ଅସହାୟ ଲୋକଙ୍କୁ ସହାୟତା କଲେ ଆଫଗାନ କ୍ରିକେଟର, ଭିଡିଓ ଦେଖି ଫ୍ୟାନ୍ସଙ୍କ ପ୍ରଶଂସା

Published By : Prameya-News7 Bureau | November 13, 2023 IST

ମୁମ୍ଵାଇ ୧୩।୧୧: ବର୍ତ୍ତମାନ ଆଫଗାନିସ୍ତାନ କ୍ରିକେଟର ରହମାନୁଲ୍ଲା ଗୁରୁବାଜ ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ ସବୁଠାରେ ଖୁବ୍ ପ୍ରଶଂସା କରାଯାଉଛି। ଏହାର କାରଣ ହେଉଛି ନିକଟରେ ସେ ଅହମ୍ମଦାବାଦ ରାସ୍ତାରେ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ଏହି ଭିଡିଓ ସାମ୍ନାକୁ ଆସିଲା । ତାହା ସୋସିଆଲ ମିଡିଆରେ ଭାଇରାଲ ହେଲା। ସମସ୍ତେ ତାଙ୍କର ପାୱାରଫୁଲ୍‌ ହିଟ୍ ପାଇଁ ଜଣାଶୁଣା ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଏହି ତାଲିକାରେ କଂଗ୍ରେସ ନେତା ତଥା ଥିରୁବନନ୍ତପୁରମ୍ ସାଂସଦ ଶଶି ଥରୁର ମଧ୍ୟ ସାମିଲ ହୋଇଛନ୍ତି।

କଂଗ୍ରେସ ନେତା ଶଶି ଥରୁର କ୍ରିକେଟରଙ୍କ ଦୟାଳୁ ଆଚରଣକୁ ପ୍ରଶଂସା କରି କହିଛନ୍ତି ଯେ ସେ ସ୍କୋର କରିଥିବା ଶତକ ଅପେକ୍ଷା ଏହା ବଡ ଅଟେ। ଗୁରୁବାଜ ଅହମ୍ମଦାବାଦ ରାସ୍ତାରେ ସକାଳ ୩ ଟାରେ ଫୁଟପାଥରେ ଶୋଇଥିବା ଭୂମିହୀନ ଲୋକଙ୍କୁ ଟଙ୍କା ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ସେ କିଛି ନ କହି ସେମାନଙ୍କୁ ଟଙ୍କା ରଖୁଥିଲେ। ଏହି ଭିଡିଓକୁ ଅହମ୍ମଦାବାଦର ଜଣେ ବ୍ୟକ୍ତି ଭିଡିଓ ରେକର୍ଡ କରିଛନ୍ତି। ଏହା ଦର୍ଶାଏ ଯେ ଗୁରୁବାଜ କେବଳ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି, ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି।

wp:html /wp:html

ଶଶି ଥରୁର ଗୁରୁବାଜଙ୍କ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ତାଙ୍କୁ ପ୍ରଶଂସା କରିଥିଲେ। ସେ ଲେଖିଛନ୍ତି, 'ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରୁବାଜ ତାଙ୍କର ଶେଷ ମ୍ୟାଚ୍ ପରେ ଅହମ୍ମଦାବାଦରେ ଫୁଟପାଥରେ ରହୁଥିବା ଲୋକଙ୍କୁ ଦୟା ଦେଖାଇ ଏକ ଚମତ୍କାର କାର୍ଯ୍ୟ କରିଥିଲେ। ଗୁରବାଜ ଆଇପିଏଲ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ଖେଳନ୍ତି । KKR ମଧ୍ୟ ଏହି ଭିଡିଓ ସେୟାର କରିଛି ।

wp:embed {"url":"https://www.prameyanews7.com/virat-kohli-claims-odi-wicket-after-9-years-anushka-sharmas-reaction-is-viral/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-claims-odi-wicket-after-9-years-anushka-sharmas-reaction-is-viral/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.