ବିଶ୍ୱରେ ଭଲ ପ୍ରଦର୍ଶନ କରିଛି ତାଲିବାନ ମୁଦ୍ରା ଆଫଗାନୀ: ୯ ପ୍ରତିଶତ ମୂଲ୍ୟ ବୃଦ୍ଧି,ଏମିତି କ’ଣ ଚମତ୍କାର କଲା ତାଲିବାନ ?
27/09/2023 at 5:46 PM

କାବୁଲ: ଆଫଗାନିସ୍ତାନରେ ଅର୍ଥନୀତିର ଦୁରାବସ୍ଥା, ତାଲିବାନର ନିଷ୍ଠୁର ଶାସନ ଭିତରେ ଦେଶର ଅର୍ଥନୀତି ପାଇଁ ଭଲ ଖବର ଆସିଛି। ବିଶ୍ୱର ଉତ୍ତମ ପ୍ରଦର୍ଶନକାରୀ ମୁଦ୍ରା ଭିତରେ ଆଫଗାନିସ୍ତାନ ମୁଦ୍ରୀ ଆଫଗାନୀ ଭଲ ପ୍ରଦର୍ଶନ କରିଛି। ସେପ୍ଟେମ୍ବର କ୍ୱାର୍ଟରରେ ଆଫଗାନୀ(ଆଫଗାନିସ୍ତାନ ମୁଦ୍ରା) ଭଲ ପ୍ରଦର୍ଶନ କରିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେପ୍ଟେମ୍ବର କ୍ୱାର୍ଟରରେ ଆଫଗାନୀର ମୂଲ୍ୟ ୯ ପ୍ରତିଶତ ବୃଦ୍ଧି ହୋଇଛି।
ଦେଶର ଅନ୍ୟ ମୂଲ୍ୟବାନ ମୁଦ୍ରା ଭଳି ଆଫଗାନିସ୍ତାନ କରେନ୍ସିର ମୂଲ୍ୟ ବୃଦ୍ଧି ହୋଇଛି। ତେବେ ଦୁଇଟି ମୁଖ୍ୟ କ୍ଷେତ୍ରରେ ଉନ୍ନତ କାର୍ଯ୍ୟ ଯୋଗୁ ଆଫଗାନିସ୍ତାନ ମୁଦ୍ରା ମୂଲ୍ୟ ବଢ଼ିଥିବା କୁହାଯାଉଛି। ତାହା ହେଲା ମାନବିକ ସହଯୋଗର ଲମ୍ବା ଲାଇନ୍ ଓ ଦ୍ୱତୀୟଟି ହେଲା ବାଣିଜ୍ୟିକ କାର୍ଯ୍ୟରେ ବୃଦ୍ଧି। ଏସିଆ ଦେଶଗୁଡ଼ିକ ମଧ୍ୟ ଆଫଗାନିସ୍ତାନ ମୁଦ୍ରା ମୂଲ୍ୟ ବୃଦ୍ଧି କରିବାରେ ଅଧିକ ସହାୟ ହୋଇଛନ୍ତି।
ତାଲିବାନ ନେଇଥିବା ବଡ଼ ପଦକ୍ଷେପ
ଦେଶର ଅର୍ଥନୀତି ଓ ସମ୍ପତ୍ତି ଉପରେ ନିୟନ୍ତ୍ରଣ ରଖିବାକୁ ତାଲିବାନ ଏକାଧିକ ପଦକ୍ଷେପ ନେଇଛି। ସେଗୁଡ଼ିକ ମଧ୍ୟରୁ…
ବିଦେଶୀ ମୁଦ୍ରାର ପ୍ରତିବନ୍ଧକ- ତାଲିବାନ କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ନେଇଥିବା ନିଷ୍ପତ୍ତି ମଧ୍ୟରେ ବିଦେଶୀ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଅନ୍ୟତମ। ଆଫଗାନୀର ଗୁରୁତ୍ୱ ବଢ଼ାଇବା ପାଇଁ ତାଲିବାନ ଆଫଗାନିସ୍ତାନରେ ସ୍ଥାନୀୟ ନେଣଦେଣ ପାଇଁ ଆମେରିକା ଡଲାର ଓ ପାକିସ୍ତାନ ରୂପିସର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି।
ଡଲାର ଖର୍ଚ୍ଚ ରୋକିବା- ଦେଶରେ ବିଦେଶୀ ମୁଦ୍ରାର ଖର୍ଚ୍ଚ ରୋକିବା ତାଲିବାନ କଡ଼ା ନିୟମ ତିଆରି କରିଛି। ଆମେରିକା ଡଲାରର ଅଧିକ ଖର୍ଚ୍ଚକୁ ରୋକି ଦେଇଛି ତାଲିବାନ।
ଅନଲାଇନ୍ କରେନ୍ସି ଟ୍ରେଡିଂକୁ ଅପରାଧଭୁକ୍ତ କରିବା- ତାଲିବାନରେ ଅନଲାଇନ୍ କରେନ୍ସି ଟ୍ରେଡିଂଙ୍କୁ ଅପରାଧ ବୋଲି କୁହାଯାଇଛି। ନିୟମ ଉଲ୍ଲଂଘନକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଘୋଷଣା କରାଯାଇଛି।
ପଢ଼ନ୍ତୁ- ଦୁଇ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିବାକୁ ଆଉ ମାତ୍ର ୪ ଦିନ ବାକି,ଏବେ ବି ଫେରିନି ୨୪ ହଜାର କୋଟି
ଯଦିଓ ଆଫଗାନିସ୍ତାନ ଟଙ୍କା ମୂଲ୍ୟରେ ବୃଦ୍ଧି ଘଟିଛି ହେଲେ ଦେଶରେ ଏବେ ବି ଗରିବଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶୀ ସହଯୋଗ ଉପରେ ଦେଶ ନିର୍ଭର କରୁଥିବା ବେଳେ ଆଫଗାନିସ୍ତାନରେ ମାନବାଧିକ ଉଲ୍ଲଂଘନର ନଗ୍ନ ଚିତ୍ର ଦେଖିବାକୁ ମିିଳିଛି। ସହଯୋଗୀ କାର୍ଯ୍ୟରେ ବିଶ୍ୱାସନ ରଖୁ ନଥିବା ଆଫଗାନିସ୍ତାନରେ ଅର୍ଥନୀତିର ସ୍ଥିତି ଶୋୟନୀ ହୋଇପଡ଼ିଛି।