ଜେଲରେ ପଇସା ପାଇଁ ହଇରାଣ ହେଉଛି ଅଫତାବ ପୁନାୱାଲା, ପାଖରେ ଉଷୁମ ପୋଷାକ ନାହିଁ, ଥରୁଛି ଥଣ୍ଡାରେ

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ ୬।୧: ଲିଭ୍-ଇନ୍‌ ପାର୍ଟନର ଶ୍ରଦ୍ଧା ୱାକରକୁ ହତ୍ୟା କରି ୩୫ ଟୁକୁରା କରିଥିବା ଅଫତାବ ପୁନାୱାଲା ଜେଲରେ ପଇସା ପାଇଁ ଛଟପଟ ହେଉଛି। ଏଥିଲାଗି ସେ ତାର ବ୍ୟାଙ୍କ ଆକାଉଣ୍ଟ ଡେବିଟ୍ ଓ କ୍ରେଡିଟ କାର୍ଡ ରିଲିଜ କରିବାକୁ କୋର୍ଟଙ୍କୁ ଶୁକ୍ରବାର ନିବେଦନ କରିଛି। ଅଫତାବର ଓକିଲ ତାଙ୍କ ଆକାଉଣ୍ଟକୁ ଡି-ଫ୍ରିଜ୍ କରିବାକୁ ଦାବି କରିଛନ୍ତି। ହତ୍ୟା ଅଭିଯୋଗରେ ପୁନାୱାଲା ଜେଲରେ ଅଛି ଓ ଶୁଣାଣି ଲାଗି ତାକୁ ଭିଡିଓ କନଫରେନସିଂରେ ହାଜର କରାଯାଉଛି।

ଅଫତାବ ପୁନାୱାଲାର ଓକିଲ ଶୁକ୍ରବାର କୋର୍ଟରେ ତାର ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜାରି କରିବା ପାଇଁ ଏକ ଆବେଦନ ଦେଇଛନ୍ତି ଓ ତାଙ୍କ କ୍ଲାଏଣ୍ଟଙ୍କ ଆକାଉଣ୍ଟ ରିଲିଜ କରିଦିଆଯାଉ ବୋଲି କହିଛନ୍ତି। ତାଙ୍କ ଓକିଲ କହିଛନ୍ତି ଯେ ପୁନାୱାଲା ଜେଲରେ ଭୀଷଣ ଥଣ୍ଡାରେ ଛଟପଟ ହେଉଛି, ତା ପାଖରେ ଉଷୁମ ପୋଷାକ ମଧ୍ୟ ନାହିଁ। ପଇସା ନଥିବାରୁ ସେ ତାର ଦୈନିକ ଆବଶ୍ୟକ ସାମଗ୍ରୀ ମଧ୍ୟ କିଣି ପାରୁ ନାହିଁ।

{"id":729787,"width":840,"height":580,"sizeSlug":"full","linkDestination":"none"}

ତେବେ ପୁନାୱାଲାର ବ୍ୟାଙ୍କ ଆକାଉଣ୍ଟରେ କିଛି ଧନରାଶି ଅଛି। ତେବେ ଅଭିଯୁକ୍ତଙ୍କ ଡେବିଟ୍ କ୍ରେଡିଟ କାର୍ଡ ପୋଲିସ ଅଧିକାରୀଙ୍କ ପାଖରେ ପଡିଛି। ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧା ୱାକରକୁ ବର୍ବର ହତ୍ୟା କରିଥିବା ଅଫତାବ ଅମିନ ପୁନାୱାଲାର ନାର୍କୋ ଟେଷ୍ଟ ସରିଛି। ଏହା ପୂର୍ବରୁ ତାର ପଲିଗ୍ରାଫି ଟେଷ୍ଟ ମଧ୍ୟ କରାଯାଇଥିଲା। ତାର ପିଲଗ୍ରାଫି ଟେଷ୍ଟର ଆନାଲିସିସ୍ ମଧ୍ୟ ହୋଇସାରିଛି।

ପଲିଗ୍ରାଫ ଟେଷ୍ଟରୁ ସେ ରାଗରେ ନୁହେଁ ବରଂ ସୁପରିକଳ୍ପିତ ଯୋଜନାରେ ହତ୍ୟାକାଣ୍ଡ କରିଥିବା ଜଣାପଡିଛି। ୨୮ ବର୍ଷିୟ ପୁନାୱାଲାକୁ ବିଚାରବିଭାଗୀୟ ହାଜତ ସମାପ୍ତ ହେବା ପରେ ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର କରାଯିବ ବୋଲି ଅନୁମାନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.