id":187264,"sizeSlug":"large"}

ସରି ସରି ଆସୁଛି ରାଜ୍ୟସରକାରଙ୍କର ୩ ମାସିଆ ମହଲତ । ହାତରେ ଆଉ ମାତ୍ର ୧୦ଦିନ ।  ଗାଡି କାଗଜପତ୍ର , ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ଯାହାର ଯାହା ଅସୁବିଧା ରହିଛି ସବୁ ଆସନ୍ତା ନଭେମ୍ବର ୩୦ ସୁଦ୍ଧା କ୍ଲିୟର କରିବାକୁ ପଡିବ । କାରଣ ଏହାପରେ ଆଉ କେହି ଶୁଣିବାକୁ ସମୟଦେବେ ନାହିଁ । ଲାଗିବ ବଡ ଫାଇନ।

{"id":187265,"sizeSlug":"large"}

 ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟ, ପୋଲିସ ଷ୍ଟେସନ, ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜନଗହଳିପୁର୍ଣ୍ନ ସ୍ଥାନଗୁଡ଼ିକରେ ବଡ ବଡ ହୋର୍ଡିଂ ଆଉ ବ୍ୟାନର ଲାଗିଲାଣି । ବିନା ଲାଇସେନ୍ସରେ ଗାଡି ଚଳାଇଲେ ୧୦୦୦ । ସିଟବେଲ୍ଟ ନ ବାନ୍ଧିଲେ ହଜାରେ , ସିଗନାଲ ନମାନିଲେ ପାଞ୍ଚ ହଜାର , ବାଇକରେ ତିନିଜଣ ବସିଲେ ୫ ହଜାର , ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫ ହଜାର , ବେପରୁଆ ଗାଡି ଚଳାଇଲେ ୫ ହଜାର , ଆମ୍ବୁଲାନ୍ସକୁ ରାସ୍ତା ନଦେଲେ ୧୦ ହଜାର , ନିଶାସକ୍ତ ହୋଇ ଗାଡି ଚଳାଇଲେ ୧୦ ହଜାର , ମୋବାଇଲରେ କଥାହୋଇ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।  

{"id":187266,"sizeSlug":"large"}

ଯେଉଁମାନେ ଭୋଗିଛନ୍ତି କିମ୍ବା ଯେଉଁମାନେ ଦେଖିଛନ୍ତି ଆଉ ଯେଉଁମାନେ ଆଗୁଆ ସତର୍କ ହେବାକୁ ଚାହୁଁଛନ୍ତି ସେମାନେ ଏବେ ଆରଟିଓ କାର୍ଯ୍ୟାଳୟରେ ଭିଡ ଲଗାଇଛନ୍ତି ।

{"id":187267,"sizeSlug":"large"}

ଗାଡିଗୁଡିକ ପଲ୍ୟୁସନ କ୍ଲିୟରାନ୍ସ ପାଇଁ ବିଭିନ୍ନ ପେଟ୍ରୋଲପମ୍ପ ଓ ପ୍ରାଇଭେଟ ଲୋକଙ୍କୁ ଅନୁମତି ଦିଆଯାଇଛି । ଯାହାଦ୍ବାରା ଆଉ ଆରଟିଓ କାର୍ଯ୍ୟାଳୟ ଗୁଡିକରେ ଗାଡିର ଭିଡ ଦେଖିବାକୁ ମିଳୁନାହିଁ । ସରକାର ବିଭିନ୍ନ ଆରଟିଓରେ ଲଣ୍ର୍ନିଙ୍ଗ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅନଲାଇନ କମ୍ପ୍ୟୁଟର ସଂଖ୍ୟା ବଢାଇଲେ । ହେଲେ ଏବେବି ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଆଗରେ କିଛି ଦଲାଲ ଲାପଟପ ନେଇ ଲୋକଙ୍କୁ ଠକେଇ କରୁଛନ୍ତି । ସେପଟେ ସାଧାରଣ ଲୋକେ ଆଜି ପର୍ଯ୍ୟନ୍ତ ବିନା ଲାଇସେନ୍ସରେ ଗାଡିଚଳାଉଥିବା ସ୍ବୀକାର କରିବା ସହିତ ନିଜର ଭୁଲ ମାନିଛନ୍ତି ।

{"id":187269,"sizeSlug":"large"}

ତେବେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନଭେମ୍ବର ୩୦ ସୁଧା ଲୋକମାନେ ସେମାନଙ୍କର କାର୍ଯ୍ୟ ସାରିଦେଇଥିବେତ । ନା ଆହୁରି କିଛି ସମୟ ଲୋକଙ୍କୁ ରାଜ୍ୟସରକାରଙ୍କୁ  ଦେବାକୁ ପଡିବ ତାହା ଡିସେମ୍ବର ୧ କହିବ ।

{"id":187271,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.