scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭିସା ପାଇଁ କାବୁଲ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ଆଫଗାନିସ୍ତାନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ; ଗୁଳି କରି ବିଦା କଲେ ତାଲିବାନ ଫାଇଟର

13/08/2022 at 7:41 PM

ନୂଆଦିଲ୍ଲୀ: ଯେଉଁ ଆଫଗାନୀ ଛାତ୍ରମାନେ ଭାରତରେ ପଢ଼ୁଥିଲେ ଏବେ ସେମାନେ ଭାରତ ଫେରି ତାଙ୍କ ପଢ଼ା ଶେଷ କରିବାକୁ ଚାହୁଁଛନ୍ତି। କିନ୍ତୁ କୋଭିଡ୍ କଟକଣା ହଟିବା ପରେ ବି ସେମାନଙ୍କୁ ଭାରତ ଆସିବାକୁ ଭିସା ମିଳିପାରୁ ନାହିଁ। ଏଥିପାଇଁ ସେମାନେ କାବୁଲରେ ଥିବା ଭାରତୀୟ ଦୂତାବାସ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଆଫଗାନ ଦୂତାବାସର ସୂଚନା ଅନୁସାରେ ଭାରତରେ ପ୍ରାୟ ୧୩ ହଜାର ଆଫଗାନ ଛାତ୍ର ପାଠ ପଢ଼ୁଛନ୍ତି। ଏହି ଛାତ୍ରମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ଦିଆଯାଉଥିଲେ ପଢା ଶେଷ କରିବା ପାଇଁ ପର୍ଯ୍ୟନ୍ତ ଭିସା ଦିଆଯାଇପାରି ନାହିଁ। ତେଣୁ ସେମାନେ ପଢ଼ା ଶେଷ କରିବା ପାଇଁ ଦାବି କରି ଦୂତାବାସ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ। ବଡ଼ ଆକାରରେ ବିରୋଧ ପ୍ରଦର୍ଶ କରିବାର ଥିଲା। ହେଲେ ତାଲିବାନ ଫାଇଟରମାନେ ଫାଙ୍କା ଗୁଳି ଚାଳନା କରି ସେମାନଙ୍କୁ ଡରାଇ ବିଦା କରି ଦେଇଥିଲେ।  

ତେବେ ସୂଚନା ଥାଉକି ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ବିଭିନ୍ନ ଦେଶ ପକ୍ଷରୁ ଆଫଗାନିସ୍ତାନ ଉପରେ କଟକଣା ଲଗାଯାଇଛି। ଭାରତ ପକ୍ଷରୁ ମଧ୍ୟ ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ମାନ୍ୟତା ଦିଆଯାଇ ନାହିଁ।

   Related Posts