Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

କାବୁଲ ବ୍ଲାଷ୍ଟର ବଦଲା: ISIS-K ଆଡ୍ଡା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍, ବିସ୍ଫୋରଣର ମାଷ୍ଟର ମାଇଣ୍ଡ ନିହତ

28/08/2021 at 8:25 AM

ଆମେରିକା ୨୮/୦୮: କାବୁଲ ବିସ୍ଫୋରଣର ବଦଲା ନେଲା ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆଫଗାନିସ୍ତାନର ISIS-K ଆଡ୍ଡା ଉପରେ ଆକ୍ରମଣ । ଏହି ଏୟାର ଷ୍ଟ୍ରାଇକରେ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ନିହତ ହୋଇଛି । ସୂଚନା ଥାଉକି, କାବୁଲ ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଡଜନ ଆମେରିକୀୟ ସୈନିକଙ୍କ ସମେତ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ବୋମା ପକାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବିରୋଧରେ ଆମେରିକା ଏକ ବଡ ପଦକ୍ଷେପ ନେଇଛି । ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ ଆମେ ଏହାର ଜବାବ ଦେବୁ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବୁ । କାବୁଲ ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଦାୟିତ୍ୱ ନେଲା ।

ଆଫଗାନିସ୍ତାନ-ପାକିସ୍ତାନ ସୀମା ନିକଟ ନଙ୍ଗରହାର ପ୍ରଦେଶରେ ଆମେରିକା ଏହି ବୋମା ବିସ୍ଫୋରଣ କରିଥିଲା । କୁହାଯାଉଛି ଯେ ଏହି ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି । କାବୁଲ ବିସ୍ଫୋରଣ ପରେ ଆମେରିକା ପ୍ରବଳ ଚାପରେ ଥିଲା । କାବୁଲ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ବିଡେନ କହିଛନ୍ତି ଯେ ଯିଏ ଏହି ଆକ୍ରମଣରେ ଜଡିତ ଅଛି, ଆମେ ସେମାନଙ୍କୁ ଛାଡିବୁ ନାହିଁ ।

   Related Posts