କାବୁଲ ବିମାନବନ୍ଦର ନିକଟରୁ ଭାରତୀୟଙ୍କ ସମେତ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନୀ !

Published By : Prameya-News7 Bureau | August 21, 2021 IST

କାବୁଲ ୨୧/୦୮ : ଆଫଗାନିସ୍ତାନରେ ତାଲିବାନର ବର୍ବରତା ଜାରି । ସୂଚନାନୁସାରେ, ତାଲିବା ଆତଙ୍କୀମାନେ ଜୋର ଜବରଦସ୍ତ ୧୫୦ ଜଣଙ୍କୁ କାବୁଲ ବିମାନବନ୍ଦରରୁ ଉଠାଇ ନେଇଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଥିଲେ । ତେବେ ସେ ତାଲିବାନର କବଳରୁ ଫେରିଆସିଛନ୍ତି ।

ସେ କହିଛନ୍ତି ଯେ ଆଜି ରାତି ଗୋଟାଏ ସମୟରେ କିଛି ଲୋକଙ୍କୁ ଏକ ଗାଡି ମାଧ୍ୟମରେ ବିମାନ ଅଭିମୁଖେ ନିଆଯାଉଥିଲା । କିନ୍ତୁ କୌଣସି କାରଣରୁ ସେମାନେ ବିମାନ ବନ୍ଦରରେ ଯାତ୍ରା କରିପାରିନଥିଲେ । ସୂଚନାନୁସାରେ, ଅସ୍ତ୍ରଶସ୍ତ୍ର ବିନା କିଛି ତାଲିବାନ ଆସି ଲୋକଙ୍କୁ ମାଡ ମାରିଥିଲେ । ପରେ ସେମାନଙ୍କୁ କାବୁଲର ତାରଖିଲକୁ ନେଇ ଯାଇଥିଲେ । ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଗାଡିରୁ ଡେଇଁ ପଳାଇବାରେ ସଫଳ ହୋଇଥିଲେ ।

wp:html /wp:html

ସେ କହିଥିଲେ ଯେ କେବଳ କିଛି ଲୋକ କାରରୁ ଡେଇଁବାରେ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ସହ କ’ଣ ହେବ କେହି ଜାଣି ନାହାଁନ୍ତି । ତେବେ ତାଲିବାନର ଜଣେ ମୁଖପାତ୍ର ଅହମ୍ମଦୁଲ୍ଲା ୱାସେକ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ଏହି ପରିସ୍ଥିତିକୁ ନେଇ ଭାରତ ସରକାରଙ୍କ ତରଫରୁ କୌଣସି ସରକାରୀ ମନ୍ତବ୍ୟ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.