Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଫଟୋଗ୍ରାଫରଙ୍କ ଚେତାବନୀ : ଗଣମାଧ୍ୟମ ଓ ଇଣ୍ଟରନେଟ୍ ବନ୍ଦ କରିଦେବେ ତାଲିବାନୀ, ଦେଶ ହୋଇଯିବ ଆଉ ଏକ ଉତ୍ତର କୋରିଆ

28/08/2021 at 2:09 PM

ଆମଷ୍ଟରଡାମ୍ ୨୮/୦୮: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପରିସ୍ଥିତି ଦିନକୁ ଦିନ ଭୟଭୀତ ଓ ଗୁରୁତର ହୋଇପଡିଛି । ଆଫଗାନିସ୍ତାନର ଭବିଷ୍ୟତ ପାଇଁ ଦୁନିଆର ଅନେକ ଦେଶ ଚିନ୍ତିତ ଅଛନ୍ତି । ଗୁରୁବାର ରାତିରେ କାବୁଲ ବିମାନବନ୍ଦରରେ ସିରିଏଲ ବିସ୍ଫୋରଣରେ ଶହ ଶହ ଲୋକ ପ୍ରାଣ ହରାଇବା ପରେ ଦେଶରେ ମାନବିକ ବିପର୍ଯ୍ୟୟର ସଙ୍କଟ ଆହୁରି ଗଭୀର ହୋଇଛି ।

ଏହି ସମୟରେ, ନେଦରଲ୍ୟାଣ୍ଡରେ ରହୁଥିବା ଆଫଗାନିସ୍ତାନ ଫଟୋଗ୍ରାଫର ତଥା ପୁରସ୍କାର ବିଜେତା ମାସୁଦ ହୋସେନି ଆଫଗାନିସ୍ତାନ ଗଣମାଧ୍ୟମକୁ ଚେତାବନୀ ଦେଇଛନ୍ତି । ଗଣମାଧ୍ୟମରେ କାମ କରୁଥିବା ଲୋକଙ୍କ ପାଇଁ ଭୟଙ୍କର ବିପଦ ନେଇ ସେ ଚେତାଇଛନ୍ତି । ଫଟୋଗ୍ରାଫର ମାସୁଦ ହୁସେନି କହିଛନ୍ତି ଯେ ଦେଶର ପରିସ୍ଥିତି ଅତ୍ୟନ୍ତ ଭୟଭୀତ ହୋଇଛି ।

ସାମ୍ବାଦିକମାନଙ୍କୁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇ ତାଲିବାନ ପାଶ୍ଚାତ୍ୟକୁ ବୋକା ବନାଉଛି । ତାଲିବାନ ଖୁବ ଶୀଘ୍ର ଆଫଗାନିସ୍ତାନ ଗଣମାଧ୍ୟମକୁ ବନ୍ଦ କରିବ ବୋଲି ସେ କହିଛନ୍ତି । ତାଲିବାନ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ବନ୍ଦ କରିବ । ଏପରିକି ସେମାନେ ଇଣ୍ଟରନେଟକୁ ମଧ୍ୟ ବନ୍ଦ କରିଦେବେ । ଫଳରେ ଏହି ଅଞ୍ଚଳ ଆଗକୁ ଆଉ ଗୋଟିଏ ଉତ୍ତର କୋରିଆ ସୃଷ୍ଟି ହେବ ବୋଲି ହୁସେନି ଆମଷ୍ଟରଡାମର ନିୟୁ କେର୍କରେ ଚାଲିଥିବା ବିଶ୍ୱ ପ୍ରେସ ଫଟୋ ପ୍ରଦର୍ଶନୀରେ କହିଛନ୍ତି ।

ତାଲିବାନ ସାମ୍ବାଦିକ ସମ୍ମିଳନୀକୁ ଏକ ଜିମିକ୍ ବୋଲି ବର୍ଣ୍ଣନା କରି ସେ କହିଛନ୍ତି । ବର୍ତ୍ତମାନ ସେମାନେ ଅନ୍ତର୍ଜାତୀୟ ସମୁଦାୟକୁ ବୋକା ବନାଉଛନ୍ତି, ସେମାନେ ପାଶ୍ଚାତ୍ୟ ଲୋକଙ୍କୁ ବୋକା ବନାଉଛନ୍ତି । ୨୦୧୨ ରେ ଏଜେନ୍ସ ଫ୍ରାନ୍ସ-ପ୍ରେସରେ କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ ସ୍ୱାଧିନ ଥିବା ମାସୁଦ ହୁସେନି କହିଛନ୍ତି ଯେ ଆଫଗାନିସ୍ତାନର ନୂତନ ଶାସକ ତାଲିବାନ ମିଡିଆ କର୍ମଚାରୀଙ୍କୁ ବିଶେଷ କରି ମହିଳା ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ।

ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଗଣମାଧ୍ୟମର ଭବିଷ୍ୟତ ବିଷୟରେ ମନ୍ତବ୍ୟ ଦେଇଥିବା ୩୯ ବର୍ଷର ମାସୁଦ ହୁସେନି ଏହି କଠୋର ଚେତାବନୀ ଦେଇଛନ୍ତି । ନେଦରଲ୍ୟାଣ୍ଡରେ ରହୁଥିବା ହୁସେନି କହିଛନ୍ତି, “ଏହା ପ୍ରକୃତରେ ଖରାପ ହେବ । ତାଲିବାନ ଗଣମାଧ୍ୟମକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେ ଏହାକୁ ଧୀରେ ଧୀରେ କରୁଛନ୍ତି ।” ତାଲିବାନ ପ୍ରଥମେ ଶିକାର କରିବା ପରେ ହତ୍ୟା କରିଥାନ୍ତି । ବର୍ତ୍ତମାନ ସାଧାରଣ ଗଣମାଧ୍ୟମ ସହିତ ଏହା ଘଟୁଛି ବୋଲି ସେ କହିଛନ୍ତି ।

   Related Posts