ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ; ପୁଞ୍ଜି ନିବେଶ ପାଇଁ ଅନୁରୋଧ କଲେ ତାଲିବାନ ମନ୍ତ୍ରୀ

Published By : Prameya-News7 Bureau | December 04, 2022 IST

କାବୁଲ: ଦେଶରେ ଆର୍ଥିକ ସ୍ଥିତି ସୁଧାରିବାକୁ ଭାରତର ସହଯୋଗ ଚାହୁଁଛି ତାଲିବାନ। ଭାରତ ଆଫଗାନିସ୍ତାନରେ ପୁଞ୍ଜି ନିବେଶ କରୁ ଏଥିପାଇଁ କାବୁଲରେ ଥିବା ଭାରତୀୟ ଦୂତାବାସକୁ ଭେଟି ଅନୁରୋଧ କରିଛନ୍ତି ତାଲିବାନ ସରକାର। ରବିବାର 'ଦି ହିନ୍ଦୁ' କୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ତାଲିବାନ ରାଜନୀତ କାର୍ଯ୍ୟାଳୟ ମୁଖ୍ୟ ସୁହେଲ ଶାହୀନ।

ସେ କହିଛନ୍ତି " ଆଫଗାନିସ୍ତାନରେ ସହରୀ ନିର୍ମାଣ ସହ ଭାରତୀୟ ପୁଞ୍ଜି ନିବେଶ ପାଇଁ ଦେଶ ସର୍ବଦା ଖୋଲା ରହିଛି। ଏନେଇ ନିକଟରେ କାବୁଲ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିସାରିଛନ୍ତି ଆଫଗାନ ସହର ବିକାଶ ମନ୍ତ୍ରୀ।"

ତାଲିବାନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଭାରତ କୁମାର ଓ ଅଫଗାନିସ୍ତାନ ସହର ବିକାଶ ମନ୍ତ୍ରୀ ହମଦୁଲ୍ଲା ନୋମାନୀଙ୍କ ସହ ବିଭିନ୍ନ ଦିଗରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଛି। ନୋମିନୀ ୧୯୯୬-୨୦୦୧ରେ ସରକାର ସମୟରେ ତାଲିବାନର ଶିକ୍ଷାମନ୍ତ୍ରୀ ରହିଥିଲେ।   

ଆମେରିକା ଶକ୍ତି ଅଧିନରେ ଚାଲିଥିବା ଅଶ୍ରଫ ଘନିଙ୍କ ସରକାର ସମୟରେ ଆଫଗାନିସ୍ଥାନରେ ଭାରତ ତାର ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ମୋଟା ଅଙ୍କର ପୁଞ୍ଜି ନିବେଶ କରିଥିଲା। ସ୍ୱାସ୍ଥ୍ୟ,ବୈଦୁତିକ ନିର୍ମାଣ ଆଦିରେ କାମ କରୁଥିଲା। ହେଲେ ୨୦୨୧ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏହି ଟିମ୍‌ଗୁଡ଼ିକୁ ଆଫଗାନିସ୍ତାନରୁ ଉଦ୍ଧାର କରାଯାଇ ଭାରତ ଫେରାଇ ଅଣାଯାଇଥିଲା। ଫଳରେ ଆଫଗାନିସ୍ଥାନରେ ଏହିସବୁ କାମ ଅଧା ରହିଯାଇଥିଲା। ହେଲେ ରବିବାର ସୁହେଲ ଶାହୀନ ଦି ହିନ୍ଦୁଙ୍କୁ ଦେଥିବା ସାକ୍ଷାତ୍‌କାରରେ କହିଛନ୍ତି " ପୂର୍ବତନ ଶାସକ ସମୟରେ ଯେଉଁ କାମ ହୋଇଥିଲା ତାହା ଅଧା ରହିଯାଇଛି। ବର୍ତ୍ତମାନ ଭାରତ ଏହିସବୁ କାମଗୁଡ଼ିକ ପୁଣିଥରେ ଆରମ୍ଭ କରିପାରିବ ଓ ନୂଆ ପୁଞ୍ଜି ନିବେଶ କରିପାରିବ।"

ଆଫଗାନିସ୍ଥାନରେ ତାଲିବାନ ଶାସନକୁ ଏପର୍ଯ୍ୟନ୍ତ ସମର୍ଥନ କରି ନାହିଁ ଭାରତ। ତେଣୁ ଦେଶର ସମ୍ପର୍କ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ କିଛି ମାସ ତଳେ ଆଫଗାନିସ୍ତାନରେ ଦୂତାବାସ ଖୋଲିସାରିଛି ଭାରତ। ତା ସହିତ ଆଫଗାନିସ୍ତାନକୁ ସହଯୋଗ  ମଧ୍ୟ କରିଛି। ତେବେ ଆଫଗାନିସ୍ତାନରେ ତାଲିବାନ ପୁଞ୍ଜି ନିବେଶ ସୁରକ୍ଷା ଭାରତକୁ ଯୋଗାଇ ଦେବ। ଭାରତୀୟ କମ୍ପାନୀର ସୁରକ୍ଷା ତାଲିବାନର ଦାୟିତ୍ୱ ବୋଲି ସୁହେଲ ଶାହିନୀ କହିଛନ୍ତି।

ସୂଚନା ଥାଉକି, ଗତ ଦୁଇ ଦଶନ୍ଧୀରେ ଭାରତ ଆଫଗାନିସ୍ତାନରେ ନିର୍ମାଣ କ୍ଷେତ୍ରରେ ୩ ବିଲିୟନ ଆମେରିକୀୟ ଡଲାର ନିବେଶ କରିଥିଲା ଭାରତ। ହେଲେ ତାଲିବାନ ଅକ୍ତିଆର ପରେ ଏହି ନିବେଶ ବିପଦ ଘେରରେ ଦେଖି ଭାରତ ସବୁ କାମ ବନ୍ଦ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.