'ମୋ ୧୩ ବର୍ଷର ଭଉଣୀକୁ ବାହା ହେବାକୁ ଚାହୁଁଛନ୍ତି ତାଲିବାନ ଆତଙ୍କୀ': ପରିବାରଠୁ ଦୂରରେ ଥାଇ ନିଜ ଦୁଃଖ ବଖାଣିଲେ ଆଫଗାନ ଛାତ୍ର

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯ : ଆଫଗାନିସ୍ତାନରେ ସାଧାରଣ ଜନତାଙ୍କ ଉପରେ ତାଲିବାନୀଙ୍କ ନିର୍ଯ୍ୟାତନା ଜାରି ରହିଛି। ତାଲିବାନ ଆତଙ୍କବାଦୀ କମ ବୟସ ଝିଅଙ୍କୁ ବିବାହ କରିବାକୁ ସେମାନଙ୍କ ପରିବାର ଉପରେ ଚାପ ପକାଉଛନ୍ତି। ଆଫଗାନିସ୍ତାନରୁ ବ୍ରିଟେନ ଆସିଥିବା ଜଣେ ଛାତ୍ର ନିଜ କାହାଣୀ ବଖାଣିଛନ୍ତି। ଛାତ୍ର ଜଣକ ବିବିସିକୁ କହିଛନ୍ତି ଯେ ସେ ବ୍ରିଟେନ ୟୁନିଭର୍ସିଟିରେ ପଢୁଛନ୍ତି। ଆଫଗାନିସ୍ତାନରେ ତାଲିବାନ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲା। ସେ କହିଛନ୍ତି ଯେ ତାଙ୍କ ପାଖକୁ ମେସେଜ ଆସିଛି ଯେ ସେମାନେ ତାଙ୍କର ୧୩ ବର୍ଷର ଭଉଣୀକୁ ନେଇଯିବେ ଓ ତାଲିବାନ ଆତଙ୍କବାଦୀ ସହ ବିବାହ କରାଇଦେବେ।

ଛାତ୍ର ଜଣକ କହିଛନ୍ତି, ଯଦି ତାଙ୍କ ଭଉଣୀକୁ ଜୋର ଜବରଦସ୍ତ ବିବାହ କରାଇ ଦିଆଯିବ ତାହେଲେ ସେ ସାରା ଜୀବନ କଏଦୀ ଭଳି ଜୀବନ କାଟିବ। ଛାତ୍ର ଜଣକ ତାଲିବାନ କବଜା ପରେ ଶେଭନିଙ୍ଗ ସ୍କଲାରସିପ ଯୋଜନା ଅନୁସାରେ ଆଫଗାନିସ୍ତାନରୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେ ନିଜ ପରିବାରକୁ ସେଠାରୁ ବାହାର କରିପାରିଲା ନାହିଁ। ଟାଣ ଭଳି ଆହୁରି ୩୫ ଜଣ ଅଛନ୍ତି ଯେଉଁମାନେ ଆଫଗାନିସ୍ତାନରୁ ୟୁକେ ଏହି ସ୍କଲାରସିପ ଜରିଆରେ ଆସିଛନ୍ତି। ଏହାକୁ ବ୍ରିଟିଶ ବିଦେଶ ମନ୍ତ୍ରାଳୟ ଫଣ୍ଡିଙ୍ଗ କରିଥାଏ। ଏହି ସ୍କଲାରସିପ ବିଭିନ୍ନ ଦେଶରୁ ସ୍ମାର୍ଟ ଛାତ୍ରଙ୍କୁ ବ୍ରିଟେନରେ ପଢ଼ିବାର ମଉକା ଦେଇଥାଏ।

ବିବିସି ଖବର ଅନୁଯାୟୀ, ତାଲିବାନୀ ତାଙ୍କୁ ଓ ତାଙ୍କ ମା'ଙ୍କୁ ଧମକ ଦେଇଛନ୍ତି ଯେ ମାସେ ଭିତରେ ତାଙ୍କ ଭଉଣୀର ବାହାଘର କୌଣସି ତାଲିବାନୀ ସହ କରାଇଦେବେ। ସେ କହିଛନ୍ତି, ଭଉଣୀ ବାହାଘର କୌଣସି ବର୍ବର ପାଗଳ ସହ ହେବ ଯାହା ତା ପାଇଁ ମୃତ୍ୟୁ ଦଣ୍ଡ ଠାରୁ ବି ବଳିଯିବ। ତାକୁ ସାରା ଜୀବନ କଏଦୀ ଭଳି ଜୀବନ କାଟିବାକୁ ପଡିବ। ସେ ଏବେ ସ୍କୁଲରେ ପଢୁଛି କିନ୍ତୁ ତାଲିବାନୀ କହୁଛନ୍ତି ଯେ ସେ ସ୍କୁଲ ନ ଯାଇ ବାହା ହୋଇଯିବା ଉଚିତ।

ଆଫଗାନ ଛାତ୍ର କହିଛନ୍ତି, ଅଗଷ୍ଟ ୨୧ ତାରିଖରେ ତାଙ୍କୁ ସ୍କଲାରସିପ ତରଫରୁ ଇ-ମେଲ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ସେ ଏବଂ ତାଙ୍କ ଉପରେ ନିର୍ଭରଶୀଳ ଲୋକେ ତତ୍କାଳ ୟୁକେ ଆସିପାରିବେ। କିନ୍ତୁ ସେତେବେଳେ କାବୁଲ ଏୟାରପୋର୍ଟର ଭୟଙ୍କର ଦୃଶ୍ୟ ଦେଖି ଡରି ଯାଇଥିଲେ। ପରିବାରର ଜୀବନ ବିପଦ ନ ପକାଇବାକୁ ସେ ନିଜ ସହ ନିଜ ପରିବାରକୁ ନେଇପାରିନଥିଲେ।

ଆଫଗାନ ଛାତ୍ର କହିଛନ୍ତି, ତାଙ୍କ ପାଖକୁ ହ୍ୱାଟ୍ସଆପ କଲ ଆସିଥିଲା। ତାଙ୍କୁ ତାଲିବାନ ବ୍ରିଟିଶ ଏଜେଣ୍ଟ କହିଥିଲା। ସେମାନେ କହିଥିଲେ ଯେ ସେମାନେ ତାକୁ କିଛି କରିବେନି କିନ୍ତୁ ତାଙ୍କ ପରିବାରର ବଞ୍ଚିବା ମୁସ୍କିଲ କରିଦେବେ। ସେ କହିଛନ୍ତି, ଯଦି ଇନ୍ଟରନ୍ୟାଶନାଲ କମ୍ୟୁନିଟି (ଅନ୍ତର୍ଜାତୀୟ ସମ୍ପ୍ରଦାୟ) ସହ କିଛି ଲିଙ୍କ ଅଛି ତାହେଲେ ଆପଣ ଦେଶର ଇସ୍ଲାମିକ କଲ୍ଚର ବିରୋଧରେ ଷଡଯନ୍ତ୍ର ରଚୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.