Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

କାବୁଲ ବିସ୍ଫୋରଣ ନେଇ ଆଫଗାନିସ୍ତାନ NSD ପୂର୍ବରୁ ଦେଇଥିଲା ସୂଚନା: ତଥାପି କାହିଁକି ବିଫଳ ହେଲା ଆମେରିକା ?

27/08/2021 at 2:46 PM

ନୂଆଦିଲ୍ଲୀ ୨୭/୦୮ : ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟ ସକ୍ରିୟ ହୋଇଯାଇଛନ୍ତି। ଦେଶରେ ଅରାଜକତା ମାହୋଲ ରହିଛି। ଗୁରୁବାର ସନ୍ଧ୍ୟାରେ କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ହମଲାରେ ଏବେ ସୁଦ୍ଧା ୧୦୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୧୩୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସେନା ସାମିଲ ଅଛନ୍ତି। ଇତି ମଧ୍ୟରେ ଆମେରିକାର ସୁରକ୍ଷା ବ୍ୟବସ୍ଥା ଉପରେ ଏନଙ୍କ ପ୍ରଶ୍ନ ଛିଡା ହୋଇଛି। ଆଫଗାନିସ୍ତାନରେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ (NSD) ର ଶୀର୍ଷ ସୂତ୍ରରୁ ଜଣାପଡିଛି ଯେ ଏଜେନ୍ସି ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ କାବୁଲ ବିମାନବନ୍ଦରରେ ବିସ୍ଫୋରଣ ସମ୍ପର୍କରେ ପୂର୍ବରୁ ହିଁ ସୂଚନା ଦିଆଯାଇଥିଲା। ତାସତ୍ତ୍ୱେ ମଧ୍ୟ ଆମେରିକା ଏହି ବିସ୍ଫୋରଣ ରୋକିବାରେ ବିଫଳ ହୋଇଥିଲା।

ସୂତ୍ର ଅନୁଯାୟୀ, ଆମେରିକାକୁ ପୂର୍ବରୁ ହିଁ ସୂଚିତ କରାଯାଇଥିଲା ଯେ ହକ୍କାନି ନେଟୱାର୍କ ବିସ୍ଫୋରଣ କରିବ ଓ ଆଇଏସଆଇଏସ ଏହାର ଦୋଷ ନେବ। ସୂତ୍ର ଅନୁଯାୟୀ ହକ୍କାନି ନେଟୱାର୍କ କଥିତ ରୂପେ କାବୁଲ ଏୟାରପୋର୍ଟରେ ହେଉଥିବା ଉତ୍ତେଜନା ଓ ଉପଦ୍ରବ ଶେଷ କରିବାକୁ ଏକ ମାତ୍ର ସମାଧାନ ଭାବେ ବିସ୍ଫୋରଣ କରିଛି।

ଆଇଏସଆଇଏସ ଏହି ବିସ୍ଫୋରଣ ଦୋଷ ନେଇଛି। ଆଇଏସଆଇଏସ ଆତଙ୍କୀ ସଂଗଠନ ତାଲିବାନକୁ ନିଜର ଶତ୍ରୁ ମାନେ। ଏହି ହମଲା ପରେ ଆଫଗାନିସ୍ତାନର ସ୍ୱେଘୋଷିତ କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦାବି କରିଛନ୍ତି ଯେ ଖୁରାସାନ ଗ୍ରୁପ ସହ ତାଲିବାନର ଲିଙ୍କ ଅଛି। ଏପଟେ କିନ୍ତୁ ବିସ୍ଫୋରଣ ପାଇଁ ତାଲିବାନ ଆମେରିକାକୁ ଦୋଷ ଦେଇଛି।

AFP ର ଏକ ରିପୋର୍ଟ ଅନୁଯାୟୀ, କିଛି ଲୋକ ଗରମରୁ ବଞ୍ଚିବାକୁ ଆଣ୍ଠୁଏ ପାଣି ନାଳରେ ଛିଡା ହୋଇଥିଲେ। ସେତେବେଳେ ଜଣେ ଆକ୍ରମଣକାରୀ ହମଲା କରିଥିଲା। ମାତ୍ର କିଛି ମୁହୂର୍ତ୍ତରେ ଶବ ପାଣିରେ ବିଛେଇ ହୋଇଗଲା। କିଛି ସମୟ ମଧ୍ୟରେ ସବୁ ଦୃଶ୍ୟ ବଦଳିଗଲା। ଯେଉଁମାନେ ବିମାନରେ ବସି ଦେଶ ଛାଡ଼ିଯିବାକୁ ଆଶା ରଖିଥିଲେ କିଛି ସମୟ ପରେ ସେମାନଙ୍କୁ ଆମ୍ବୁଲାନ୍ସରେ ନିଆଯାଉଥିବା ଦେଖିବାକୁ ମିଳିଥିଲା। ରକ୍ତ ଜୁଡୁବୁଡୁ ନାଳରେ ଲୋକେ ନିଜ ଲୋକଙ୍କୁ ଖୋଜୁଥିଲେ ଓ ସାହାଯ୍ୟ ପାଇଁ ଗୁହାରି କରୁଥିଲେ।

   Related Posts