ବିରଳ ମାସ୍କ: ୧୩ ହଜାରରେ କିଣିଥିଲେ, କିନ୍ତୁ ବିକିଲେ ୩୬ କୋଟିରେ...

Published By : Prameya-News7 Bureau | October 15, 2023 IST

ନୂଆଦିଲ୍ଲୀ ୧୫।୧୦: ଆପଣ ସାଧାରଣତଃ ଅନେକ ଜିନିଷ ବିଷୟରେ ଶୁଣିଥିବେ, ଯାହାର ଦାମ୍‌ କୋଟି କୋଟି ଟଙ୍କା ହୋଇଥାଏ । କିନ୍ତୁ ଅଜଣାତରେ ଏହାକୁ କମ୍‌ ଦାମ୍‌ରେ ବିକ୍ରି କରାଯାଇଥାଏ । କିନ୍ତୁ ପରେ ଏହାର ପ୍ରକୃତ ଦାମ୍‌ ଜଣା ପଡିଥାଏ । ଏବେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

{"id":857257,"sizeSlug":"full","linkDestination":"none"}

ଘଟଣାଟି ପଶ୍ଚିମ ୟୁରୋପର ଫ୍ରାନ୍ସରୁ ଆସିଛି । ଜଣେ ବୃଦ୍ଧ ଦମ୍ପତି ଆର୍ଟ ଡିଲରଙ୍କୁ ଏକ ମାସ୍କ ବିକ୍ରି କରିଥିଲେ । ସେ ପୁଣି ମାତ୍ର ୧୩ ହଜାର ଟଙ୍କାରେ । କିନ୍ତୁ ଏହାର ଦାମ୍‌ ଥିଲା ବହୁତ ଅଧିକ । ଡିଲର ଏହି ମାସ୍କକୁ ୩୬ କୋଟି ଟଙ୍କାରେ ନିଲାମ କରିଥିଲେ । ଯେତେବେଳେ ଏ କଥା ଦମ୍ପତି ଜାଣିବାକୁ ପାଇଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଏହି ବୃଦ୍ଧ ଦମ୍ପତି ଏହାର ପ୍ରକୃତ ଦାମ୍‌ ଜାଣି ନଥିଲେ । ପରେ ଦମ୍ପତି ଡିଲରଙ୍କ ବିରୋଧରେ ଦାୟର କରିଛନ୍ତି ମାମଲା ।

{"id":857258,"width":839,"height":472,"sizeSlug":"full","linkDestination":"none"}

ବାସ୍ତବରେ ଏହା ଏକ ବିରଳ ପାରମ୍ପାରିକ ଫ୍ୟାଙ୍ଗ୍‌ ମାସ୍କ । ଏହି ମାସ୍କ ବିବାହ ଏବଂ ଅନ୍ତିମ ସଂସ୍କାର ସମୟରେ ବ୍ୟବହୃତ ହୁଏ । ରିପୋର୍ଟ ଅନୁଯାୟୀ, ୮୦ ବର୍ଷ ବୟସ୍କା ଦମ୍ପତି ଫ୍ରାନ୍ସର ନିମସର ବାସିନ୍ଦା । ୨୦୨୧ରେ ଘର ଖାଲି କରିବା ସମୟରେ ସେ ଏହି ମାସ୍କ ପାଇଥିଲେ । ଏହା ପରେ ଦମ୍ପତି ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଏହି ଆଫ୍ରିକୀୟ ମାସ୍କକୁ ଏକ ଆର୍ଟ ଡିଲରଙ୍କୁ ୧୨୯ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୂଲ୍ୟରେ ୧୩ ହଜାର ୨୦୮ଟଙ୍କାରେ ବିକ୍ରି କରିଥିଲେ ।  

{"id":857259,"width":837,"height":440,"sizeSlug":"full","linkDestination":"none"}

କିନ୍ତୁ  ସେମାନେ ବିକ୍ରି କରିଥିବା ମାସ୍କ ବହୁତ କ୍ୱଚିତ ବୋଲି ଦମ୍ପତିଙ୍କର କୌଣସି ଧାରଣା ନଥିଲା । କିନ୍ତୁ ମାସ୍କଟି କେତେ ମୂଲ୍ୟବାନ ତାହା ଆର୍ଟ ଡିଲର ଭଲ ଭାବେ ଜାଣିଥିଲେ । ସେ ବିଳମ୍ବ ନକରି ଦମ୍ପତିଙ୍କଠାରୁ ଏହାକୁ କିଣି ନେଇଥିଲେ । ରିପୋର୍ଟ ଅନୁଯାୟୀ ଏହି ଡିଲର କିଛି ମାସ ପରେ ମାସ୍କକୁ ୩.୬ ମିଲିୟନ୍ ପାଉଣ୍ଡ ଅର୍ଥାତ୍ ୩୬ କୋଟିରୁ ଅଧିକ ଟଙ୍କାରେ ନିଲାମ କରିଥିଲେ।

{"id":857260,"width":839,"height":558,"sizeSlug":"full","linkDestination":"none"}

ବୃଦ୍ଧ ଦମ୍ପତି ଏହି ଖବର ପଢିବା ପର ମାସ୍କର ମୂଲ୍ୟ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେ ଠକେଇ ମାମଲାରେ ଆର୍ଟ ଡିଲରଙ୍କ ନାଁରେ ମାମଲା ଦାୟର କରିଛନ୍ତି ।  ବୃଦ୍ଧ ମହିଳାଙ୍କ ଅନୁଯାୟୀ ତାଙ୍କ ସ୍ୱାମୀଙ୍କ ଜେଜେବାପା ଏହି ମାସ୍କକୁ ଫ୍ରାନ୍ସକୁ ଆଣିଥିଲେ । ସେତେବେଳେ ସେ ଆଫ୍ରିକାର କୋଲୋନିୟଲ୍‌ ଗଭର୍ଣ୍ଣର ଥିଲେ ।  

{"id":857261,"sizeSlug":"full","linkDestination":"none"}

ଅନୁସନ୍ଧାନରୁ ଜଣାପଡିଛି ଯେ ବୃଦ୍ଧ ଦମ୍ପତିଙ୍କ ଦ୍ୱାରା ବିକ୍ରି ହୋଇଥିବା ଏହି ମାସ୍କ ଉନବିଂଶ ଶତାବ୍ଦୀର ଥିଲା । କୋର୍ଟ ଏହି ବସ୍ତୁକୁ ବିରଳ ଘୋଷଣା କରିଛନ୍ତି । ଆଉ କୋର୍ଟର ରାୟ ଦମ୍ପତିଙ୍କ ସପକ୍ଷରେ କହିଛନ୍ତି । ଏହି ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ମାସ୍କର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

You Can Read:

wp:embed {"url":"https://www.prameyanews7.com/know-what-said-iran-embassy-in-spain-about-cristiano-ronaldo-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/know-what-said-iran-embassy-in-spain-about-cristiano-ronaldo-case/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.