ଅଭିନେତା ଆଫତାବ ଶିବଦଶାନି କରୋନାରେ ସଂକ୍ରମିତ : ଟ୍ବିଟ୍ କରି ଦେଲେ ସୂଚନା
11/09/2020 at 7:19 PM

ମୁମ୍ବାଇ ୧୧/୯: ଲକଡାଉନ୍ ଖୋଲିବା ସହ କରୋନା ସଂକ୍ରମଣ ମଧ୍ୟ ଜୋରସୋରରେ ବ୍ୟାପିବାରେ ଲାଗିଛି। ପ୍ରତ୍ୟେକ ଦିନ କେହି ନା କେହି କରୋନାରେ ସଂକ୍ରମିତ ହେବାର ଖବର ଭାଇରାଲ୍ ହେଉଛି। ଏବେ ବଲିଉଡ ଅଭିନେତା ଆଫତାବ ଶିବଦଶାନି ଟ୍ବିଟ୍ କରି କହିଛନ୍ତି ଯେ ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯିବାରୁ ସେ ଟେଷ୍ଟ କରାଇଥିଲେ ଏବଂ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।
ଆଫତାବ ନିଜ ଟ୍ବିଟରେ ଲେଖିଛନ୍ତି ଯେ,‘ହାଲୋ ବନ୍ଧୁ,ଆଶା କରୁଛି ଯେ ଆପଣ ସମସ୍ତେ ଫିଟ୍ ଏବଂ ଫାଇନ୍ ଥିବେ ଏବଂ ନିଜର ଭଲ ଭାବେ ଦେଖାଶୁଣା କରୁଥିବେ। ନିକଟରେ ତାଙ୍କଠାରେ ଶୁଖିଲା କାଶ ଏବଂ ହାଲୁକା ଜ୍ବର ଭଳି ଲକ୍ଷଣ ନଜର ଆସିଥିଲା। ସେ ନିଜର କୋଭିଡ ଟେଷ୍ଟ କରାଇଥିଲେ। ଦୁର୍ଭାଗ୍ୟବଶତଃ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ଏବଂ ଡାକ୍ତର ତାଙ୍କୁ ଘରେ କ୍ବାରେଣ୍ଟାଇନ ରହିବାକୁ ପରାମର୍ଶ ଦେଇଛନ୍ତି।

ଆଫତାବ ଲେଖିଛନ୍ତି ଯେ ଯେଉଁମାନେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ସେମାନଙ୍କୁ ଅନୁରୋଧ କରୁଛନ୍ତି ଯେ ନିଜ କରୋନା ଟେଷ୍ଟ କରାନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଆପଣଙ୍କ ସମର୍ଥନ ଏବଂ ପ୍ରାର୍ଥନା ଯୋଗୁଁ ସେ ଶୀଘ୍ର ଭଲ ହୋଇଯିବେ।

ସେ ମଧ୍ୟ ଲେଖିଛନ୍ତି ଯେ ଯେତେ ସମ୍ଭବ ସାନିଟାଇଜର ଏବଂ ମାସ୍କ ବ୍ୟବହାର କରନ୍ତୁ। କାରଣ ଏହା ଜୀବନ ବଞ୍ଚାଇ ପାରିବ। ଆମେ ସବୁ ମିଶି ଏହାକୁ ହରାଇବା। ଅନେକ ପ୍ରେମ,ଆପଣଙ୍କ ଆଫତାବ।
