ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଆଫଗାନି ଶିଶୁକୁ ଉଦ୍ଧାର କଲେ ଆମେରିକୀୟ ସେନା, ଚିକିତ୍ସା ପରେ ବାପାଙ୍କୁ ହସ୍ତାନ୍ତର : ଭିଡିଓ ଭାଇରାଲ୍

21/08/2021 at 1:23 PM

ନୂଆଦିଲ୍ଲୀ ୨୧/୦୮ : ତାଲିବାନ କବଳରେ ଆସିବା ପରେ, ଆଫଗାନିସ୍ତାନରୁ ଭୟାନକ ଏବଂ ହୃଦୟ ବିଦାରକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସୁଛି । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବାପା ନିଜ ଶିଶୁକୁ ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଚେରୀ ସେପଟକୁ ଆମେରିକାର ସେନାକୁ ଦେଉଥିବାର ନଜର ଆସିଛି । ଆମେରିକାର ସେନା ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ଏହି ଶିଶୁକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ବିମାନ ବନ୍ଦରରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ।

ଆମେରିକାର ପ୍ରତିରକ୍ଷା ବିଭାଗର ମୁଖପାତ୍ର ଜନ୍ କିର୍ବି କହିଛନ୍ତି, ‘ହମିଦ କରଜାଇ ବିମାନବନ୍ଦରରେ ହୋଇଥିବା ବିଶୃଙ୍ଖଳା ମଧ୍ୟରେ ଏହି ଶିଶୁକୁ ଆଫଗାନିସ୍ତାନର ଜଣେ ବାପା ଆମେରିକାର ସେନାକୁ ହସ୍ତାନ୍ତର କରିଥିଲେ। ପ୍ରକୃତରେ ଏହି ଶିଶୁଟି ଅସୁସ୍ଥ ଥିଲା ତେଣୁ ତାର ବାପା ସେନାକୁ ଶିଶୁଟିର ଚିକିତ୍ସା ଏବଂ ଯତ୍ନ ନେବାକୁ କହିଥିଲେ। ଆମେରିକାର ସେନା ଏହି ଶିଶୁକୁ ବିମାନବନ୍ଦରରେ ଉପସ୍ଥିତ ଥିବା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ବର୍ତ୍ତମାନ ଏହି ଶିଶୁକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ସେ ବିମାନବନ୍ଦରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।’

ଏଥି ସହିତ କିର୍ବି କହିଛନ୍ତି, ‘ଏହା କରୁଣା ଏବଂ ପ୍ରେମରେ ପରିପୂର୍ଣ୍ଣ ଏକ କାର୍ଯ୍ୟ ଥିଲା। ଆମେରିକାର ସୈନିକମାନେ ଏହି କଠିନ ସମୟରେ ଜୀବନ୍ତ ତଥା ବୃତ୍ତିଗତ ମନୋଭାବ ପ୍ରଦର୍ଶନ କରି ଏହି ଶିଶୁର ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ।’

ବ୍ରିଟିଶର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ବିମାନବନ୍ଦରରେ ଏକାଠି ହୋଇଛନ୍ତି। ଏଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଆଫଗାନିସ୍ତାନ ମହିଳାମାନେ ସେମାନଙ୍କର ଶିଶୁମାନଙ୍କୁ ପାଚେରୀ ସେପଟକୁ ପକାଉଥିବାର ଦେଖାଯାଉଛି । ବ୍ରିଟିଶ ଅଧିକାରୀ କହିଛନ୍ତି, ‘ବର୍ତ୍ତମାନ କାବୁଲ ବିମାନବନ୍ଦରରେ ଅବସ୍ଥା ଅତ୍ୟନ୍ତ ଖରାପ। ମହିଳାମାନେ ନିଜ ପିଲାମାନଙ୍କୁ ପାଚେରୀ ସେପଟକୁ ପକାଇ ବ୍ରିଟିଶ ସୈନ୍ୟବାହିନୀକୁ ହସ୍ତାନ୍ତର କରୁଥିବା ଦେଖାଯାଉଛି। ଏଠାରେ ପରିସ୍ଥିତି ଦେଖି ଆମେ ସମସ୍ତେ ଦୁଃଖିତ।’

   Related Posts