ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ତାଲିବାନକୁ ଶକ୍ତିଶାଳୀ କରୁଛି ପାକିସ୍ତାନ, ଆଫଗାନିସ୍ତାନ ସ୍ଥିତି ନେଇ ମୁହଁ ଖୋଲିଲେ ପପ୍ ଷ୍ଟାର

24/08/2021 at 11:40 AM

କାବୁଲ ୨୪/୦୮: ତାଲିବାନ ପ୍ରକୋପ ଭିତରେ ସାମ୍ନାକୁ ଆସିଛନ୍ତି ଆଫଗାନିସ୍ତାନର ପ୍ରସିଦ୍ଧ ପପ୍ ସିଙ୍ଗର ଆରୟାନା ସୟିଦ୍ । ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ନେଇ ପାକିସ୍ତାନକୁ ସିଧାସଳଖ ଦାୟୀ କରିଛନ୍ତି ପପ୍ ସିଙ୍ଗର୍ ଆରୟାନା ସୟିଦ୍ । ସେ ଏବେ କାବୁଲରୁ ଆସି ଭାରତରେ ପହଞ୍ଚିଛନ୍ତି ।

ପାକିସ୍ତାନ ତାଲିବାନକୁ ଶକ୍ତିଶାଳୀ କରାଉଥିବାର ଅନେକ ପ୍ରମାଣ ସେମାନେ ବର୍ଷ ବର୍ଷ ଧରି ଦେଖିଥିବା ବୋଲି କହିଛନ୍ତି ପପ୍ ଷ୍ଟାର୍ ଆରୟାନା ସୟିଦ୍ । ଯେତେବେଳେ ତତ୍କାଳୀନ ଆଫଗାନିସ୍ତାନ ସରକାର କୌଣସି ତାଲିବାନୀ ଆତଙ୍କବାଦୀକୁ ଧରିଛନ୍ତି ସେତେବେଳେ ତାର ପାକିସ୍ତାନ ଲିଙ୍କ୍ ଥିବା ସାମ୍ନାକୁ ଆସିଛି ।

ତାଲିବାନ ଆତଙ୍କୀଙ୍କୁ ପାକିସ୍ତାନ ଟ୍ରେନିଂ ଦେଉଥିବାର ମଧ୍ୟ ସେ କହିଛନ୍ତି । ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତିର ସମାଧାନ ପାଇଁ ଅନ୍ତର୍ଜାତୀୟ ସମୁଦାୟ ବସି ସମାଧାନର ରାସ୍ତା ବାହାର କରିବା ଆବଶ୍ୟକ ବୋଲି ପପ୍ ସିଙ୍ଗର ଆରୟାନା ସୟିଦ୍ କହିଛନ୍ତି। ଆଫଗାନିସ୍ତାନରେ ଭାରତ ସରକାରଙ୍କ କାର୍ଯ୍ୟର ସେ ପ୍ରଶଂସା କରିବା ସହିତ ସେ ଭାରତକୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି।

   Related Posts