କାବୁଲ ବିମାନବନ୍ଦରରେ ଆଫଗାନ ସେନା-ଅଜଣା ଆତତାୟୀ ଗୁଳିବିନିମୟ: ଜଣେ ଯବାନ ନିହତ, ୩ ଗୁରୁତର

Published By : Prameya-News7 Bureau | August 23, 2021 IST

କାବୁଲ ୨୩/୦୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସମଗ୍ର ଦେଶରେ ଆତଙ୍କ ଖେଳିଯାଇଛି । ଅନେକ ଲୋକ ଭୟଭୀତ ହୋଇ ଦେଶ ଛାଡି ପଳାଉଛନ୍ତି । ଏସବୁ ମଧ୍ୟରେ ଅନ୍ୟ ଅନେକ ଆତଙ୍କବାଦୀ ସଂଗଠନ ମଧ୍ୟ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ରଏଟର୍ସ ସୂଚନା ମୁତାବକ ସୋମବାର କିଛି ଅଜଣା ଆତତାୟୀ କାବୁଲ ବିମାନବନ୍ଦରରେ ଗୁଳି ହଠାତ୍ ଗୁଳିଚାଳନା କରିଥିଲେ ।

ଏଥିରେ ଆଫଗାନିସ୍ତାନ ସୁରକ୍ଷା ବଳର ଜଣେ ସୈନିକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ତିନି ଜଣ ଆହତ ହୋଇଥିବା କୁହାଯାଉଛି । ତେବେ କଣ ପାଇଁ ଏପରି ସ୍ଥିତି ଘଟିଛି ତାହେ ଏଯାେଁ ସ୍ପଷ୍ଟ ହୋଇନି । ସୂଚନା ଥାଉକି, କାବୁଲ ବିମାନବନ୍ଦରରେ ବିମାନ ଚଢିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଏହି ପରିସ୍ଥିତିରେ ଅନିୟନ୍ତ୍ରିତ ଭିଡ ରୋକିବାକୁ ସେନା ପକ୍ଷରୁ ଗୁଳିଚଳାଇବା ବି ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.