ପଲିଗ୍ରାଫ ଟେଷ୍ଟରେ ଭ୍ରମିତ କରିବାକୁ ଉଦ୍ୟମ କରୁଛି ଅଫତାବ, କହିଲା ଶ୍ରଦ୍ଧାକୁ ହତ୍ୟା କରିବା ପୂର୍ବରୁ ଦେଖିଥିଲା ଦୃଶ୍ୟମ ଫିଲ୍ମ

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ ୨୫।୧୧: ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାକର ହତ୍ୟାକାରୀ ଅଫତାବ ଅମିନ ପୁନାବାଲାର ଶୁକ୍ରବାର ପଲିଗ୍ରାଫ ଟେଷ୍ଟ ସରିଛି। ଏହା ତାର ପରୀକ୍ଷଣର ଦ୍ୱିତୀୟ ଅଧିବେଶନ। ତେବେ ଆଗକୁ ତାର ଟେଷ୍ଟ ଜାରି ରହିପାରେ। ପୋଲିସ ସୂତ୍ର ଅନୁସାରେ ଏହି ପରୀକ୍ଷଣରୁ ଏପରି କେତେକ କଥା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟଜନକ।

ଅଫତାବ ଏହା ସ୍ୱୀକାର କରିଛି ଯେ ଶ୍ରଦ୍ଧା ହତ୍ୟା ପୂର୍ବରୁ ସେ ଦୃଶ୍ୟମ ଫିଲ୍ମ ଦେଖିଥିଲା। ଏହି ଫିଲ୍ମ ଅନୁସାରେ ସେ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲା। ରୋହିଣୀ ଫରେନସିକ ସାଇନ୍ସ୍ ଲାବୋଟରୀ (ଏଫଏସଏଲ) ଅନୁସାରେ ଅଫତାବ ଫିଲ୍ମ ଦେଖି ହତ୍ୟା ଲାଗି ଯୋଜନା ପ୍ରସ୍ତୁତି କରିଥିଲା। ସେ ପୁରା ପ୍ଲାନିଂରେ ଶ୍ରଦ୍ଧାକୁ ହତ୍ୟା କରି ତାର ସାଥୀ ଓ ସୋସିଆଲ ମିଡିଆରେ ସମ୍ପର୍କ ରଖିଥିଲା। ଯେପରି ହତ୍ୟା ନେଇ କାହାର ସନ୍ଦେହ ନ ହୁଏ।

{"id":713747,"width":838,"height":503,"sizeSlug":"full","linkDestination":"none"}

ଏହି ପଲିଗ୍ରାଫ ଟେଷ୍ଟରେ ସାମିଲ ମନୋବୈଜ୍ଞାନିକଙ୍କୁ ଏପରି ଲାଗୁଛି ଅଫତାବ ଶ୍ରଦ୍ଧାକୁ ଘୃଣା କରୁଥିଲା। ସୂତ୍ରାନୁସାରେ ଶ୍ରଦ୍ଧାର ବୁଲାବୁଲି ସଉକ ଥିଲା। ଏଣୁ ଅଫତାବ ତାକୁ ସାଙ୍ଗରେ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଯାଇଥିଲା। ଏହା ମଧ୍ୟ ତା ହତ୍ୟା ଯୋଜନାରେ ଥିଲା। ଉଭୟଙ୍କ ମଧ୍ୟରେ ସବୁ କିଛି ଠିକଠାକ୍ ଥିବା ସେ ଦେଖାଇବାକୁ ଚାହୁଁଥିଲା। ଯାହାକୁ ସେ ପରବର୍ତ୍ତି ସମୟ ଲାଗି ପ୍ରମାଣ ଭାବେ ରଖୁଥିଲା। ଯାହା ଦ୍ୱାରା ଶ୍ରଦ୍ଧା ତାକୁ ଛାଡି ଚାଲିଯାଇଥିବା ପରେ ପ୍ରମାଣିତ ହୋଇ ପାରିବ।

ଏଣୁ ଅଫତାବ ଶ୍ରଦ୍ଧାକୁ ଉତ୍ତେଜନାରେ ନୁହେଁ ପୁରା ପ୍ଲାନିଂରେ ହତ୍ୟା କରିଥିଲା। ତାକୁ ମୁମ୍ବାଇରୁ ଦିଲ୍ଲୀ ଆଣିବା ମଧ୍ୟ ଅଫତାବର ପ୍ଲାନିଂର ଅଂଶ ଥିଲା। ସେ ଏହା ମଧ୍ୟ କହିଛି ଯେ ଶ୍ରଦ୍ଧାର ଅଭିଭାବକଙ୍କ ସହ ତାର ଅନେକବାର ଝଗଡା ହୋଇଥିଲା। ଅଫତାବକୁ ପଲିଗ୍ରାଫ ଟେଷ୍ଟର ଦ୍ୱିତୀୟ ଅଧିବେଶନରେ ୪୦ରୁ ଅଧିକ ପ୍ରଶ୍ନ କରାଯାଇଥିଲା।

{"id":713750,"width":839,"height":676,"sizeSlug":"full","linkDestination":"none"}

ପରୀକ୍ଷା ଚାଲିଥିବା ବେଳେ ତାକୁ ଅନେକ ବାର ଛିଙ୍କ ଆସିଥିଲା। ତାକୁ ହାଲୁକା ସର୍ଦ୍ଦି ରହିଛି ଏଣୁ ଗୁରୁବାର ପ୍ରଥମ ପରୀକ୍ଷଣ ଅଧା ରହିଥିଲା। ଏଫଏସଏଲ ସୂତ୍ର ଅନୁସାରେ ଅଫତାବ ଅଧିକାଂଶ ପ୍ରଶ୍ନର ଜବାବ ଗୋଟିଏ ଧାଡିରେ ଦେଉଛି। ପରୀକ୍ଷଣ କାଳରେ ତାକୁ ସବୁ ପ୍ରଶ୍ନ ହିନ୍ଦୀରେ ପଚରା ଯାଉଥିଲା। ତେବେ ଅଫତାବ ଅଧିକାଂଶ ଉତ୍ତର ଇଂରାଜୀରେ ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.