oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଥମୁନି ହିଂସା : ଭାରତର ସହଯୋଗ ଲୋଡିଲା ଆଫଗାନିସ୍ତାନ, କହିଲା- ଆମକୁ ବଞ୍ଚାଇଦିଅ

4/08/2021 at 10:53 AM

କାବୁଲ ୦୪।୦୮: ଆଫଗାନିସ୍ତାନରେ ପରିସ୍ଥିତି ଗୁରୁବାର ହେବାରେ ଲାଗିଛି । ଏହି ସମୟରେ ଆଫଗାନିସ୍ତାନକୁ ତାଲିବାନ ଆକ୍ରମଣରୁ ରକ୍ଷା କରିବା ଲାଗି ଅନୁରୋଧ କରିଛି ।  ଏସବୁ ଭିତରେ ମଙ୍ଗଳବାର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ଅଟମାର ତାଙ୍କ ପ୍ରତିପକ୍ଷ ଏସ୍‌ ଜୟଶକଙ୍କରଙ୍କ ସହିତ କଥା ହୋଇଛନ୍ତି । ଏହି ସମୟରେ ତାଲିବାନ ଏବଂ ବିଦେଶୀ ଆତଙ୍କବାଦୀଙ୍କ ଆକ୍ରମଣ ଦ୍ୱାରା ଆଫାଗାନିସ୍ତାନରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା ।  ଏହାସହିତ ଆଫଗାନିସ୍ତାନରେ ଲାଗି ରହିଥିବା ପରିସ୍ଥିତିରେ ସୁଧାର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବା ପାଇଁ ଆହ୍ୱାନ ଦେଇଛନ୍ତି ।

ଆଫଗାନିସ୍ତାନର ବୈଦଶିକ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ବିଦେଶୀ ଆତଙ୍କବାଦୀ ସହ ମିଶି ତାଲିବାନ ସଂଗଠନ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଚାଲିଛି । ଏହାଦ୍ୱାରା ଅଞ୍ଚଳରେ ସ୍ଥିରତା ଓ ନିରାପତ୍ତା ଉପରେ ଅନେକ ପ୍ରଭାବ ପଡିଥାଏ । ଆତଙ୍କବାଦୀ ଗୋଷ୍ଠୀଙ୍କ ଦ୍ୱାରା ବଢୁଥିବା ହିଂସା ଦ୍ୱାରା ମାନବାଧିକାର ଆଇନ୍‌ର ଉଲ୍ଲଘନ ହେଉଛି । ଆଫଗାନିସ୍ତାନରେ ଲାଗି ରହିଥିବା ହିଂସାକୁ ତୁରନ୍ତ ଶେଷ କରିବା ଉପରେ ଧ୍ୟାନ ଦେବା ଜରୁରୀ ଏବଂ ତୁରନ୍ତ ସୁରକ୍ଷା ପରିଷଦର ଜରୁରୀ ବୈଠକ ଆୟୋଜନ କରିବାକୁ ଭାରତର ବୈଦଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପ୍ରସ୍ତାବ ଦେଇଛନ୍ତି ଆଫଗାନିସ୍ତାନ ପ୍ରତିପକ୍ଷ ।

ସୂଚନାଯୋଗ୍ୟ ଯେ,  ଅଗଷ୍ଟ ମାସ ପାଇଁ ଭାରତ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରୁଛି। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରେ ବଢୁଥିବା ହିଂସା ତଥା ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ଭାରତ ଚିନ୍ତା ଜାହିର କରାଯାଇଛି । ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ନେବା ଦରକାର । ଆମେରିକୀୟ ସେନା ପ୍ରତ୍ୟାହାର କରିବାରୁ ଆଫଗାନିସ୍ତାନରେ ତାଲିବାନ କ୍ରମାଗତ ଭାବରେ ଆକ୍ରମଣ କରିଚାଲିଛି। ଏପିରିକି ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ତାଲିବାନର ହସ୍ତକ୍ଷେପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତିରେ ତାଲିବାନ ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଆକ୍ରମଣ କରିଥିଲା।

   Related Posts