ଆଫଗାନିସ୍ତାନ ଟି-୨୦ ଟିମ୍ର ଅଧିନାୟକ ହେଲେ ରଶିଦ ଖାନ
29/12/2022 at 6:49 PM

କାବୁଲ: ଟି-୨୦ କ୍ରିକେଟ୍ ପାଇଁ ଆଫ୍ଗାନିସ୍ତାନର ନୂଆ ଅଧିନାୟକ ହେଲେ ରଶିଦ ଖାନ। ଟି-୨୦ ବିଶ୍ୱକପ୍ ପରେ ମହମ୍ମଦ ନବୀ କ୍ୟାପ୍ଟେନ୍ ପଦ ଛାଡ଼ିବା ପରେ ରାଶିଦ ଖାନ୍ଙ୍କୁ ଏହି ଦାୟିତ୍ୱ ଦେଇଛି ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ। ବିଶ୍ୱକପ୍ରେ ଆଫଗାନିସ୍ତାନର ସ୍ଥିତି ଅତି ସୋଚନୀୟ ହୋଇଇଥିଲା। ସୁପର ୧୨ରୁ ହିଁ ଦଳ ବିଶ୍ୱକପ୍ରୁ ବିଦା ହୋଇଥିଲା। ହେଲେ ୨୦୨୧ରେ ସେ ପଦ ଛାଡ଼ି ଦେବାରୁ ମହମ୍ମଦ ନବୀ କ୍ୟାପ୍ଟେନ୍ ହୋଇଥିଲେ।
ଏଥର ପୁଣିଥରେ ଟି-୨୦ କ୍ୟାପ୍ଟେନ୍ ନିଯୁକ୍ତି ହେବା ପରେ ରଶିଦ ଖାନ କହିଛନ୍ତି “ଅଧିନାୟକ ପଦ ଏକ ଗୁରୁ ଦାୟିତ୍ୱ। ମୁଁ ପୂର୍ବରୁ ଏହି ଅନୁଭବ ନେଇସାରିଛି। ଆମ ଟିମ୍ରେ ଭଲ ବୁଝାମଣା ଥିବା ସହ ମୁଁ ଟିମ୍ ସହ ଖେଳିବାକୁ ଖୁବ ସହଜ ଅନୁଭବ କରେ। ଆମେ ସବୁ ଏକାଠି ରହିବାକୁ ଚେଷ୍ଟା କରିବୁ। ସମସ୍ତେ ମିଳିମିଶି କଠିନ ପରିଶ୍ରମ କରି ଆମ ଦେଶକୁ ଗୌରବାନ୍ୱିତ କରିବୁ। ”
ରଶିଦ ଖାନ ଟି-୨୦ ଟିମ୍ର କ୍ୟାପ୍ଟେନ୍ ହେବା ପରେ ଏସିବି ଚେୟାର ମ୍ୟାନ୍ ମିରୱାଇସ ଅଶ୍ରଫ କହିଛନ୍ତି ଯେ ରଶିଦ ଖାନ ଆଫଗାନିସ୍ତନ କ୍ରିକେଟର ଏକ ବଡ଼ ନାଁ। ତାଙ୍କର ବିଭିନ୍ନ ଫର୍ମାଟ୍କେ ଅଭିଜ୍ଞତା ରହିଛି। ତେଣୁ ତାଙ୍କ ଅଭିଜ୍ଞତା ଦଳର ପଥପ୍ରଦର୍ଶକ ହେବ। ସବୁ ଫର୍ମାଟ୍ରେ ଆଫଗାନିସ୍ତାନ ଟପ୍କୁ ଆସିବ ବୋଲି ମୀର ୱାଇସ୍ କହିଛନ୍ତି। ସୂଚନା ଥାଉକି ଆଇପିଏଲ୍ରେ ରଶିଦ ଖାନ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳୁଛନ୍ତି।