ନୂଆଦିଲ୍ଲୀ, ୨୨/୦୯: ଆଗାମୀ ମାସରେ ୟୁଏଇ ଏବଂ ଓମାନରେ ଟି-୨୦ ୱାର୍ଲ୍ଡ କପ୍ ଖେଳାହେବାକୁ ଯାଉଛି । ଏହି ବିଶ୍ୱକପ୍ରେ ତାଲିବାନ ଶାସିତ ଅଫଗାନିସ୍ତାନ ଟିମ୍ ଭାଗ ନେବାର ଥିଲା । ହେଲେ ଏହାର ସ୍ୱପ୍ନ ଧରାଶାୟୀ ହେବାକୁ ଯାଉଛି । ଆଫଗାନିସ୍ତାନର ନସିବ ଜାଦରାନ ଖାନ୍ଙ୍କୁ କ୍ରିକେଟ୍ ବୋର୍ଡର ସିଇଓ ଭାବେ ଦାୟିତ୍ୱ ମିଳିବାର ୨ ଦିନ ପରେ ଏପରି ଖବର ସାମ୍ନାକୁ ଆସିଛି ।
କିଛି ଗଣମଧ୍ୟମର ରିପୋର୍ଟ ଅନୁସାରେ, ପୂର୍ବ ସିଇଓ ହାମିଦ ଶିନୱାରୀଙ୍କ ସ୍ଥାନରେ ନିଯୁକ୍ତ ହୋଇଥିବା ନସିବ୍ ତାଲିବାନଙ୍କ ପାଖ ଲୋକ ତଥା ତାଲିବାନଙ୍କ ନୀତିରେ ପ୍ରଭାବିତ । ବର୍ତ୍ତମାନ ତାଲିବାନ ପତାକା ତଳେ ଅର୍ଥାତ ଅଧିନରେ ଆଇସିସି କାର୍ଯ୍ୟକ୍ରମରେ ଦେଶ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ବିଶ୍ୱ କ୍ରିକେଟ୍ ସଂସ୍ଥା ବା ଆଇସିସି ଏନେଇ ପରିସ୍ଥିତି ଉପରେ ନଜର ରଖିଛି।
ଯଦି ଦେଶ ତାଲିବାନ ପତାକା ତଳେ ରହି ଖେଳିବାକୁ ଚାହୁଁଛି, ତେବେ ଆଇସିସିର ଆୟୋଜନ ଟିମ୍ ଆଫଗାନିସ୍ତାନ ଏହି କପ୍ରେ ଭାଗନେବ କି ନାହିଁ ତାହା ଉପରେ ଅନ୍ତିମ ମିନିଟ୍ରେ ବୈଠକ ଡକାଇବାର ସମ୍ଭାବନା ରହିଛି । ଦ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଆଇସିସି ଏହାର ସଦସ୍ୟ ରାଷ୍ଟ୍ରକୁ ଚାହିଁଲେ ବାହାର କରିଦେଇପାରିବ ।
ବିଶ୍ୱକପ୍ରେ ଆଫଗାନିସ୍ତାନର ପ୍ରଥମ ମ୍ୟାଚ୍ ୨୫ ଅକ୍ଟୋବର ଶାରଜାହରେ ଖଳାଯିବ । ପରେ ପାକିସ୍ତାନ, ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଆଫଗାନ୍ ଟିମ୍ ଖେଳିବ । ଏହାରି ମଧ୍ୟରେ ନଭେମ୍ବରରେ ଆଇସିସି ଆଫଗାନିସ୍ତାନର ସଦସ୍ୟତା ଉପରେ ଆଲୋଚନା କରିବ ବୋଲି ମଧ୍ୟ ସୂଚନା ମିଳିଛି। ପ୍ରଚଳିତ ନିୟମ ଅନୁଯାୟୀ, ପ୍ରତ୍ୟେକ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରରେ ଏକ ମହିଳା ଦଳ ରହିବା ଜରୁରୀ ।
ଆଫଗାନିସ୍ତାନ ବର୍ତ୍ତମାନ ଆଇସିସିର ୧୨ ଜଣ ପୂର୍ଣ୍ଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଏବଂ ଆଠଟି ଦେଶ ମଧ୍ୟରେ ସ୍ଥାନ ପାଇବାକୁ ଟି-୨୦ ବିଶ୍ୱକପରେ ସିଧାସଳଖ ପ୍ରବେଶ କରିଛି। ତାଙ୍କୁ ନିଲମ୍ବନ କରିବାକୁ ଆଇସିସି ବୋର୍ଡର ୧୭ ଜଣ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣଙ୍କୁ ଆଫଗାନ୍ ବିରୋଧରେ ଭୋଟ୍ ଦେବାକୁ ପଡିବ।
ପ୍ରୋଟୋକଲ୍ ଅନୁଯାୟୀ, ଟି-୨୦ ବିଶ୍ୱକପରେ ସମସ୍ତ ଅଂଶଗ୍ରହଣକାରୀ ଦେଶ ପତାକା ଦାଖଲ କରିବା ଆବଶ୍ୟକ ଯେଉଁଥିରେ ସେମାନେ ଅଂଶଗ୍ରହଣ କରିବେ । ସାଧାରଣତଃ ଏହି ପ୍ରକ୍ରିୟା ବିତର୍କଯୋଗ୍ୟ ନୁହେଁ, କିନ୍ତୁ ଆଫଗାନିସ୍ତାନ କ୍ଷେତ୍ରରେ ଏପରି ହୋଇପାରେ । ଶୋପିସ୍ ଇଭେଣ୍ଟ ପାଇଁ ଆଫଗାନିସ୍ତାନ ତାଲିବାନ ପତାକା ଦାଖଲ କରିବା ଉଚିତ କି? ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଉପରେ ଏହି ଦେଶର ସ୍ଥିତିକୁ ସ୍ପଷ୍ଟ କରିବାକୁ ନିଶ୍ଚିତ ଭାବେ ଚାପ ପଡ଼ିବ ବୋଲି କୁହାଯାଉଛି ।