ଦିନେ ଥିଲେ ଦେଶର ଅର୍ଥମନ୍ତ୍ରୀ, ଆଜି ଉବେର ଡ୍ରାଇଭର; ପରିବାର ପୋଷିବାକୁ ଦିନ ରାତି କରିବାକୁ ପଡ଼ୁଛି ସଂଘର୍ଷ

Published By : Prameya-News7 Bureau | March 21, 2022 IST

ୱାଶିଂଟନ ପୋଷ୍ଟ: ଦିନେ ଦେଶର ଅର୍ଥବ୍ୟବସ୍ଥା ଥିଲା ତାଙ୍କ ହାତରେ। ସେ ଥିଲେ ଦେଶର ଅର୍ଥମନ୍ତ୍ରୀ। ହେଲେ ଆଜି ପେଟ ପୋଷିବାକୁ ଟାଣିବାକୁ ପଡ଼ୁଛି ଗାଡ଼ି। ସାଜିଛନ୍ତି ଉବେର ଡ୍ରାଇଭର। ଦିନ ରାତି ଡ୍ରାଇଭିଂ କରି ଯାହା ଦୁଇ ପଇସା ହେଉଛି ସେଥିରେ ଘର ତ ଚଳିଯାଉଛି, ହେଲେ ଅତୀତର ସେଇ ବିକଳ ଚିତ୍ର ବାରମ୍ବାର ମନକୁ ବ୍ୟଥିତ କରୁଛି। ଏହି କାହାଣୀ ହେଉଚି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ୍ ପାଏଣ୍ଡାଙ୍କର।

ତାଲିବାନ ଦଖଲ ପୂର୍ବରୁ ଖାଲିଦ ପାଏଣ୍ଡା ଆଫଗାନିସ୍ତାନର ଅର୍ଥମନ୍ତ୍ରୀ ଥିଲେ। ହେଲେ ଆଜି ସେ ଆମେରିକା ରାଜଧାନୀରେ ସାଜିଛନ୍ତି ଉବେର ଡ୍ରାଇଭର। ୬ ଘଣ୍ଟା ଡ୍ରାଇଭିଂ କରି ସେ କମାଉଛନ୍ତି ମାତ୍ର ୧୫୦ ଡଲାର। ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟକୁ ସୂଚନା ଦେଇ ସେ ଏଭଳି କହିଛନ୍ତି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବାର ସପ୍ତାହକ ପୂର୍ବରୁ ପାଏଣ୍ଡା ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଭୟରେ ଜୀବନ ବଞ୍ଚାଇବା ପାଇଁ ସେ ଆମେରିକା ଚାଲିଯାଇଥିଲେ। ୱାଶିଂଟନ ପୋଷ୍ଟକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ହଠାତ୍ ଏମିତି ଅବସ୍ଥାରେ ଆମେରିକାରେ ଆସିବାକୁ ପଡ଼ିଲା। ବର୍ତ୍ତମାନ ଖାପଖୁଆଇବାକୁ ଚଳିବାକୁ ପଡ଼ୁଥିଲେ ବି ପରିବାର ପାଇଁ ସେ କିଛି ବି କଲେ ସେ ଖୁସୀ ହେବେ। ତେବେ ଆଫଗାନିସ୍ତାନର ଏଭଳି ସ୍ଥିତି ପାଇଁ ସେ ଆମେରିକାକୁ ଦାୟୀ କରିଛନ୍ତି। ଏମିତି ହଠାତ୍ ସେନା ପ୍ରତ୍ୟାହାର କରିନେବା ତାଲିବାନକୁ ଆମନ୍ତ୍ରଣ କରିବା ଭଲି ହେଲା ବୋଲି ସେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.