ଆଫଗାନିସ୍ତାନର ଭାରତ ଗସ୍ତ କନଫର୍ମ, ଖେଳାଯିବ ଟି-୨୦ ସିରିଜ୍

Published By : Prameya-News7 Bureau | November 21, 2023 IST

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ଵକପ୍ ୨୦୨୩ ଫାଇନାଲ୍‌ରେ ହୃଦୟ ଭାଙ୍ଗିବା ପରେ ଭାରତୀୟ ଦଳର ନଜର ଏବେ ଦ୍ଵିପାକ୍ଷିକ ଶୃଙ୍ଖଳା ଉପରେ। ଭାରତ ଆଗାମୀ ଦିନରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ପରି ଦଳ ସହ ମୁକାବିଲା କରିବ। ଏହି କ୍ରମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶୃଙ୍ଖଳା ସ୍ପଷ୍ଟ ହୋଇ ଯାଇଛି। ଆଫଗାନିସ୍ତାନ ଜାନୁଆରୀରେ ଭାରତ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ। ମଙ୍ଗଳବାର ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ(ଏସିବି) ସୂଚନା ଦେଇଛି।

wp:heading {"level":4}

Also read- ବିଶ୍ୱକପର ସର୍ବଶ୍ରେଷ୍ଠ ଟିମ୍‌ ଚୟନ କଲା ଆଇସିସି, ୬ ଭାରତୀୟଙ୍କୁ ମିଳିଲା ସ୍ଥାନ, ରୋହିତ ଶର୍ମା ଅଧିନାୟକ

/wp:heading

ସୂଚନାଯୋଗ୍ୟ, ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଥର ସୀମିତ ଓଭର ସିରିଜ୍ ଆୟୋଜିତ ହେବ। ଦୁଇ ଦଳ  ଏସିଆ କପ୍ ଓ ଆଇସିସି ଟୁର୍ଣ୍ଣାମେଣ୍ଟ ବ୍ୟତୀତ ପରସ୍ପର ବିପକ୍ଷରେ ଦିନିକିଆ କି ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି। ଦୁଇ ଦଳ ମଧ୍ୟରେ କେବଳ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ଖେଳା ଯାଇଛି, ଯାହା ୨୦୧୮ରେ ବେଙ୍ଗାଲୁରୁରେ ଖେଳା ଯାଇଥିଲା। ଭାରତ ଏହି ମୁକାବିଲାକୁ ୨୬୨ ରନରେ ଜିତିଥିଲା।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ଭାରତରେ ସଂପନ୍ନ ବିଶ୍ଵକପ୍ ୨୦୨୩ରେ ଦମଦାର ପ୍ରଦର୍ଶନ କରିଥିଲା। ଦଳ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଥିଲା। ଲିଗ୍ ପର୍ଯ୍ୟାୟରେ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡକୁ ହରାଇଥିଲା। ଏପରିକି ଅଷ୍ଟ୍ରେଲିଆକୁ ମଧ୍ୟ ପରାଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲା। ଗ୍ଲେନ ମ୍ୟାକ୍ସଓ୍ଵେଲ୍‌ଙ୍କ ଶତକ ଆଫଗାନିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା।

ଭାରତ ଓ ଆଫଗାନିସ୍ତାନ ଟି-୨୦ କ୍ରୀଡ଼ାସୂଚୀ

ପ୍ରଥମ ଟି-୨୦: ୨୦୨୪ ଜାନୁଆରୀ ୧୧, ମୋହାଲି

ଦ୍ଵିତୀୟ ଟି-୨୦: ୨୦୨୪ ଜାନୁଆରୀ ୧୪, ଇନ୍ଦୋର

ତୃତୀୟ ଟି-୨୦: ୨୦୨୪  ଜାନୁଆରୀ ୧୭, ବେଙ୍ଗାଲୁରୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.