ଆଫଗାନିସ୍ତାନରେ ସ୍ଥିତି ମଜବୁତ କରିବାକୁ ଚାଲିଛି ହିଟଲରୀ ଶାସନ, ଖୋଜି ଖୋଜି ଶତ୍ରୁ ଦମନ କରୁଛି ତାଲିବାନ

Published By : Prameya-News7 Bureau | August 21, 2021 IST

କାବୁଲ ୨୧/୦୮ : ଆଫଗାନିସ୍ତାନ ଦଖଲ ପରେ ତାଲିବାନ ଏହି ଦେଶ ଉପରେ ନିଜର ଦୃଢ ସ୍ଥିତି ମଜବୁତ କରିବାକୁ ହିଟଲରଙ୍କ ଭଳି ଆଚରଣ କରୁଛି । ଆତଙ୍କବାଦୀ ସଂଗଠନ ପୂର୍ବ ସରକାର ସମୟରେ ସୁରକ୍ଷା ବ୍ୟବସ୍ଥା ସହ ଜଡିତ ଲୋକଙ୍କୁ ଚିହ୍ନଟ କରିବା ସହ ଖୋଜି ଖୋଜି ଶତ୍ରୁ ଦାମନ କରିବାରେ ଲାଗିଛି । ଅନ୍ୟପଟେ, ପାଶ୍ଚାତ୍ୟ ଦେଶମାନଙ୍କରୁ ତାଙ୍କ ଅଧିକାରର ସ୍ୱୀକୃତି ପାଇବା ପାଇଁ ତାଙ୍କ ଭାବମୂର୍ତ୍ତି ତଥା ଦବଦବା ଆପଣାଇଛନ୍ତି ଅନେକ ଉପାୟ ।

କ୍ରାନ୍ତିକାରୀ ସରକାର ଗଠନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ରିପୋର୍ଟ ଅନୁଯାୟୀ, ପୂର୍ବରୁ ଏନଡିଏସରେ କାମ କରିଥିବା କିମ୍ବା ଆମେରିକାରେ କାମ କରିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ତାଲିବାନ ଘରକୁ ଘର ବୁଲୁଛି । କାବୁଲରୁ ଆସୁଥିବା ରିପୋର୍ଟଗୁଡିକ ଅତ୍ୟନ୍ତ ଦୁଃଖଖଦାୟକ । ଏଥିମଧ୍ୟରେ କୁହାଯାଇଛି ଯେ ତାଲିବାନ ନ୍ୟାସନାଲ ଡାଇରେକ୍ଟୋରେଟ ଅଫ ସିକ୍ୟୁରିଟି (ଏନଡିଏସ), ହିଟଲରଙ୍କ କୁଖ୍ୟାତ ଗୁପ୍ତଚର ଏଜେନ୍ସି ଗେଷ୍ଟାପୋ ଭଳି କାମ କରୁଛି ।

ତାଲିବାନ ପୂର୍ବ ଶାସନର ଲୋକଙ୍କୁ ଟାର୍ଗେଟ କରୁଥିବାବେଳେ ଶିଶୁ କିମ୍ବା ମହିଳାଙ୍କୁ ବି ଛାଡୁନାହାଁନ୍ତି । ଏପିରି ସ୍ଥିତି ହୋଇଛି ଯେ, ରାଜଧାନୀରେ ବିୟୁଟି ପାର୍ଲର ବନ୍ଦ ହୋଇଯାଇଛି । ବିଲବୋର୍ଡ ଏବଂ ମହିଳାଙ୍କ ଚେହେରା ଥିବା ବିଜ୍ଞାପନଗୁଡିକ ଉପରେ କାଳି ବୋଳିଦିଆଯାଇଛି । ଗୁରୁବାର ଦିନ ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ସମୟରେ ପୂର୍ବ ଆସାଦବାଦ ସହରରେ ତାଲିବାନ ଆତଙ୍କୀମାନେ ଭିଡ ଥିବାରୁ ଆଖିବହୁଜା ଗଉଳିଚାଳଣା କରିଥିଲେ । ଫଳରେ ଅନେକ ନୀରିହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ତାଲିବାନମାନେ କାବୁଲରେ ଏକ ରାଲିରେ ଫାଙ୍କା ଗୁଳିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.