ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ, ଉଦଘାଟନୀ ମ୍ୟାଚ୍‌ ଜିତିଲା ଆଫଗାନିସ୍ତାନ

27/08/2022 at 10:32 PM

ଦୁବାଇ: ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏସିଆ କପ୍ ୨୦୨୨ର ପ୍ରଥମ ମୁକାବିଲାରେ ସହଜ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ୮ ଓ୍ଵିକେଟ୍‌ରେ ହରାଇ ଏକତରଫା ବିଜୟ ହାସଲ କରିଛି ଆଫଗାନିସ୍ତାନ। ଶ୍ରୀଲଙ୍କା ଦ୍ଵାରା ଧାର୍ଯ୍ୟ ୧୦୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୧୦.୧ ଓଭରରେ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଏଥିସହ ବିଜୟରୁ ଏସିଆା କପ୍‌ରେ ନିଜର ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ। ଓପନର ହଜରତୁଲ୍ଲା ଜଜାଇ ଅପରାଜିତ ୩୭ ରନ କରିଥିବା ବେଳେ ରେହମାନଉଲ୍ଲା ଗୁରବାଜ ମାତ୍ର ୧୮ ବଲ୍‌ରୁ ୪୦ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଦୁଇ ଓପନର ବିସ୍ଫୋରକ ବ୍ୟାଟିଂ କରି ୬.୧ ଓଭରରେ ୮୧ ରନ ଯୋଡି ଦଳକୁ ଏକତରଫା ବିଜୟ ଦେଇଛନ୍ତି।

ଆଫଗାନିସ୍ତାନର ଶାଣିତ ବୋଲିଂ ଯୋଗୁଁ  ଶ୍ରୀଲଙ୍କା ବଡ ସ୍କୋର କରି ପାରିନଥିଲା। ଏସିଆ କପରେ ଉଦଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କା ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କ ଦୟନୀୟ ବ୍ୟାଟିଂ ଯୋଗୁଁ  ୧୦୫ ରନରେ ଅଲଆଉଟ୍ ହୋଇଥିଲା ଶ୍ରୀଲଙ୍କା। ଭାନୁକ ରାଜପକ୍ଷ ଏବଂ ଚମିକା କରୁଣାରତ୍ନେଙ୍କୁ ବାଦ୍ ଦେଲେ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ରାଜପକ୍ଷ ସର୍ବାଧିକ ୩୮ ରନ କରିଥିବା ବେଳେ କରୁଣାରତ୍ନେ ଅପରାଜିତ ୩୧ ରନ କରିଛନ୍ତି। ଦନୁଷ୍କା ଗୁଣଥିଲକା ୧୭ ରନ କରିଥିଲେ। ଏକଦା ୭୫ ରନରେ ୯ ଓ୍ଵିକେଟ୍ ହରାଇଥିବା ଶ୍ରୀଲଙ୍କା ଚମିକାଙ୍କ ୩୧ ରନ ବଳରେ ତିନି ଅଙ୍କ ଛୁଇଁ ପାରିଥିଲା। ଦଳର ଆଠ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଫାରୁକି ୩, ମୁଜିବ ଉର ରେହମାନ ୨ ଏବଂ ମହମ୍ମମ ନବି ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଆଫଗାନିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା।

   Related Posts