ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପ୍ରଶାସନିକ ବୈଠକ ସମୟରେ ବିସ୍ଫୋରଣ, ତାଲିବାନୀ ଗଭର୍ଣ୍ଣର ନିହତ

9/03/2023 at 3:57 PM

ନୂଆଦିଲ୍ଲୀ: ବୋମା ବିସ୍ଫୋରଣରେ ତାଲିବାନୀ ଗଭର୍ଣ୍ଣର ନିହତ । ଆଫଗାନିସ୍ତାନର ବଲ୍‌ଖରେ ଏହି ବିସ୍ଫୋରଣ ଘଟିଛି। । ଏଥିରେ ବଲ୍‌ଖ ପ୍ରାନ୍ତର ତାଲିବାନୀ ଗଭର୍ଣ୍ଣର ଦାଉଦ ମୁଜାମିଲଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ କମାଣ୍ଡ ମୁଖପାତ୍ର ମହମ୍ମଦ ଆସିଫ ବଜିରି କହିଛନ୍ତି ଯେ ଏକ ପ୍ରଶାସନିକ ବୈଠକ ସମୟରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହିଁ ।

ସୂଚନା ଅନୁସାରେ ଦାଉଦ ମୁଜାମିଲଙ୍କ ସହ ଅନ୍ୟ ଦୁଇ ଜଣ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ବିସ୍ଫୋରଣ ଗୁରୁବାର ସକାଳ ହୋଇଥିଲା । ତେବେ ଏହା କେଉଁ ପ୍ରକାର ବିସ୍ଫୋରଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ତାଲିବାନୀ ନେତାଙ୍କୁ ଟାର୍ଗେଟ କରି ଏକ ଷଡଯନ୍ତ୍ର ଭାବେ ଏହି ବିସ୍ଫୋରଣ କରାଯାଇଛି । ଏପରି ବିସ୍ଫୋରଣରେ ପ୍ରାଣ ହରାଇବାରେ ମୁଜମିଲ ହେଉଛନ୍ତି ଦ୍ୱିତୀୟ ଶୀର୍ଷ ଅଧିକାରୀ ।

ଏହା ପୂର୍ବରୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିଦେଶ ମନ୍ତ୍ରାଳୟ ବିଲ୍ଡିଂ ବାହାରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏଥିରେ ଅତି କମରେ 20 ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ଶହ ଶହ ଲୋକେ ଆହତ ହୋଇଥିଲେ । ଏହାଛଡା କାବୁଲର ସୈନ୍ୟ ଠିକଣାରେ ମଧ୍ୟ ଏକ ବିସ୍ଫୋରଣ ହୋଇଥିଲା ।

   Related Posts