ପାନିପଥ ଫିଲ୍ମକୁ ନେଇ ଆଫଗାନ ସରକାରଙ୍କ ଚିନ୍ତା : ଅହମ୍ମଦ ଶାହ ଅବ୍‌ଦୁଲୀ ଚରିତ୍ର କୁ ଅପମାନକରାଯାଉଥିବା ଅଭିଯୋଗ

Published By : Prameya-News7 Bureau | November 06, 2019 IST

ମୁମ୍ବାଇ୬|୧୧ : ୧୭୬୧ର  ତୃତୀୟ  ପାନିପଥ ଯୁଦ୍ଧର  ଉପରେ  ଆଧାରିତ ଫିଲ୍ମ ପାନିପଥ କୁ ନେଇ ଆଫଗାନିସ୍ତାନ ସରକାରଙ୍କ  ଚିନ୍ତା ବଢିବାର ଲାଗିଛି ।  ଆଫଗାନିସ୍ତାନ ସରକାରଙ୍କ  ଅନୁଯାୟୀ ଫିଲ୍ମ ରିଲିଜ ପାଇଁ ଏହା ଉପଯୁକ୍ତ ସମୟ ନୁହେଁ ।  

{"id":179859}

ସୂଚନାଯୋଗ୍ୟ ଯେ,  ୧୭୬୧ରେ  ସଦାଶିବ ଭାଓ ପୈସବା  ଓ ଅହମ୍ମଦ ଶାହ ଅବଦୁଲୀଙ୍କ ମଧ୍ୟରେ ତୃତୀୟ ପାନୀପଥର  ଯୁଦ୍ଧ ହୋଇଥିଲା  । ଏହି ଯୁଦ୍ଧ ଉପରେ ନିର୍ମିତ ଫିଲ୍ମରେ  ଅହମ୍ମଦ ଶାହ ଅବ୍‌ଦୁଲୀ  ଚରିତ୍ର କୁ ଅପମାନ କରଯାଉଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ବ ହୋଇଛି ।   

{"id":179860}

ଆଶୁତୋଷ ଗୌରିକୋରଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମ ୬ ଡିସେମ୍ବରରେ ରିଲିଜ ହେବାର ଅଛି । ଏହି ଫିଲ୍ମରେ  ଅହମ୍ମଦ ଶାହ ଅବ୍‌ଦୁଲୀ  ଙ୍କ  ଚରିତ୍ର ସଂଜୟ ଦତ୍ତ କରୁଥିବା ବେଳେ  , ଅର୍ଜୁନ କପୁର ସଦାଶିବ ରାଓର  ଭୂମିକାରେ ଅଭିନୟ କରୁଛନ୍ତି । ଅଭିନେତ୍ରୀ କ୍ରିତ୍ତି ସାନନ ତାଙ୍କ ପତ୍ନୀ  ପାର୍ବତୀ ବାଇର ଭୂମିକାରେ ସାମ୍ନାକୁ ଆସିବେ  ।

{"id":179873}

ପାନିପଥ ଯୁଦ୍ଧକୁ ନେଇ ଏହି ସମୟରେ ଫିଲ୍ମ ରିଲିଜ ପାଇଁ ଆଫଗାନ ସରକାର ଚାହୁଁନଥିବା ସୂଚନା ମିଳିଛି  । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଆଫଗାନିସ୍ତାନର ସୋସିଆଲ ମିଡିଆରେ ସଂଜୟ ଦତ୍ତଙ୍କ ଅଭିନୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।  ଅହମ୍ମଦ ଶାହ ଅବଦୁଲୀଙ୍କ ଚରିତ୍ର ସହିତ କାଣ୍ଟଛାଣ୍ଟ କରାଯାଇଥିବା ଅଭିଯୋଗ ହେଉଛି ।

{"id":179874,"width":579,"height":676}

ଆଫାଗାନିସ୍ତାନର ବାଣିଜ୍ୟ ଦୂତାବାସର ଅଧିକାରୀ ନସୀମ ଶରିଫଏହି ଘଟଣାରେ ଟ୍ବିଟ୍ କରିଥିଲେ କି ସଂଜୟ ଦତ୍ତ ତାଙ୍କୁ ଭରସା ଦେଇଛନ୍ତିଯେ ଫିଲ୍ମରେ ଯଦି କୌଣସି ଅହମ୍ମଦ ଶାହଙ୍କ ଚରିତ୍ରରେ କୌଣସି ବି ଭୁଲ ରହିଥାନ୍ତା , ତେବେ ସେ ଏହି ଫିଲ୍ମ କରିନଥାନ୍ତେ । ଗତ ଦେଢବର୍ଷ ହେଲା ଭାରତରେ ରହିଆସୁଥିବା ଅଧିକାରୀ ମାନେ ଉଦ୍ୟମ କରୁଛନ୍ତି ଯେ ଫିଲ୍ମରେ ଅହମ୍ମଦ ଶାହ ବାବାଙ୍କ ଚରିତ୍ରକୁ ଅପମାନ ନକରିବାକୁ ।  ଅହମ୍ମଦ ଶାହ ଅବଦୁଲୀ ନୂଆ ଆଫଗାନିସ୍ତାନ ନିର୍ମାତା , ଯାହାପାଇଁ ତାଙ୍କୁ ସେଠାରେ  ବାବା କୁହାଯାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.