ଆଫ୍ରିକାର ସବୁଠୁ ବଡ଼ ହାତୀ 'ଦିଦା'ର ବାର୍ଦ୍ଧକ୍ୟଜନିତ ମୃତ୍ୟୁ

Published By : Prameya-News7 Bureau | November 03, 2022 IST

ନୂଆଦିଲ୍ଲୀ ୦୩/୧୧: ଆଫ୍ରିକାର ସବୁଠୁ ବଡ଼ ମାଇ ହାତୀ ‘ଦିଦା’ର ମୃତ୍ୟୁ ହୋଇଛି। କେନିଆର ଟିସାଭୋ ଇଷ୍ଟ ନ୍ୟାସନାଲ ପାର୍କରେ ତାର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାର ୬୦ରୁ ୬୫ ବର୍ଷ ହୋଇଥିଲା। କେନିଆ ଗ୍ରାସଲାଣ୍ଡରେ ରହି ଜୀବନ ବିତାଇବା ବେଳେ ଦିଦାକୁ ଆଫ୍ରିକାର ସବୁଠୁ ବଡ଼ ମାଇହାତୀ ବୋଲି କୁହାଯାଉଥିଲା। ଆଫ୍ରିକିୟ ବନ୍ଯଜୀବଙ୍କ ମଧ୍ୟରେ ଦିଦା ତାର ପ୍ରଜାତିରେ ପ୍ରତୀକ ଥିଲା। ଦିଦା ପ୍ରତ୍ୟାକ୍ଷିତ ଜୀବନ ଠାରୁ ବହୁତ ଭଲ ଭାବେ ଜଙ୍ଗଲ ଭିତରେ ଜିଉଁଥିଲା। ଲମ୍ୱା ଦାନ୍ତ ଓ ମୋଟା ତ୍ୱଚା ପାଇଁ ପର୍ଯ୍ୟଟକ ଓ କେନିଆ ନାଗରିକଙ୍କଠାରେ ଦିଦା ବହୁତ ପରିଚିତ ଥିଲା।   

‘’ବୟସାଧିକ୍ୟ କାରଣରୁ ପ୍ରାକୃତିକ ଭାବେ ଏକ ପୁରା ଜୀବନ ବଞ୍ଚି ତାର ମୃତ୍ୟୁ ହୋଇଛି’’ ବୋଲି କେନିଆ ୱାଇଲ୍ଡ ଲାଇଫ ସର୍ଭିସ୍‌ ତାର ଟୁଇଟ କରି ସ୍ପଷ୍ଟ ସୂଚନା ଦେଇଛି। ଏହା ସହିତ ଦିଦାର କିଛି ପୁରୁଣା ଫଟୋ ମଧ୍ୟ କେନିଆ ୱାଇଲ୍ଡ ଲାଇଫ୍‌ ସର୍ଭିସ୍‌ ଟ୍ୱିଟର୍‌ରେ ପୋଷ୍ଟ କରିଛି।

wp:html /wp:html

‘’ଦିଦା ଟିସାଭୋ ପାଇଁ ଏକ ପ୍ରକୃତ ମାତୃସତ୍ତା ଥିଲା ଏବଂ ଅନେକ ଦଶକ ପାଇଁ ଜ୍ଞାନର ଏକ ବଡ଼଼ ଭଣ୍ଡାର ଥିଲା। ସେ ଅନେକ ଋତୁ ଏବଂ ସମସ୍ୟାପୂର୍ଣ୍ଣ ସମୟରେ ଗୋଠରେ ଥିବା ବନ୍ୟପ୍ରାଣୀଙ୍କୁ ଚରାଉଥିଲା। ସେ ଉଭୟ ବିଷୟରେ ଅନେକ ପ୍ରାମାଣିକ ଚଳଚ୍ଚିତ୍ରରେ ଅଂଶ ଗ୍ରହଣ କରି ପର୍ଯ୍ୟଟକମାନଙ୍କର ଆକର୍ଷଣ ସାଜିଥିଲା’’ ବୋଲି କେନିଆ ୱାଇଲ୍ଡ ଲାଇଫ ସର୍ଭିସ୍‌ କହିଛି।   ଟିସାଭୋ ପରିବେଶ ସଂରକ୍ଷଣ ଗ୍ରୁପ୍‌ ଟ୍ରଷ୍ଟ କହିଛି ଯେ, ଦିଦା ଏକ ପ୍ରତିଷ୍ଠିତ ହାତୀର ଜ୍ୱଳନ୍ତ ପ୍ରତିକ ଥିଲା।  

କେନିଆ ଯେତେବେଳେ ସବୁଠୁ ଖରାପ ମରୁଡ଼ି ପରିସ୍ଥିତିର ସାମ୍ନା କରିଛି ସେହି ସମୟରେ ଦିଦାର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ସମୟର ବନ୍ୟଜନ୍ତୁ ଓ ମଣିଷମାନଙ୍କ ଜୀବନ ସମାନ ଭାବେ ବିପଦ ରହିଛି। ଗତ ଅକ୍ଟୋବର ୨୩ରେ ଆସିଥିବା ଜାତିସଂଘ ରିପୋର୍ଟ ଅନୁସାରେ କେନିଆର କିଛି ଅଞ୍ଚଳରେ ଜଳ ସମ୍ୱଳ ୯୦ ପ୍ରତିଶତ ସୁଖି ଯାଇଛି ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.