ଜର୍ମାନୀର ଶରଣାର୍ଥୀ କେନ୍ଦ୍ରରେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କଲା ଆଫଗାନ୍‌ ଯୁବକ, ଅଭିଯୁକ୍ତକୁ ଖୋଜିବାକୁ ବୁଲିଲା ହେଲିକପ୍ଟର

Published By : Prameya-News7 Bureau | July 05, 2021 IST

ବର୍ଲିନ୍‌ ୫/୦୭: ଜର୍ମାନୀରେ ରବିବାର ରାତିରେ ଏକ ଶରଣାର୍ଥୀ କେନ୍ଦ୍ରରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆକ୍ରମଣକାରୀ ଆଫଗାନିସ୍ତାନର ହୋଇଥିବା ବେଳେ ହତ୍ୟା କରି ‘ଆହ୍ଲା ହୁ ଆକବର’ ନାରା ଦେଇଥିଲା।

ଡେଲି ମେଲ୍‌ରେ ପ୍ରକାଶିତ ଖବର ମୁତାବିକ ୨୫ ବର୍ଷୀୟ ଆକ୍ରମଣକାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଳହୁଲୁହାଣ କରିପକାଇଛି। ଘଟଣାଟି ନର୍ଥ ରାଇନ-ଓ୍ବେଷ୍ଟଫେଲିଆର ଗ୍ରିବନରେ ଘଟିଛି। ହତ୍ୟା କରିବା ପରେ ଅଭିଯୁକ୍ତ ପାଖରେ ଥିବା ଏକ ପଡ଼ିଆରେ ଛପି ଯାଇଥିଲା। ତାକୁ ଖୋଜିବା ପାଇଁ ପୋଲିସ ହେଲିକପ୍ଟରର ସହାୟତା ନେଇଥିଲା। ପୋଲିସ ତାକୁ ଖୋଜି ପାଇବା ପରେ ଗିରଫ କରିଥିଲା । କିନ୍ତୁ ଗିରଫ ସମୟରେ ଅଭିଯୁକ୍ତ କୌଣସି ପ୍ରକାର ପ୍ରତିବାଦ ମଧ୍ୟ କରିନଥିଲା।

ତେବେ ସେ ଏମିତି କାହିଁକି କଲା ସେନେଇ କୌଣସି କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ଜଣେ ଓକିଲଙ୍କ ମତରେ ଅଭିଯୁକ୍ତ ୨୦୧୫ରେ ଜର୍ମାନୀ ଆସିଥିଲା। ସେ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥାଇପାରେ ବୋଲି କୁହାଯାଉଛି। ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେ ଅଜରବୈଜାନର ନାଗରିକ ଥିଲେ। ଆହତ ଜର୍ମାନୀ ନାଗରିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.